Indus Valley Times

ଲଘୁଚାପ ପ୍ରଭାବ: ଆଗାମୀ ୪ ଦିନ କଲବଲ କରିବ କୁହୁଡି

 Breaking News

ଲଘୁଚାପ ପ୍ରଭାବ: ଆଗାମୀ ୪ ଦିନ କଲବଲ କରିବ କୁହୁଡି

ଲଘୁଚାପ ପ୍ରଭାବ: ଆଗାମୀ ୪ ଦିନ କଲବଲ କରିବ କୁହୁଡି
January 20
08:56 2023

ଭୁବନେଶ୍ବର, ୨୦/୧: ଲଘୁଚାପ ପ୍ରଭାବ ଯୋଗୁଁ ଆଗାମୀ କିଛି ଦିନ ପର‌୍ୟ୍ୟନ୍ତ ରାଜ୍ୟର ତାପମାତ୍ରା ବିଶେଷ ହ୍ରାସ ହେବାର ସମ୍ଭାବନା ନାହିଁ। ଆସନ୍ତା ୪ଦିନ ମଧ୍ୟ ଏମିତି ସ୍ଥିତି ଜାରି ରହିବ। କିନ୍ତୁ ଗୁରୁଚାପ ପ୍ରଭାବରେ ଆସନ୍ତାକାଲିକୁ ମିଶାଇ ୨ ଦିନ ରାଜ୍ୟରେ ଘନ କୁହୁଡ଼ି ଦେଖାଯିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। କୋରାପୁଟଠାରେ ଗତକାଲି ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରେକର୍ଡ ହୋଇଥିଲା। ସେହିପରି ବାଲେଶ୍ବରରେ ୧୪.୭ଡିଗ୍ରି ଓ କିରେଇରେ ସର୍ବନିମ୍ନ ୧୪.୫ ଡିଗ୍ରି, କଟକରେ ୧୭.୫ ଡିଗ୍ରି ଓ ଭୁବନେଶ୍ବରରେ ୧୮ ଡିଗ୍ରି ରେକର୍ଡ ହୋଇଥିଲା।
ଅପରପକ୍ଷେ ନୟାଗଡ଼, କଟକ, ଅନୁଗୁଳ, ଫୁଲବାଣୀ ଓ ବଲାଙ୍ଗୀର ଜିଲ୍ଲାରେ ଗତ ରାତି ଓ ଆଜି ସକାଳେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ନୟାଗଡ଼ରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୭୫ ମିଟର, କଟକ, ଅନୁଗୁଳ ଓ ଫୁଲବାଣୀରେ ୧୦୦ ମିଟର ଏବଂ ବଲାଙ୍ଗୀରରେ ୧୫୦ ମିଟର ରହିଥିଲା। ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ଏଣୁ ଏହି ୧୧ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ୨୧ ତାରିଖ ଦିନ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନ ଯଥା ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କନ୍ଧମାଳ ଆଦି ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିବ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031