Indus Valley Times

ରାଜ୍ୟରେ ପ୍ରଥମ ଥର ପାଇଁ ନିଶାଦ୍ରବ୍ୟ ‘କୋକେନ’ ଜବତ କଲା ପୁଲିସ

 Breaking News

ରାଜ୍ୟରେ ପ୍ରଥମ ଥର ପାଇଁ ନିଶାଦ୍ରବ୍ୟ ‘କୋକେନ’ ଜବତ କଲା ପୁଲିସ

ରାଜ୍ୟରେ ପ୍ରଥମ ଥର ପାଇଁ ନିଶାଦ୍ରବ୍ୟ ‘କୋକେନ’ ଜବତ କଲା ପୁଲିସ
April 13
19:46 2022

ଭୁବନେଶ୍ବର, ୧୩/୪: ରାଜ୍ୟରେ ପ୍ରଥମ ଥର ପାଇଁ ନିଶାଦ୍ରବ୍ୟ ‘କୋକେନ’ ଜବତ କରିଛି ପୁଲିସ। ଭୁବନେଶ୍ବର ଜାଭିଅର ଛକ ନିକଟରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଦ୍ବାରା ଚଢ଼ଉ କରାଯାଇ ୨୦୨ ଗ୍ରାମ୍ ଓଜନର କୋକେନ୍ ଜବତ ହୋଇଛି।
କୋକନ୍ କାରବାର ସହିତ ଜଡ଼ିତ ରାଜସ୍ଥାନର ଦୁଇ ବେପାରୀ ଗିରଫ ହୋଇଛନ୍ତି।
ସୂଚନା ଅନୁସାରେ ରାଜଧାନୀରେ କୋକନ୍ ବେପାର ନେଇ କମିସନରେଟ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ ଜାଣିବାକୁ ପାଇଥିଲା ଯେ, ମୁଖ୍ୟ ଅଭିଯୁକ୍ତ ରବି ଦିଲ୍ଲୀରେ କୋକେନ୍ ବେପାର କରେ।
ଭୁବନେଶ୍ୱରରେ ସନୀ କୁମାର ସହ ଯୋଗାଯୋଗ କରି କୋକେନ୍ ବେପାର କରିଥାନ୍ତା। ଖବର ପାଇ ଏସ୍ଟିଏଫ୍ ଅଧିକାରୀ ଚଢ଼ଉ କରି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ତେବେ ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି କୋକେନ୍ ବେପାରୀ ଗିରଫ ହୋଇଥିବାରୁ ଏହାକୁ ନେଇ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଭୁବନେଶ୍ବରରେ ପୂର୍ବରୁ ବ୍ୟାପକ ପରିମାଣରେ ଗଂଜେଇ ଓ ବ୍ରାଉନସୁଗାର ଜବତ ହୋଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031