Indus Valley Times

ଲାଞ୍ଚ ନେଇ ଧରାପଡ଼ିଲେ ପରେ ଗିରଫ ହେଲେ ଉପଜିଲ୍ଲାପାଳ

 Breaking News

ଲାଞ୍ଚ ନେଇ ଧରାପଡ଼ିଲେ ପରେ ଗିରଫ ହେଲେ ଉପଜିଲ୍ଲାପାଳ

June 09
17:00 2025

ଧର୍ମଗଡ଼,୯/୬: କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକ୍‌ମାଙ୍କୁ ଭିଜିଲାନ୍ସ ଗିରଫ କରିଛି। କ୍ରଶର ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। ଏନେଇ ଭିଜିଲାନ୍ସ ସେଲ୍ ଥାନା ପକ୍ଷରୁ ମାମଲା (ନଂ.୬/୨୦୨୫) ରୁଜୁ ହୋଇଥିଲା। ବଡ଼ କଥା ହେଲା, ଭିଜିଲାନ୍ସ ଟିମ୍ ଧର୍ମଗଡ଼ସ୍ଥିତ ଉପଜିଲାପାଳ ଧୀମାନଙ୍କ ସରକାରୀ ଆବାସରୁ ଆଉ ୪୭ ଲକ୍ଷ ଟଙ୍କା ଜବତ କରିଛି। ଭିଜିଲାନ୍ସ ଅଧିକାରୀମାନେ ଧୀମାନଙ୍କୁ ହେପାଜତକୁ ନେଇ ଲାଞ୍ଚ କାରବାର ସଂକ୍ରାନ୍ତରେ ପଚରାଉଚରା କରୁଛନ୍ତି। କ୍ରଶର ମାଲିକ ଜଣକ ଜୟପାଟଣା ଅଞ୍ଚଳର ବୋଲି ଜଣାପଡ଼ିଛି। ବ୍ୟବସାୟିକ ନିୟମରେ ତ୍ରୁଟି ଦର୍ଶାଇ ଧୀମାନ କ୍ରଶର ମାଲିକଙ୍କୁ କିଛିଦିନ ହେବ ଧମକାଉଥିଲେ।
୨୦ ଲକ୍ଷ ଟଙ୍କା ଟଙ୍କା ଲାଞ୍ଚ ନ ଦେଲେ ବ୍ୟବସାୟ ବନ୍ଦ କରିଦେବେ ବୋଲି ଧୀମାନ ଚେତାବନୀ ଦେଉଥିଲେ। କୌଣସି ଉପାୟ ନ ପାଇ ଏ ସଂକ୍ରାନ୍ତରେ ବ୍ୟବସାୟୀ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଧୀମାନ ସାରେ ଅଗ୍ରିମ ୧୦ ଲକ୍ଷ ଟଙ୍କା ନେବାକୁ ତାଙ୍କ ସରକାରୀ ଆବାସକୁ କ୍ରଶର ମାଲିକଙ୍କୁ ଡାକିଥିଲେ। ଲାଞ୍ଚ ଟଙ୍କା ନେଇ ଟେବୁଲ ଡ୍ରରେ ରଖିଥିବାବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା।
ସେଥିରେ ବିଭିନ୍ନ ନୋଟ୍‌ର ୧୦୦ଟିକିଆ ୨୬ଟି ବଣ୍ଡଲ ଥିଲା। ତେବେ ବାସଭବନରୁ ଜବତ ହୋଇଥିବା ୪୭ ଲକ୍ଷ ଟଙ୍କା ମଧ୍ୟ ଲାଞ୍ଚ ଟଙ୍କା ବୋଲି ଭିଜିଲାନ୍ସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ଧୀମାନ ଦୁର୍ନୀତି ଟଙ୍କାକୁ ପ୍ଲଟ୍‌, ଫ୍ଲାଟ୍‌, ନିବେଶ ଆଦିରେ ଠୁଳ କରିଥିବା ଭିଜିଲାନ୍ସ ସନ୍ଦେହ କରୁଛି। ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଦିଗକୁ ନେଇ ଭିଜିଲାନ୍ସ ତାଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍ ଓ କଲ୍ ଡିଟେଲ୍ସ ରିପୋର୍ଟ (ସିଡିଆର୍‌) ଆଦି ଯାଞ୍ଚ କରୁଛି।
ଉଲ୍ଲେଖଯୋଗ୍ୟ, ଧୀମାନଙ୍କ ଘର ତ୍ରିପୁରାର କାଞ୍ଚନପୁର। ତାଙ୍କ ବାପା ସ୍କୁଲ ଶିକ୍ଷକ। ଏନ୍‌ଆଇଟି ଅଗରତାଲାରେ କମ୍ପ୍ୟୁଟର ସାଇନ୍ସରେ ବିଟେକ୍ କରିଥିବା ଧୀମାନ ୨୦୧୭ରେ ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ୍ (ଆଇଏଫ୍‌ଏସ୍‌)ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଓଡ଼ିଶା କାଡାର ପାଇଥିଲେ। ପରେ ସେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ୨୦୨୦ର ସିଭିଲ ସର୍ଭିସ୍ ପରୀକ୍ଷାରେ ସର୍ବଭାରତୀୟସ୍ତରରେ ୪୮୨ତମ ସ୍ଥାନରେ ରହିଥିଲେ। ସେ ଆଇଏଏସ୍ ଟ୍ରେନିଂ ପରେ ୨୦୨୪ ଫେବୃଆରୀରେ ଧର୍ମଗଡ଼ ଉପଜିଲାପାଳ ଭାବେ ନିଯୁକ୍ତି ପାଇଥିଲେ। ଆଇଏଫ୍‌ଏସ୍ ଅଫିସର ଥିବାବେଳେ ସେ ମୟୁରଭଞ୍ଜ ଜିଲା ବାରିପଦାରେ ସହକାରୀ ବନ ସଂରକ୍ଷକ ଦାୟିତ୍ୱରେ ଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31