Indus Valley Times

ରାୟଗଡ଼ାରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ୬ ପ୍ଲାଟୁନ ପୁଲିସର ଫ୍ଲାଗମାର୍ଚ୍ଚ

 Breaking News

ରାୟଗଡ଼ାରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ୬ ପ୍ଲାଟୁନ ପୁଲିସର ଫ୍ଲାଗମାର୍ଚ୍ଚ

ରାୟଗଡ଼ାରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ୬ ପ୍ଲାଟୁନ ପୁଲିସର ଫ୍ଲାଗମାର୍ଚ୍ଚ
May 23
16:52 2026

ରାୟଗଡା, ୨୩/୫ : ପୁଣି ଅଶାନ୍ତ ହୋଇଛି ରାୟଗଡ଼ା ସହର। ନିଖିଲ ହାଡ଼ପାକୁ ଗୁଳି କରି ହତ୍ୟା ଘଟଣାରେ ଦୁଇ ଗୋଷ୍ଠୀ ମୁଁହାମୁହିଁ। ପ୍ରଥମେ ପିଟଲା ସାହି ଓ ରେଲି ସାହି ମଧ୍ୟରେ ବଚସା ଓ ମାରପିଟ ହୋଇଥିଲା।
ଏହାପରେ ଉଭୟ ଗୋଷ୍ଠୀ ରାୟଗଡା ଥାନା ସମ୍ମୁଖରେ ମଧ୍ୟ ମାରପିଟ ହେବାର ଦୃଶ୍ୟ ସାମ୍ନାକୁ ଆସିଛି। ଏଥିରେ ୩ ଜଣଙ୍କୁ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଉଭୟ ଗୋଷ୍ଠୀର ସମସ୍ତେ ଆହତ ହୋଇଛନ୍ତି। ଗୁରୁତର ୩ ଜଣଙ୍କୁ ପୋଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ତେବେ ଏହି ଘଟଣାକୁ ଦେଖି ଥାନା ସମ୍ମୁଖରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି।
ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ରାୟଗଡ଼ା ଥାନା ସମ୍ମୁଖରେ ଉଭୟ ସାହିର ଉତ୍ୟକ୍ତ ଲୋକ ମାନେ ପଥର ଫିଙ୍ଗା ଫିଙ୍ଗି ହୋଇଥିଲେ। ସହରର ପିଟଲା ସାହିରେ ପଶି ରେଲି ସାହିର କିଛି ଯୁବକ ଲୋକଙ୍କୁ ଗାଳିଗୁଲଜ ସହିତ ଅସଦାଚରଣ କରିଥିଲେ।
ଏହାର ପ୍ରତିବାଦରେ ପିଟଲା ସାହିର ଲୋକେ ଥାନାରେ ଅଭିଯୋଗ କରିଥିଲେ। ସେହି ସମୟରେ ରେଲି ସାହିର କିଛି ଯୁବକ ପହଞ୍ଚି ଗାଳିଗୁଲଜ କରିଥିଲେ। ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଆରମ୍ଭ ହୋଇଥିଲା।
ଏଭଳିକି ଥାନା ସମ୍ମୁଖରେ ମାରପିଟ ସହିତ ଢେଲା ମାଡ଼ ମଧ୍ୟ ଘଟିଛି। ଏଥିରେ ୩ ଜଣଙ୍କୁ ଗୁରୁତର ଆଘାତ ଲାଗିଥିଲା। ପୁଲିସ ଆହତମାନଙ୍କୁ ଡିଏଚଏଚ ରେ ଚିକିତ୍ସା ପାଇଁ ଆଣିଛି। ଏହାସହିତ ଉଭୟ ଗୋଷ୍ଠୀର ଅନ୍ୟ ଲୋକଙ୍କୁ ଅଟକ ରଖିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930