Indus Valley Times

ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ଅବସର ପରେ ବି ପଢାଇ ପାରିବେ ଅଧ୍ୟାପକ

 Breaking News

ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ଅବସର ପରେ ବି ପଢାଇ ପାରିବେ ଅଧ୍ୟାପକ

September 19
14:19 2024

ଭୁବନେଶ୍ୱର, ୧୯/୯ : ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି । ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ମେଡିକାଲ କଲେଜ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।
ଖୁବଶୀଘ୍ର ତାଳଚେର ଓ କନ୍ଧମାଳରେ ମେଡିକାଲ କଲେଜ ଆରମ୍ଭ ହେବ । ମେଡିକାଲ କଲେଜ ଏବଂ ଅଧ୍ୟାପକ ନିଯୁକ୍ତି ନେଇ ବ୍ୟବସ୍ଥା କରାଯାଉଛି ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି ।
ମନ୍ତ୍ରୀ କହିଛନ୍ତି ୨୦୧୪ରେ ଯେତେବେଳେ ମୋଦୀ ସରକାର ଆସିଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଦେଶରେ ସବୁ ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯିବ ।
ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ କରିବାକୁ ଚେଷ୍ଠା କରାଯାଉଛି । କେନ୍ଦ୍ର ଓ ରାଜ୍ୟର ୬୦ ଅନୁପାତ ୪୦ ପ୍ରତିଶତ ଭାଗିଦାରୀରେ ମେଡ଼ିକାଲ କଲେଜ ପ୍ରସ୍ତୁତ କରାଯାଉଛି ।
ବର୍ତ୍ତମାନ ରାଜ୍ୟରେ ଏବେ ୧୧ଟି ମେଡ଼ିକାଲ କଲେଜ ରହିଛି । ଖୁବଶୀଘ୍ର ତାଳଚେର ଓ କନ୍ଧମାଳରେ ମେଡିକାଲ କଲେଜ ଆରମ୍ଭ ହେବ ।
ତେଣୁ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ମେଡ଼ିକାଲ କଲେଜ ନିର୍ମାଣ କରିବାକୁ ଆଗାମୀ ୫ ବର୍ଷରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ । ଡବଲ ଇଞ୍ଜିନ ସରକାରର ଏହା ନିଶ୍ଚିତ କରାଯିବ ବୋଲି ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930