Indus Valley Times

ରାଜ୍ୟରେ ଜନସେବା କ୍ଷେତ୍ରରେ ଆସିବ ପରିବର୍ତ୍ତନ, ‘ଆମ ଶାସନ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

 Breaking News

ରାଜ୍ୟରେ ଜନସେବା କ୍ଷେତ୍ରରେ ଆସିବ ପରିବର୍ତ୍ତନ, ‘ଆମ ଶାସନ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

August 26
13:46 2025

ଭୁବନେଶ୍ୱର, ୨୬/୮ : ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ’ଆମ ଶାସନ’। ଶାସନକୁ ଲୋକାଭିମୂଖୀ କରିବାକୁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି ।
ଏହାଦ୍ବାରା ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ଲୋକଙ୍କ ଠାରୁ ମତାମତ ସଂଗ୍ରହ କରାଯିବ ।
ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ, ଲାଞ୍ଚ ନେଇ କାମ କରୁଥିବା ନେଇ ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।
କ୍ଷେତ୍ର ପରିଦର୍ଶନ ସମୟରେ ସରକାରୀ ଅଧିକାରୀମାନେ ମୋବାଇଲ୍ ଆପ୍ ମାଧ୍ୟମରେ ଲୋକଙ୍କ ମତାମତ ନେବେ । ଫେସବୁକ୍, ଏକ୍ସ, ହ୍ବାଟ୍ସଆପ୍, ଓ୍ୱେବସାଇଟ୍ ଚାର୍ଟବଟ୍ ଏବଂ ସିଧାସଳଖ ଟୋଲ୍ ଫ୍ରି ନମ୍ବର- ୧୪୪୭୧କୁ ଫୋନ୍ କରି ମତାମତ ଦେଇପାରିବେ ସାଧାରଣ ଜନତା ।
ବିଜେଡି ସରକାରଙ୍କ ଅମଳରେ ଯେପରି ୫ଟି-ମୋ ସରକାର ଚାଲିଥିଲା ସେହିପରି ଢାଞ୍ଚାରେ ଏହି ‘ଆମ ଶାସନ କାର୍ଯ୍ୟକାରୀ ହେବ ହେଲେ ଏଥିରେ ୫-ଟି ଅଧ୍ୟକ୍ଷ କି ସଚିବ ଭଳି ପଦବି ରହିବନି ।
ଯେଉଁ ଅଭିଯୋଗ, ପ୍ରସ୍ତାବ ଆସିବ ତାହା ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ସିଧାସଳଖ ଶୁଣିବେ । ଏଥିରେ ପ୍ରାୟ ୨୦ଟି ବିଭାଗର ୧୫୦ରୁ ଅଧିକ ସେବା ଉପଲବ୍ଧ ହେବ। ଏବେ ୮ଟି ବିଭାଗର ୧୬ଟି ସେବା ଉପଲବ୍ଧ ହେବ ।
ପୂର୍ବରୁ ନାରୀ ସୁରକ୍ଷା ଓ ସାଧାରଣ ଲୋକଙ୍କ ସୁବିଧାକୁ ନେଇ ଅନେକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ନାରୀ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିକୁ ଆଧାର କରି ପୋଲିସ ସବୁ ସମୟରେ ଆକ୍ସନ ମୋଡରେ ରହୁ ଏବଂ ଉଚ୍ଚ ପୋଲିସ ଅଧିକାରୀମାନେ ଏହାର ନିୟମିତ ମନିଟରିଙ୍ଗ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ପଢ଼ୁଥିବା ପିଲାମାନଙ୍କ ସୁରକ୍ଷା ପାଇଁ ସ୍କୁଲ ଓ କଲେଜ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930