Indus Valley Times

ଶଗଡ ଉପରେ ଓଲଟିଲା ଧାନ ବୋଝେଇ ଟ୍ରକ୍, ସ୍ୱାମୀ-ସ୍ତ୍ରୀ ମୃତ

 Breaking News

ଶଗଡ ଉପରେ ଓଲଟିଲା ଧାନ ବୋଝେଇ ଟ୍ରକ୍, ସ୍ୱାମୀ-ସ୍ତ୍ରୀ ମୃତ

November 24
09:52 2022

ଦେବଗଡ଼,୨୪/୧୧: ଶଗଡ଼କୁ ଧକ୍କା ଦେଇ ଓଲଟି ପଡ଼ିଲା ଟ୍ରକ୍। ଦୁର୍ଘଟଣାରେ ୨ଟି ବଳଦଙ୍କ ସହ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ଏଭଳି ଦୁର୍ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ତିଲେଇବଣି ନିକଟ ୪୯ ନମ୍ବର ଜାତୀୟ ରାଜପଥରେ। ମୃତକମାନେ ହେଲେ ଅସୁରଖୋଲ ଗାଁର ଶରତ ସାହୁ ଓ ତାଙ୍କ ସ୍ତ୍ରୀ ବିଶାଖା ସାହୁ।ଗ୍ଦ ଭଚ୍ଚ
ଆଜି ସକାଳେ ଶରତ ତାଙ୍କ ସ୍ତ୍ରୀ ବିଶାଖା ଶଗଡ଼ ନେଇ ବିଲରେ କାଟି ରଖିଥିବା ଧାନକୁ ଆଣିବାକୁ ଯାଇଥିଲେ। ଏହି ସମୟରେ ତିଲେଇବଣି ଛକରେ ଏକ ଟ୍ରକ୍ ଦ୍ରୁତଗତିରେ ଆସି ଶଗଡ଼ଗାଡ଼ିକୁ ପଛରୁ ଧକ୍କା ଦେଇଥିଲେ। ପରେ ଟ୍ରକ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଶରତ ଓ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଟି ବଳଦ ମଧ୍ୟ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।
ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଗାଡ଼ି ଛାଡ଼ି ସେଠାରୁ ପଳାଇ ଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋକେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ଏହା ସହ ଦୁର୍ଘଟଣାଗସ୍ତ ଟ୍ରକ୍କୁ ଜବତ କରି ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031