Indus Valley Times

ରେଲୱେ ଟ୍ରାକ୍ ଉପରେ ୫୦ ଫୁଟ ଉପରୁ ତଳକୁ ଖସିଲା ହାଇୱା, ଚାପି ହୋଇଗଲେ ଡ୍ରାଇଭର

 Breaking News

ରେଲୱେ ଟ୍ରାକ୍ ଉପରେ ୫୦ ଫୁଟ ଉପରୁ ତଳକୁ ଖସିଲା ହାଇୱା, ଚାପି ହୋଇଗଲେ ଡ୍ରାଇଭର

December 30
18:08 2024

କେନ୍ଦୁଝର, ୩୦/୧୨ : ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସି ରେଳ ଟ୍ରାକ୍ ଉପରେ ପଡ଼ିଲା ଟ୍ରକ୍। ତେବେ କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଗୁରୁବେଡ଼ା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଟ୍ରକ୍ ଭିତରେ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିଲେ। ଫଳରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତେଣୁ ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛି।
ସୂଚନା ଅନୁସାରେ, ସୋମବାର ସକାଳୁ ଏକ ଟ୍ରକ କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଗୁରୁବେଡ଼ା ଛକ ଦେଇ ଯାଉଥିବା ବେଳେ ହଠାତ କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଗୁରୁବେଡ଼ା ଛକ ନିକଟରେ ଖସି ପଡିଥିଲା।
ଯାହାଫଳରେ ଡ୍ରାଇଭର ଟ୍ରକ୍ ଭିତରେ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିବା ଯୋଗୁ ତାଙ୍କର ଦୁଇଟିଯାକ ଗୋଡ଼ ଭାଙ୍ଗିଯାଇଛି। ଖବର ପାଇ ବାମେଵାରୀ ପୋଲିସ ଓ ରେଳ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଅଧ ଘଣ୍ଟାର ପରିଶ୍ରମ ପରେ କଟରରେ କାଟି ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ। ଏହାପରେ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930