Indus Valley Times

ରାଜଧାନୀ ତାପମାତ୍ରା ୩୯.୮ ଡିଗ୍ରୀ; କିନ୍ତୁ ଲାଗୁଛି ୬୨ ଡିଗ୍ରୀ ଭଳି ଗରମ

 Breaking News

ରାଜଧାନୀ ତାପମାତ୍ରା ୩୯.୮ ଡିଗ୍ରୀ; କିନ୍ତୁ ଲାଗୁଛି ୬୨ ଡିଗ୍ରୀ ଭଳି ଗରମ

ରାଜଧାନୀ ତାପମାତ୍ରା ୩୯.୮ ଡିଗ୍ରୀ; କିନ୍ତୁ ଲାଗୁଛି ୬୨ ଡିଗ୍ରୀ ଭଳି ଗରମ
May 29
17:42 2024

ଭୁବନେଶ୍ବର, ୨୯/୫: ପ୍ରବଳ ଖରା ଯୋଗୁଁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ପଶ୍ଚିମରେ ଅସହ୍ୟ ତାତିକୁ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଆସନ୍ତା ୪୮ ଘଣ୍ଟା ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ।
ତାତି ସହ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିବା ବୋଲି ପାଣିପାଗ ବିଭାଗ ଆକଳନ କରିଛି। ବଲାଙ୍ଗୀର, ସୋନପୁର, ଝାରସୁଗୁଡା, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଅନୁଗୁଳ, କେନ୍ଦୁଝର, ନୂଆପଡ଼ା, ସୁନ୍ଦରଗଡ଼ରେ ଗ୍ରୀଷ୍ମ ପ୍ରବାହ ରହିବ। ଏହାସହ
ଉଷ୍ମ ରାତ୍ରିର ଅନୁଭୂତି ହେବାର ସମ୍ଭାବନା ରହିଛି।
ସେହିପରି ମେ’ ୩୧ରେ ମଧ୍ୟ ଝରୁସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି। ମେ’ ୩୧ ତାରିଖ ଠାରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସଂଭାବନା ରହିଛି।
ମେ’ ୩୧ ମେ ଠାରୁ ଜୁନ ୧ ଓ ୨ ତାରିଖ ଭିତରେ ରାଜ୍ୟରେ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିବ। ଏହି ସମୟରେ ୪୦ରୁ ୫୦ କିମି ପବନ ବହିବ। ବିଶେଷ କରି ଉତ୍ତର ଓ ଆଭ୍ୟନ୍ତରୀଣ ଉପକୂଳ ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ଆଜି ରାଜ୍ୟରେ ୪୬ ଡିଗ୍ରି ତାପମାତ୍ରା ଛୁଇଁପାରେ। ଆଗାମୀ ୩ ମଧ୍ୟରେ ୨ରୁ ୩ ଡିଗ୍ରି ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି।
ଅନ୍ୟପଟେ ମୌସୁମୀ ଖୁବଶୀଘ୍ର କେରଳ ଛୁଇଁବ ବୋଲି ବିଭାଗ ଆକଳନ କରିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ସ୍ୱାଭାବିକ ବା ସଠିକ ସମୟରେ କେରଳରେ ମୌସୁମୀ ବାୟୁ ଛୁଇଁବା ପାଇଁ ପାଗ ଅନୁକୂଳ ହୋଇଥିବା ବେଳେ ଓଡ଼ିଶାରେ ବି ସଠିକ ସମୟ ଅର୍ଥାତ ଜୁନ ୧୧ରୁ ୧୫ ଭିତରେ ମୌସୁମୀ ବାୟୁ ପହଞ୍ଚିବ ବୋଲି ଆକଳନ କରାଯାଇଛି।
ତେବେ ବାତ୍ୟାର ପ୍ରଭାବ ଓଡିଶାରୁ ଚାଲିଯିବା ପରେ ଶୁଷ୍କ ବାୟୁ ଓ ନିର୍ମଳ ବା ମେଘମୁକ୍ତ ଆକାଶକୁ ନେଇ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ତାତି ସହ ଗରମ ଅନୁଭୂତ ହେଉଛି। ସେହିପରି ୭୦ ପ୍ରତିଶତରୁ ଅଧିକ ଆଦ୍ରତା ରହୁଥିବାରୁ ଉପକୂଳରେ ଅସହ୍ୟ ଗୁଳୁଗୁଳି ହେଉଥିବା କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶିକା ମନୋରମା ମହାନ୍ତି। ଆଗାମୀ ତିନିଦିନ ଯାଏ ଏଭଳି ଗୁଳୁଗୁଳି ଲାଗିରହିବ ବୋଲି ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031