Indus Valley Times

ରିସ୍ପେସନିଷ୍ଟ ହତ୍ୟା ଘଟଣା, ଅଭିଯୁକ୍ତ ବିଜେପି ନେତା ପୁଅଙ୍କ ରିସର୍ଟ ଉପରେ ବୁଲିଲା ବୁଲଡୋଜର

 Breaking News

ରିସ୍ପେସନିଷ୍ଟ ହତ୍ୟା ଘଟଣା, ଅଭିଯୁକ୍ତ ବିଜେପି ନେତା ପୁଅଙ୍କ ରିସର୍ଟ ଉପରେ ବୁଲିଲା ବୁଲଡୋଜର

September 24
11:20 2022

ଋଷିକେଶ, ୨୪/୯: ଆଜି ପୁଲିସ ‘ବିଜେପି’ ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କ ମାଲିକାନାରେ ଥିବା ଘରୋଇ ରିସର୍ଟ ପରିସରରୁ ନିଖୋଜ ହୋଇଯାଇଥିବା ୧୯ ବର୍ଷୀୟ ରିସ୍ପେସନିଷ୍ଟଙ୍କ ଶବ ପାଇଛି।
ଗତକାଲି ଗିରଫ ହୋଇଥିବା ୩ ଅଭିଯୁକ୍ତ, ରିସର୍ଟ ମାଲିକ ପୁଲକିତ ଆର୍ଯ୍ୟ, ମ୍ୟାନେଜର୍ ସୌରଭ ଭାସ୍କର ଏବଂ ସହକାରୀ ମ୍ୟାନେଜର ଅଙ୍କିତ ଗୁପ୍ତା ସ୍ବୀକାର କରିଥିଲେ ଯେ, ବ୍ୟକ୍ତିଗତ ବିବାଦ କାରଣରୁ ସେମାନେ ‘ରିସପ୍ସନିଷ୍ଟ୍’ଙ୍କୁ ରିସର୍ଟ ନିକଟରେ ପ୍ରବାହିତ କେନାଲ୍କୁ ଠେଲି ଦେଇଥିଲେ। କେନାଲରେ ବୁଡ଼ି ସେ ପ୍ରାଣ ହରାଇଥିଲେ।
ଆଜି ସକାଳେ ଚିଲ୍ଲା ପାୱାର୍ ହାଉସ୍ ନିକଟରୁ ପୁଲିସ ରିସେପ୍ସନିଷ୍ଟଙ୍କ ଶବ ଉଦ୍ଧାର କରିଛି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ତାଙ୍କର ଶବ ଖୋଜି ବାହାର କରିବା ପାଇଁ ରାଜ୍ୟ ପ୍ରଶାସନ ‘ଷ୍ଟେଟ୍ ଡିଜାଷ୍ଟର୍ ମ୍ୟାନେଜ୍ମେଣ୍ଟ୍ ଫୋର୍ସ’ ମୁତୟନ କରିଥିଲା।
ଶବ ଖୋଜି ବାହାର କରିବା ଲାଗି ଗଙ୍ଗା ନଦୀରେ ଥିବା ପଶୁଲୋକ ବ୍ୟାରେଜ୍ ଖୋଲିବା ପାଇଁ ପୁଲିସ ରାଜ୍ୟ ସରକାଙ୍କୁ କହିଥିଲା।
ସୂଚନାଯୋଗ୍ୟ, ପୁଲକିତ ହେଉଛନ୍ତି ହରିଦ୍ବାରର ‘ବିଜେପି’ ନେତା ବିଦୋଦ ଆର୍ଯ୍ୟଙ୍କ ପୁତ୍ର। ୬ ଦିନ ହେବ ନିଖୋଜ ହୋଇଯାଇଥିବା ୧୯ ବର୍ଷୀୟ ତରୁଣୀ ପୁଲକିତଙ୍କ ‘ବନତାରା ରିସର୍ଟ’ରେ ରିସେପ୍ସନିଷ୍ଟ୍ ଥିଲେ। ସେ ନିଖୋଜ ହୋଇଯାଇଛନ୍ତି ବୋଲି ତାଙ୍କ ପରିବାର ଲୋକେ ଓ ପୁଲକିତ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ, ପରେ ପୁଲିସ ଜାଣିପାରିଥିଲା କି, ପୁଲକିତ ଓ ତାଙ୍କର ଆଉ ଦୁଇଜଣ କର୍ମଚାରୀ ତାଙ୍କୁ ହତ୍ୟା କରିଛନ୍ତି।
ଘଟଣା ଜଣାପଡ଼ିବା ପରେ ଜନସାଧାର ପ୍ରବଳ ପ୍ରତିବାଦ ଆରମ୍ଭ କରିବାରୁ ପୁଲକିତ ଆର୍ଯ୍ୟଙ୍କ ମାଲିକାନାରେ ଉତ୍ତରାଖଣ୍ଡର ଋଷିକେଶସ୍ଥିତ ‘ବନତାରା ରିସର୍ଟ’ ଭଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଥିଲେ। ଆଜି ସକାଳୁ ରିସର୍ଟ ଭଙ୍ଗା ଚାଲିଥିବା କଥା ରାଜ୍ୟ ପ୍ରଶାସନ କହିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031