Indus Valley Times

ରାଜନେତା ନିତ୍ୟାନନ୍ଦ କାନୁନଗୋ ଓଡ଼ିଶାର ପ୍ରଥମ ମନ୍ତ୍ରୀ,କେନ୍ଦ୍ର ମନ୍ତ୍ରୀ ଓ ବିହ।ର ଗୁଜୁରାଟ ର ରାଜ୍ୟପାଳ ଥିଲେ

 Breaking News

ରାଜନେତା ନିତ୍ୟାନନ୍ଦ କାନୁନଗୋ ଓଡ଼ିଶାର ପ୍ରଥମ ମନ୍ତ୍ରୀ,କେନ୍ଦ୍ର ମନ୍ତ୍ରୀ ଓ ବିହ।ର ଗୁଜୁରାଟ ର ରାଜ୍ୟପାଳ ଥିଲେ

ରାଜନେତା ନିତ୍ୟାନନ୍ଦ କାନୁନଗୋ ଓଡ଼ିଶାର ପ୍ରଥମ ମନ୍ତ୍ରୀ,କେନ୍ଦ୍ର ମନ୍ତ୍ରୀ ଓ ବିହ।ର ଗୁଜୁରାଟ ର ରାଜ୍ୟପାଳ ଥିଲେ
August 04
20:32 2026

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ,୪/୮ : ଗାନ୍ଧିଜୀଙ୍କ ଡାକରାରେ ଲବଣ ସତ୍ୟାଗ୍ରହ ଓ ଭାରତ ଛାଡ଼ ଆନ୍ଦୋଳନ ରେ ସାମିଲ ହୋଇ ହଜାରିବାଗ ଜେଲ ରେ ସ୍ୱର୍ଗତ ନିତ୍ୟାନନ୍ଦ କାନୁନଗୋ ୭ ବର୍ଷ କାରାବରଣ କରିଥିଲେ । ଓଡ଼ିଶାର ପ୍ରଥମ ମନ୍ତ୍ରିମଣ୍ଡଳ ରେ ସେ ମନ୍ତ୍ରୀ ଥିଲେ । ପରେ କଟକ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନରେ ଜୟଲାଭ କରି କେନ୍ଦ୍ର ମନ୍ତ୍ରୀ ହୋଇଥିଲେ ।
ତାପରେ ବିହାର ଓ ଗୁଜୁରାଟ ରାଜ୍ୟର ରାଜ୍ୟପାଳ ହୋଇ ରାଜନୀତିରୁ ଅବସର ନେଇଥିଲେ । ସେ ଜଣେ ବିରଳ ସଚ୍ଚୋଟ ରାଜନେତା ଥିଲେ ।
ତାଙ୍କର ୭ ଟି ସନ୍ତାନ ଥିଲେ । ତାଙ୍କ ପିତା ବାଳ ମୁକୁନ୍ଦ କାନୁନଗୋ ନାରୀନେତ୍ରୀ ସାରଳା ଦେବୀଙ୍କ ପୋଷ୍ୟ କନ୍ୟା କରିଥିଲେ ।
କେନ୍ଦ୍ର ବିଦେଶ ମନ୍ତ୍ରାଳୟର ପ୍ରଥମ ସଚିବ ଆମ୍ବାସଡର ଶ୍ରୀଯୁକ୍ତ ଲଳିତ ମାନସିଂହ, ରେଭେନ୍ସା ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିହାର କ୍ୟାଡ଼ର ସର୍ବ ଭାରତୀୟ ପ୍ରଶାସକ କବି ଦେବଦାସ ଛୋଟରାୟ ଶ୍ରୀଯୁକ୍ତ କାନୁନଗୋଙ୍କ ସ୍ମୃତି ଚାରଣ କରି ତାଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିଶିଷ୍ଟ ପ୍ରଶାସକ ବିବେକ ପଟ୍ଟନାୟକ ସଭାପତିତ୍ବ କରି କଟକ ଫିରିଙ୍ଗ ବଜାର ବାସ ସ୍ଥାନ ନିକଟ ମାର୍ଗ କୁ ତାଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ଦେଇଥିଲେ ।
ଥିଙ୍କର୍ସ କ୍ଲବ ର ୧୫୮ ତମ ଆଭାସୀ ଆଲୋଚନା ରେ ତାଙ୍କ ନାତୁଣୀ ପ୍ରିୟା କାନୁନଗୋ କହିଥିଲେ । ସଭାକୁ ଶ୍ରୀ ବରଦା ଦାସ ସଂଯୋଜନା କରି ଧନ୍ୟବାଦ୍ ଅର୍ପଣ କରିଥିଲେ । ସର୍ବଶ୍ରୀ ଉମାଶଙ୍କର ମିଶ୍ର, ଡ଼ ନନ୍ଦ ନନ୍ଦନ ଦାସ,ଶରତ ବେହେରା, ପ୍ରଫେସର୍ ନିରଞ୍ଜନ ବାରିକ, ଡ ନିବେଦିତା ମହାନ୍ତି, ଦେବଦଳନ ରଥ, ଅଜିତ୍ ସହି, ଜୟା ଭଟ୍ଟାଚାର୍ଯ୍ୟ, ଆୟନ୍ସ ଗିରି,ଯତୀନ କୁମାର,ଦୁର୍ଗେଶ ନନ୍ଦିନୀ, ଆକାଂକ୍ଷା ପ୍ରୁମୁଖ ଯୋଗ ଦେଇଥିଲେ ।
ପରବର୍ତ୍ତୀ ଆଲୋଚନା ୯ ଅଗଷ୍ଟ କ୍ରାନ୍ତି ଦିବସରେ ଭାରତରେ ଏକକ ନାଗରିକ ସଂହିତା କଅଣ ଓ କାହିଁକି ବିଷୟରେ ଆଲୋଚନା ହେବ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930