Indus Valley Times

ରାଜ୍ୟବାସୀଙ୍କୁ ବଡ଼ ଭେଟି ଦେବେ ନୂଆ ସରକାର, ଖୁବଶୀଘ୍ର ୩ ହଜାରକୁ ବଢିବ ଭତ୍ତା ରାଶି !

 Breaking News

ରାଜ୍ୟବାସୀଙ୍କୁ ବଡ଼ ଭେଟି ଦେବେ ନୂଆ ସରକାର, ଖୁବଶୀଘ୍ର ୩ ହଜାରକୁ ବଢିବ ଭତ୍ତା ରାଶି !

July 02
17:01 2024

ଭୁବନେଶ୍ବର,୨/୭: ବିଭିନ୍ନ ବର୍ଗରେ ଲୋକଙ୍କୁ ମିଳୁଥିବା ସରକାରୀ ଭତ୍ତା ପରିମାଣ ବୃଦ୍ଧି ପାଇବ। ଏହି ଭତ୍ତା ଟଙ୍କାକୁ ସର୍ବନିମ୍ନ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ।
ଏନେଇ ଘୋଷଣା କରିଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।
ସେ ନେଇ ପ୍ରସ୍ତୁତି ଚାଲିଛି ଏବଂ ଅର୍ଥ ବିଭାଗ ସହ ବିସ୍ତୃତ ଆଲୋଚନା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଗଣଶିକ୍ଷା ତଥା ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।
ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ବିଭିନ୍ନ ବର୍ଗର ଭତ୍ତା ବଢାଇବାକୁ ସରକାର ଚିନ୍ତା କରୁଛନ୍ତି। ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ଏନେଇ ସହ ଆଲୋଚନା ଜାରି ରହିଛି।
ଆଲୋଚନା ପରେ କେଉଁ ବର୍ଗର ଭତ୍ତାକୁ ବୃଦ୍ଧି କରାଯିବ ସେନେଇ ସ୍ପଷ୍ଟ କରାଯିବ ବୋଲି କହିଛନ୍ତି। ତେବେ ନିର୍ବାଚନ ପୂର୍ବରୁ ବିଜେପି ଭତ୍ତା ବୃଦ୍ଧି କରିବାକୁ ସଂକଳ୍ପପତ୍ରରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରିବାକୁ ଯାଉଛି ବୋଲି କୁହାଯାଉଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031