Indus Valley Times

ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ସଂଗ୍ରହର ମୂଲ୍ୟ ବୃଦ୍ଧି

 Breaking News

ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ସଂଗ୍ରହର ମୂଲ୍ୟ ବୃଦ୍ଧି

ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ସଂଗ୍ରହର ମୂଲ୍ୟ ବୃଦ୍ଧି
April 20
09:40 2022

ଭୁବନେଶ୍ବର, ୨୦/୪: ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ସଂଗ୍ରହର ମୂଲ୍ୟ ବୃଦ୍ଧି ହୋଇଛି। କେନ୍ଦୁପତ୍ର କେରି ୧.୨୦ରୁ ୧.୪୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିଯୋଗୁଁ ୭.୫୦ ଲକ୍ଷ ତୋଳାଳି ୨୪୦ କୋଟି ଟଙ୍କାର ଅଧିକ ରୋଜଗାର ପାଇବେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଅନୁସୂଚିତ ଜନଜାତିର ମହିଳା ଅଟନ୍ତି।
ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ବୋନସ ଓ ବିଭିନ୍ନ ଭତ୍ତା ବାବଦରେ ମଧ୍ୟ ୧୨୦ କୋଟି ଟଙ୍କା ମଂଜୁର କରାଯାଇଛି। ଏହାଦ୍ଵାରା ୮ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ଅନ୍ୟାନ୍ୟ କର୍ମଚାରୀ ଉପକୃତ ହୋଇ ପାରିବେ। କେନ୍ଦୁପତ୍ର ବ୍ୟବସାୟର ସମସ୍ତ ଲାଭ କେନ୍ଦୁପତ୍ର କର୍ମଚାରୀଙ୍କ ପାଇଁ ବ୍ୟବହୃତ ହେଉଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।
କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ବିଜୟ ମହାନ୍ତି କହିଛନ୍ତି, ୫ ବର୍ଷ ହେଲା କେନ୍ଦୁପତ୍ର କର୍ମଚାରୀଙ୍କ ସନ୍ତାନଙ୍କୁ ବୃତ୍ତି, କନ୍ୟା ବିବାହ ସହାୟତା ବ୍ୟବସ୍ଥା ବନ୍ଦ ହୋଇ ପଡ଼ିଛି।
ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ସଂଗ୍ରହର ମୂଲ୍ୟ ବୃଦ୍ଧି ସହ ସାମାଜିକ ସୁରକ୍ଷା ସହାୟତା ପାଇଁ ଯୋଗ୍ୟତାର ମାପଦଣ୍ଡକୁ ୨ ହଜାର ବଦଳରେ ୧ ହଜାର କେରିପତ୍ର ରଖାଯିବାକୁ ସଂଘ ସ୍ବାଗତ କରିଛି।
ସୂଚନା ଅନୁଯାୟୀ, ରାଜ୍ୟର ସମୁଦାୟ ୨୫ଟି ଜିଲ୍ଲାର ପ୍ରାୟ ୧୨ ଲକ୍ଷ ତୋଳାଳି ଅଛନ୍ତି। ୨୦୨୧ ମସିହାରେ ୧ ଲକ୍ଷ ୯୩ ହଜାର ୬୦୦ କ୍ବିଣ୍ଟାଲ କେନ୍ଦୁପତ୍ର ପାଇଁ ୫୨୭ କୋଟି ୫୦ ଲକ୍ଷ ୩୧ ହଜାର ଟଙ୍କା, ୨୦୨୦ ମସିହାରେ ୧ ଲକ୍ଷ ୮୬ ହଜାର ୫୦୦ କ୍ବିଣ୍ଟାଲ କେନ୍ଦୁପତ୍ର ପାଇଁ ୪୦୮ କୋଟି ୭୨ ଲକ୍ଷ ୧୧ ହଜାର ଟଙ୍କାର ରାଜସ୍ବ ପାଇଥିଲେ ଓଡ଼ିଶା ସରକାର। ୨୦୧୭ ମସିହା ଜିଏସଟି ବ୍ୟବସ୍ଥା କାର୍ଯ୍ୟକାରୀ ପୂର୍ବରୁ ରାଜସ୍ବ ସଂଗ୍ରହ ଆହୁରି ଅଧିକ ଥିଲା।
ସେଥିରୁ ଆବଶ୍ୟକତା ଅନୁସାରେ କେନ୍ଦୁପତ୍ର କର୍ମଚାରୀଙ୍କ ସନ୍ତାନଙ୍କୁ ବୃତ୍ତି, ବିବାହ ସହାୟତା ଦିଆଯାଉଥିଲା। ଏଥିଯୋଗୁଁ ଅନେକ ଲାଭାନ୍ବିତ ହେଉଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031