Indus Valley Times

ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଐତହାସିକ ବିଜୟ

 Breaking News

ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଐତହାସିକ ବିଜୟ

ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଐତହାସିକ ବିଜୟ
July 21
20:43 2022

ଭୁବନେଶ୍ବର/ମାଲକାନଗିରି/ରାଇରଙ୍ଗପୁର,୨୧/୭ : ଇତିହାସ ରଚିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ବିପୁଳ ଭୋଟରେ ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି ଦ୍ରୌପଦୀ ମୁର୍ମୁ। ସେ ତାଙ୍କ ନିକଟତମ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଏକତରଫା ଭାବେ ପରାସ୍ତ କରିଛନ୍ତି। ଆସନ୍ତା ୨୫ ତାରିଖରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ ଶପଥ ଗ୍ରହଣ କରିବେ। ଏହାପରେ ସେ ପ୍ରଥମ ଓଡ଼ିଆ ଓ ପ୍ରଥମ ଆଦିବାସୀ ମହିଳା ଭାବେ ଦେଶର ରାଷ୍ଟ୍ରପତି ହେବାର ରେକର୍ଡ ସୃଷ୍ଟି କରିବେ। ସେହିପରି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର କୀର୍ତ୍ତିମାନ ତାଙ୍କ ନାଁରେ ଯୋଡ଼ି ହୋଇଯିବ। ମୁର୍ମୁଙ୍କ ପୂର୍ବରୁ ପ୍ରତିଭା ପାଟିଲ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ।
୧୫ତମ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ସାହର ମାହୋଲ ଦେଖାଯାଇଛି। ଦ୍ରୌପଦୀଙ୍କ ଉପରବେଡ଼ାସ୍ଥିତ ପୈତୃକ ଗାଁ, ପାହାଡ଼ପୁରସ୍ଥିତ ଶ୍ବଶୁର ଘର ଗାଁ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ ହୋଇଛି। ଦ୍ରୌପଦୀଙ୍କ ଗାଁରେ ଉଭୟ ବିଜେପି ଓ ବିଜେଡି କର୍ମୀମାନେ ଉତ୍ସବ ପାଳନ କରିଛନ୍ତି। ସେହିପରି ରାଜ୍ୟର ରାଜଧାନୀ ଭୁବନେଶ୍ବରସ୍ଥିତ ବିଜେପି କାର୍ଯ୍ୟାଳୟରେ ଉତ୍ସବ ପାଳନ ହୋଇଛି। ଏତଦ୍ ବ୍ୟତୀତ କେନ୍ଦ୍ରାପଡ଼ାରେ ମଧ୍ୟ ଦ୍ରୌପଦୀଙ୍କ ପାଇଁ ବିଜୟ ଉତ୍ସବ ପାଳନ ହୋଇଛି।
ମାଲକାନଗିରି ବିଜେଡି ଆଜି ଏକ ସାଧାରଣ ସଭା କରି ଦ୍ରୌପଦୀ ମୁର୍ମୁଙ୍କ ବିଜୟରେ କେକ୍ କାଟି ବିଜୟ ଉତ୍ସବ ପାଳନ କରିଥିବା ବେଳେ ସମସ୍ତ ମନରେ ଖୁସିର ଲହରି ଖେଳିଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ବିଜେଡି ଏ ମାଟିର ଝିଅ ପାଇଁ ଭୋଟ ଦେଇ ନିଜକୁ ଧନ୍ୟ ମନେ କରିବା ସହ ବିଜୟୀରେ ଭାଗିଦାର ହୋଇଛି। ବିଜେଡିର ସମସ୍ତ କର୍ମୀ ଆଜି ଟାଉନ ହଲରେ ଏକତ୍ରୀତ ହୋଇ ଏହି ଦିବସକୁ ଉତ୍ସାହର ପାଳନ କରିଥିଲେ।
ଏହା ବିଜେଡିର ବିଜୟ ବୋଲି କୁହାଯାଇଛି। ଜଣେ ଆଦିବାସୀ ମହିଳା ଦେଶର ପ୍ରଥମ ରାଷ୍ଟ୍ରପତି ହେବା ଗୌରବ ଓଡିଶା ପାଇଥିବାରୁ ଏହାକୁ ନେଇ ସାରା ରାଜ୍ୟ ଗର୍ବ ଅନୁଭୁତ କରୁଥିବା କୁହାଯାଇଛି।କେବଳ ମାଲକାନଗିରି ନୁହେଁ ବରଂ ଜିଲ୍ଲାର କୋଣ ଅନୁକୋଣରେ ଆଜି ଦ୍ରପୌଦୀ ମୁର୍ମୁଙ୍କର ଏହି ବିଜୟକୁ ହର୍ଷଉଲ୍ଲାସଲ ସହ ପାଳନ କରିଛି।ଓଡିଆଙ୍କ ପାଇଁ ଏହା ଏକ ସ୍ବପ୍ନ ଭଳି ଲାଗୁଥିଲେ ମଧ୍ୟ ଏହା ସତ୍ୟରେ ପରିଣତ ହୋଇଛି।
ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ ହୋଇଯାଇଛି। ବ୍ଲକର ଶତାଧିକ ବିଜେପି କର୍ମୀ ଏହି ଅବସରରେ ସ୍ଥାନୀୟ ବୀରଖମ୍ବ ବ୍ରିଜ ନିକଟରୁ ଏକ ପଟୁଆରରେ ବାହାରିଲେ। ବାଜା ରୋଷଣୀ ସହ ସହିଦ୍ ଲକ୍ଷ୍ମଣ ନାୟକ ଛକ ଠାରେ ପହଞ୍ଚି ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ତେବେ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶାର ଆଦିବାସୀ ସଂପ୍ରଦାୟରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ଦ୍ରୈପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀ ନିମନ୍ତେ ନିର୍ବାଚିତ ହୋଇଥିବାରୁ ସାଧାରଣରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031