Indus Valley Times

ବୌଦ୍ଧ : ରାଜସ୍ୱ ସମ୍ପର୍କୀତ ବୈଠକ ଅନୁଷ୍ଠିତ

 Breaking News

ବୌଦ୍ଧ : ରାଜସ୍ୱ ସମ୍ପର୍କୀତ ବୈଠକ ଅନୁଷ୍ଠିତ

May 08
08:26 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୫ : ବୁଧବାର ଦିନ ସକାଳ ଘ. ୯.୩୦ ମି. ସମୟରେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ବୌଦ୍ଧ ଜିଲ୍ଲା ରାଜସ୍ୱ ସମ୍ପର୍କୀତ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।
ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ଡେପୁଟି କଲେକ୍ଟର (ରାଜସ୍ୱ) ଶୁଭେନ୍ଦୁ କୁମାର ଜେନା, ସହକାରୀ ଜ଼ିଲ୍ଲାପାଳ (ରାଜସ୍ୱ) ସୁଦାମ କୁମାର ସ୍ୱାଇଁ, ଡେପୁଟି କଲେକ୍ଟର ତୃପ୍ତିମୟୀ ଜେନା, ଜିଲ୍ଲାର ସମସ୍ତ ରାଜସ୍ୱ ସୁପରଭାଇଜର, ସମସ୍ତ ରାଜସ୍ୱ ନିରୀକ୍ଷକ ଓ ଅବକାରୀ ବିଭାଗର ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ବୈଠକ ରେ ରାଜସ୍ୱ ଆଦାୟ, ଲଘୁ ଖଣିଜ ସମ୍ପଦର ଚୋରୀ ରୋକିବା, ସରକାରୀ ଜମିରେ ହୋଇଥିବା ବେଆଇନ ଜବର ଦଖଲ ଉଚ୍ଛେଦ, ଆଦି ରାଜସ୍ୱ ବିଭାଗର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।
ଯେଉଁ ମାନେ ନୂଆ ଘର କରିବେ, ରାଜସ୍ବ ନିରୀକ୍ଷକ ମାନେ ସେମାନଙ୍କୁ ବର୍ଷା ଜଳ ସଂରକ୍ଷଣ କରିବା ପ୍ରତି ଦୃଷ୍ଟି ଦେବା ପାଇଁ ଉପଦେଶ ଦେବେ ।
ଲୋକଙ୍କ ପାଖରେ ପହଂଚି ତାଙ୍କର ମୌଳିକ ସମସ୍ୟା ର ସମାଧାନ ଅଗ୍ରା ଧିକାର ଭିତ୍ତରେ କରିବା ପାଇଁ ଆହ୍ୱାନ ଦେଇଥିଲେ ।
ଜ଼ିଲ୍ଲାପାଳ କହିଥିଲେ ଜନସାଧାରଣ ହେଉଛନ୍ତି ରାଜା, ପ୍ରଶାସନ ହେଉଛନ୍ତି ସେମାନଙ୍କ ସେବକ ।
ତେଣୁ ନିର୍ଦ୍ଧକ୍ଷରିତ ସମୟ ମଧ୍ୟ ରେ ଲୋକ ଙ୍କ କାର୍ଯ୍ୟ ଶେଷ ହେବା ଉପରେ ଗୁରୁତ୍ୱ ଦେବାକୁ ଜ଼ିଲ୍ଲାପାଳ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ ।
ସମସ୍ତ ଯୋଜନା ର ସଫଳ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।
ସମସ୍ତେ ମାଆ ପାଇଁ ଗଛ ଟିଏ ପରିପ୍ରେକ୍ଷୀରେ ସମସ୍ତେ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଥିଲେ ।
ଏଥିସହ ସ୍କୁଲ ପଟ୍ଟା ପ୍ରଦାନ ଅଭିଯାନ, ଜଙ୍ଗଲ ଅଧିକାର ଆଇନ ଅନୁସାରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ଉପରେ ଗୁରୁତ୍ୱାରୋପ କରିଥିଲେ ।
ବସୁନ୍ଧରା ଯୋଜନା ରେ ଯେପରି ଜଣେ ମଧ୍ୟ ହିତାଧିକାରୀ ବାଦ ନ ପଡିବେ, ସେଥିପ୍ରତି ଦୃଷ୍ଟି ଦେବାପାଇଁ ସମସ୍ତଙ୍କୁ ତାଗିଦ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031