Indus Valley Times

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ; ସପ୍ତାହେ ଯାଏଁ ଲାଗିରହିବ ବର୍ଷା

 Breaking News

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ; ସପ୍ତାହେ ଯାଏଁ ଲାଗିରହିବ ବର୍ଷା

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ; ସପ୍ତାହେ ଯାଏଁ ଲାଗିରହିବ ବର୍ଷା
September 29
10:13 2023

ଭୁବନେଶ୍ୱର,୨୯/୯: ଉତ୍ତର-ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହା ୪୮ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।
ପରେ ପଶ୍ଚିମବଙ୍ଗ ଉତ୍ତର ଓଡ଼ିଶା ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଏହି ଲଘୁଚାପ କ୍ଷେତ୍ରଟି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ। ଏହା ପ୍ରଭାବରେ ଆସନ୍ତାକାଲି ଅର୍ଥାତ୍ ୩୦ ତାରିଖରୁ ଅକ୍ଟୋବର ୩ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ସମ୍ଭାବ୍ୟ ବର୍ଷା ସ୍ଥିତିକୁ ଦେଖି ଅକ୍ଟୋବର ୧ରୁ ୨ ତାରିଖ ସକାଳ ଯାଏଁ ରାଜ୍ୟର ୧୦ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ଏସବୁ ଜିଲ୍ଲା ଗୁଡ଼ିକ ହେଉଛି, ବଲାଙ୍ଗିର, ସୋନପୁର, ବରଗଡ଼, ସମ୍ବଲପୁର ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ, କେଉଁଝର ଏବଂ ମୟୂରଭଞ୍ଜ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031