Indus Valley Times

ଲକ୍ଷ୍ମୀ ବ୍‌ସର ନବକଳେବର; ନାଁ ସହ ରଙ୍ଗ ବି ବଦଳିଲା

 Breaking News

ଲକ୍ଷ୍ମୀ ବ୍‌ସର ନବକଳେବର; ନାଁ ସହ ରଙ୍ଗ ବି ବଦଳିଲା

ଲକ୍ଷ୍ମୀ ବ୍‌ସର ନବକଳେବର; ନାଁ ସହ ରଙ୍ଗ ବି ବଦଳିଲା
July 02
12:23 2024

ଢେଙ୍କାନାଳ,୨/୭: ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଗମନାଗମନ ପାଇଁ ବିଜେଡି ସରକାର ଆରମ୍ଭ କରିଥିଲା ଲକ୍ଷ୍ମୀବସ୍ ଯୋଜନା। ବିଜେପି ସରକାର ଇତିମଧ୍ୟରେ ଶାସନକୁ ଆସିଛନ୍ତି। ସରକାର ନିର୍ଦ୍ଦେଶ ଦେଇଛନ୍ତି କି ନାହିଁ, ଜଣାନାହିଁ। କିନ୍ତୁ ଦେଖାଯାଇଛି ଯେ ଏ ବସ୍ଗୁଡ଼ିକ ସବୁଜରୁ ଗେରୁଆକୁ ରୂପାନ୍ତରିତ କରାଯାଉଛି।
ଢେଙ୍କାନାଳ ବସ୍ଷ୍ଟାଣ୍ଡ ଭିତରେ ରହିଥିବା ପ୍ରାୟ ୨୮ ଲକ୍ଷ୍ମୀବସ୍କୁ ଏହିପରି ଗେରୁଆ ରଙ୍ଗ କରାଯାଉଛି। ନିର୍ବାଚନରେ ବିଜେଡି ପରାଜିତ ହେବା ପରଦିନ ରାତାରାତି ଲକ୍ଷ୍ମୀବସ୍ଗୁଡ଼ିକରୁ ‘ଶଙ୍ଖ’ ଲୋଗୋ ଷ୍ଟିକର ହଟାଇ ଦିଆଯାଇଥିଲା। ଗତ ଜାନୁଆରି ୩୧ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଚଳାଚଳ ଶୁଭାରମ୍ଭ ହୋଇଥିଲା। ପ୍ରଥମ ପର‌୍ୟ୍ୟାୟରେ ଜିଲ୍ଲାରେ ୬୦ଟି ବସ୍ ୫୩ଟି ରୁଟ୍ରେ ଚାଲିବା ଲାଗି ସ୍ଥିର ହୋଇଥିଲା।
ଏବେ ସୁଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ୨୫ଟି ଲକ୍ଷ୍ମୀବସ୍ ଓ ସଦର ବ୍ଲକ୍ ପାଇଁ ମଧ୍ୟ ୪ଟି ବସ୍ ବିଭିନ୍ନ ଅଞ୍ଚଳକୁ ଚଳାଚଳ କରୁଛି। ସରକାର ପରିବର୍ତ୍ତନ ପରେ ବସ୍ ଚଳାଚଳ କରିବ ନାହିଁ ଚର୍ଚ୍ଚା ହେଉଥିଲା। ହେଲ ବସ୍ଗୁଡ଼ିକ ଚାଲିବା ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ। କିନ୍ତୁ ବସ୍ଗୁଡ଼ିକରୁ ବିଜେଡିର ଦଳୀୟ ଚିହ୍ନକୁ ପରିବର୍ତ୍ତନ କରାଯାଉଛି ବୋଲି କହିଛନ୍ତି।
ତେବେ ଢେଙ୍କାନାଳ ବସ୍ଷ୍ଟାଣ୍ଡରେ ରହୁଥିବା ବସ୍ଗୁଡ଼ିକୁ ଗେରୁଆ ରଙ୍ଗ କରାଯାଉଛି। ଆଜି ୩ଟି ବସ୍ର ରଙ୍ଗ ବଦଳା ଯାଇଛି। ହେଲେ ଏସଂପର୍କରେ ଆର୍ଟିଓଙ୍କ ପାଖରେ କୌଣସି ସୂଚନା ନାହିଁ। ଦାୟିତ୍ୱରେ ରହିଥିବା ଓଏସ୍ଆର୍ଟିସି ମ୍ୟାନେଜର୍ଙ୍କ ପାଖରେ ବି କୌଣସି ସୂଚନା ନାହିଁ। ବସ ରଙ୍ଗ ବଦଳାଇବା ପାଇଁ କିଏ କହିଲା, ତାହା ଜଣାପଡ଼ିନାହିଁ।
ଢେଙ୍କାନାଳ ଓଏସ୍ଆର୍ଟିସି ମ୍ୟାନେଜର ରଶ୍ମିତା ପ୍ରିୟଦର୍ଶନୀ କହିଛନ୍ତି, ଲିଖିତଭାବେ କୌଣସି ସୂଚନା ନାହିଁ। ପରିବହନ ମନ୍ତ୍ରୀ ଯାହା କହିଛନ୍ତି ସେହି ଖବର ଲେଖିଦିଅନ୍ତୁ। ଯଦି ଅଧିକ ସୂଚନା ଆବଶ୍ୟକ ଓଏସ୍ଆର୍ଟିସି ଭୁବନେଶ୍ୱର ସହ ଯୋଗାଯୋଗ କରନ୍ତୁ ବୋଲି ସେ କହିଥିଲେ।
କିନ୍ତୁ କାହା ସହ ଯୋଗାଯୋଗ କରାଯିବ ତାଙ୍କ ନମ୍ବର ଦିଅନ୍ତୁ ମାଗିବାରେ ତାହା ତାଙ୍କୁ ଜଣାନାହିଁ ବୋଲି କହିଥିଲେ। ଢେଙ୍କାନାଳ ଆର୍ଟିଓ ପ୍ରଣୟ କୁମାର ମିଶ୍ର କୁହନ୍ତି, ଲକ୍ଷ୍ମୀବସ୍ ଓଏସ୍ଆର୍ଟିସି ଅଧୀନରେ ରହିଛି। ଏଠି ରହିଥିବା ତାଙ୍କ ମ୍ୟାନେଜର୍ଙ୍କ ସହ ସେ କଥା ହୋଇଛନ୍ତି କିନ୍ତୁ ରଙ୍ଗ ବଦଳିବା ନେଇ ସେ କିଛି କହିନାହାନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031