Indus Valley Times

ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ଦେଲେ ରାଜ୍ୟ ସରକାର

 Breaking News

ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ଦେଲେ ରାଜ୍ୟ ସରକାର

ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ଦେଲେ ରାଜ୍ୟ ସରକାର
December 31
14:08 2024

ଭୁବନେଶ୍ବର, ୩୧/୧୨ : ଦୀର୍ଘ ବର୍ଷର ପରିଶ୍ରମର ଅନ୍ତ ହେବାକୁ ଯାଉଛି। ନୂଆ ସରକାର ନେଇଛନ୍ତି ନୂଆ ନିଷ୍ପତ୍ତି। ଦୀର୍ଘ ବର୍ଷ ହେଲା ଲୋକସେବା ଭବନ ସାମ୍ବାଦିକଙ୍କ ପାଇଁ ନୋ ଏଣ୍ଟ୍ରି ଥିବା ବେଳେ ଏବେ ତାହା ପୁଣି ଥରେ ଉନ୍ମୁକ୍ତ ହେବାକୁ ଯାଉଛି। ଅର୍ଥାତ ପୁଣି ଥରେ ଲୋକସେବା ଭବନ ଗେଟ୍‌ରେ ପ୍ରବେଶ କରି ପାରିବେ ସାମ୍ବାଦିକ । ଏଥିପାଇଁ ନୂଆ ସରକାର ଗ୍ରୀନ୍ ସିଗନାଲ ଦେଇଥିବା ବେଳେ ଖୁବ୍ ଶୀଘ୍ର ଏହା ଲାଗୁ ହେବ ।
କୋଭିଡ ପୂର୍ବରୁ ସାମ୍ବାଦିକମାନେ ସ୍ୱାଭାବିକ ଭାବେ ଲୋକସେବା ଭବନକୁ ତଥ୍ୟ ସଂଗ୍ରହ ନିମନ୍ତେ ଯାଉଥିଲେ। କୋଭିଡ ସମୟରେ ସାମ୍ବାଦିକଙ୍କ ପ୍ରବେଶକୁ ବାରଣ କରାଗଲା। କିନ୍ତୁ କୋଭିଡ ପରେ ବି ଉକ୍ତ ନିୟମକୁ ବଳବତ୍ତର ରଖାଗଲା। ତାହାକୁ ଆଉ ବିଜେଡି ସରକାର ହଟାଇଲେ ନାହିଁ।
ମାତ୍ର ନୂଆ ସରକାର ଆସିବା ପରେ ସାମ୍ବାଦିକଙ୍କ ନୋ ଏଣ୍ଟ୍ରି ଉପରୁ ହଟିଲା କଟାକଣା। ରାଜ୍ୟ ସରକାର ଗତ ୨୬ରେ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ଉଭୟ ସ୍ୱିକୃତୀ ଓ ଅଣ ସ୍ୱିକୃତୀପ୍ରାପ୍ତ ସାମ୍ବାଦିକଙ୍କୁ ମିଳିଛି ପ୍ରବେଶ ଅନୁମତି । ଏନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଉଲ୍ଲେଖ ହୋଇ ନ ଥିବା ବେଳେ ଖୁବ୍ ଶୀଘ୍ର ଏହା ଲାଗୁ ହେବ ବୋଲି ଜଣାଯାଇଛି।
ଏହି ବିଜ୍ଞପ୍ତି ଅନୁଯାୟୀ, ଲୋକସେବା ଭବନରେ ପ୍ରବେଶ କରିବାକୁ ଇଚ୍ଛୁକ ଥିବା ସାମ୍ବାଦିକ ନିଜ ଆଧାର କାର୍ଡ ଦେବେ, ସଂସ୍ଥାର ପରିଚୟପତ୍ର ଦେବେ । ଏହାପରେ ଜଣେ ସାମ୍ବାଦିକ ଓ ଜଣେ ଫଟୋଗ୍ରାଫରଙ୍କୁ ହିଁ ପ୍ରବେଶ ଅନୁମତି ମିଳିବ । ଏହାକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ବେଶା ଉତ୍ସାହ ଖେଳି ଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031