Indus Valley Times

ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା, ୩ୟ ଦିନରେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି

 Breaking News

ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା, ୩ୟ ଦିନରେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି

ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା, ୩ୟ ଦିନରେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି
January 01
18:10 2023

ଭୁବନେଶ୍ବର/ରାୟଗଡ଼ା,୧/୧: ଦୁଇ ଜଣ ଋଷୀୟ ନାଗରିକ ରାୟଗଡ଼ାର ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ମୃତ୍ୟୁ ଘଟଣାରେ ପୁଲିସ ଡିଜି ସୁନୀଲ କୁମାର ବଂଶଲ ପ୍ରତିକ୍ରିୟା ଦେଇଛନ୍ତି।
ଡିଜିପି ବଂଶଲ କହିଛନ୍ତି ଯେ, ପାଭେଲ୍ ଆନ୍ଥେଭ ଓ ବିଦାନୋଭ ମୃତ୍ୟୁ ଘଟଣାରେ ଦକ୍ଷ ଅଫିସର ତଦନ୍ତ କରୁଛନ୍ତି।ତଏ ଯାଏ କୌଣସି ଫାଉଲ ପ୍ଲେ ନାହିଁ। ଯଦି ଆବଶ୍ୟକ ପଡ଼େ, ପୁଲିସ ଇଣ୍ଟରପୋଲର ସହାୟତା ନେବ। ଋଷୀୟ ନାଗରିକ ଗ୍ଲାଗୋଲେଭ ଆଣ୍ଡ୍ରିଉ ଭଳି ଘଟଣାରେ ଗୁଇନ୍ଦା ବିଭାଗ ଗତିବିଧି ଉପରେ ନଜର ରଖିଛି। ଆବଶ୍ୟକ ହେଲେ ଓଡ଼ିଶା ପୁଲିସ କାର‌୍ୟ୍ୟାନୁଷ୍ଠାନ ନେବ।
ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ଇଣ୍ଟରପୋଲ ସହାୟତା ନେଇପାରେ କ୍ରାଇମବ୍ରାଞ୍ଚ। ପାଭେଲ୍ ଆନ୍ଥେଭଙ୍କ ମୋବାଇଲ୍, ପାସ୍ପୋର୍ଟ, ନଗଦ (ଡଲାର୍) ଜବତ ପରେ ଏହି ଦିଗରେ ଚିନ୍ତା କରୁଛି। ମୃତ୍ୟୁ ପୂର୍ବରୁ ଆନ୍ଥେଭ କାହା ସହ ମୋବାଇଲରେ ଚାଟ୍ କରିଥିଲେ, କାହାକୁ ଇ-ମେଲ୍ କରିଥିଲେ ଏବଂ ଫୋନ୍ କଲର ସବିଶେଷ ତଥ୍ୟ ହାସଲ ପାଇଁ ଇଣ୍ଟରପୋଲ୍ ସହାୟତା ଲୋଡ଼ିବ।
ଏଥି ସହ ଦୁଇ ପର୍ଯ୍ୟଟକ ବିଦାନୋଭ, ଆନ୍ଥେଭଙ୍କ ଶେଷକୃତ୍ୟ ହୋଇଥିବା ସିରିଗୁଡ଼ା ଶ୍ମଶାନରୁ ଶନିବାର ଦିନ ହାଡ଼, ପାଉଁଶ ଜବତ କରିଛି କ୍ରାଇମବ୍ରାଞ୍ଚର ଫରେନସିକ୍ ଟିମ୍। ଖୁବ ଶୀଘ୍ର ହୋଟେଲ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବ ସିବି (ସିଆଇଡି) ଟିମ୍।
କ୍ରାଇମବ୍ରାଞ୍ଚ ଟିମ୍ର ତଦନ୍ତ ଶନିବାର ଦ୍ବିତୀୟ ଦିନରେ ପହଞ୍ଚିଥିବା ବେଳେ ପୁଲିସ୍, ଡାକ୍ତରୀ ଟିମ୍ ଓ ହୋଟେଲ୍ କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛି। ହୋଟେଲର ୩୧୯ ଓ ୪୦୧ନମ୍ବର ରୁମ୍କୁ ଯାଞ୍ଚ କରି ଆଉ କିଛି ସୁରାକ୍ ହାସଲ କରିଛି।
ତଦନ୍ତ ପାଇଁ ଆବଶ୍ୟକ ବିଭିନ୍ନ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ଡିଏସ୍ପି ସରୋଜକାନ୍ତ ମହାନ୍ତ ସୂଚନା ଦେଇଛନ୍ତି। ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଟିମ୍ ଭୁବନେଶ୍ବର ଫେରିଯିବା ସମ୍ଭାବନା ଥିବାରୁ ଆଜି ଟିମ୍ ପୁଣି ହୋଟେଲ୍ କର୍ତ୍ତୃପକ୍ଷ, ଡାକ୍ତରୀ ଟିମ୍ ସହ ଅଲଗା ଅଲଗା ଆଲୋଚନା କରିଛି। ଘଟଣା ପୂର୍ବରୁ ଡିସେମ୍ବର ୧ରୁ ୨୭ତାରିଖ ପର‌୍ୟ୍ୟନ୍ତ ହୋଟେଲକୁ କେଉଁ କେଉଁ ପର‌୍ୟ୍ୟଟକ କେଉଁ ଅଞ୍ଚଳରୁ ଆସିଥିଲେ ତାହାର ରିପୋର୍ଟ ମଧ୍ୟ ସଂଗ୍ରହ କରିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031