Indus Valley Times

ରାଜ ମହଲରେ ପାଳନ ହେଲା ନୂଆଁଖାଇ , ଏକାଠି ଖାଇଲେ ରାଜ ପରିବାର

 Breaking News

ରାଜ ମହଲରେ ପାଳନ ହେଲା ନୂଆଁଖାଇ , ଏକାଠି ଖାଇଲେ ରାଜ ପରିବାର

ରାଜ ମହଲରେ ପାଳନ ହେଲା ନୂଆଁଖାଇ , ଏକାଠି ଖାଇଲେ ରାଜ ପରିବାର
August 28
20:02 2025

ବଲାଙ୍ଗୀର,୨୮/୮ : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ବଲାଙ୍ଗୀର ସହରରେ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି। ସହରରେ ନୂଆଁଖାଇକୁ ନେଇ ଗୁରୁବାର ସାଂସ୍କୃତିକ ପରିବେଶ ଉତ୍ସାହପୂର୍ଣ୍ଣ ରହିଥିଲା। ଚଳିତବର୍ଷ ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସ୍‌ରେ ରାଜପରିବାର ସଦସ୍ୟ ନୂଆଁଖାଇ ଉତ୍ସାହର ସହ ପାଳନ କରିଥିଲେ।
ପ୍ୟାଲେସ ପରିସରରେ ଥିବା ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ରାଜପରିବାର ସଦସ୍ୟମାନେ ଏକାଠି ବସି ନୂଆ ଖାଇଥିଲେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବଲାଙ୍ଗୀର ଲୋକ ସଭା ସଦସ୍ୟା ସଙ୍ଗୀତା କୁମାରୀ ସିଂଦେଓ, ବଲାଙ୍ଗୀର ବିଧାୟକ କଳିକେଶ ନାରାୟ ସିଂଦେଓ, ମେଘନା ସିଂଦେଓ ଶୈଳଶ୍ରୀ ପ୍ୟାଲେସ୍‌ରେ ଏକାଠି ବସି ନୂଆଁ ଖାଇଥିଲେ। ନୂଆଁ ଖାଇ ସାରିବା ପରେ ଜୁହାର ଭେଟ ହୋଇଥିଲେ।
ସେମାନେ ଗଣମାଧ୍ୟମ ଜରିଆରେ ବଲାଙ୍ଗୀରବାସୀଙ୍କ ସମେତ ଓଡ଼ିଶାବାସୀଙ୍କୁ ନୂଆଁଖାଇ ଜୁହାର ଜଣାଇଥିଲେ। ନୂଆଁଖାଇ କୃଷିଭିତ୍ତିକ ପର୍ବ ହୋଇଥିବାରୁ ଚାଷୀବର୍ଗଙ୍କୁ ଶୁଭେଚ୍ଛା ଜଣାଇଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031