Indus Valley Times

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା

 Breaking News

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା

November 04
17:52 2024

କେନ୍ଦୁଝର,/ପାଟଣା, ୪/୧୧: କେନ୍ଦୁଝର ଜିଲା ଓକିଲ ସଂଘ ସଭାପତି ଆଲୋକ ମହାନ୍ତ (ରାଜା) ଏବଂ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରୀନା ନାୟକ ବିଜେଡି ଛାଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ସୋମବାର ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀ ନିବାସଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି।
ନବାଗତ ଦୁଇ ନେତାଙ୍କୁ ଭାରତୀୟ ଜନତା ପାର୍ଟିର କାର‌୍ୟ୍ୟକର୍ତ୍ତାଙ୍କ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ତାଙ୍କ ଯୋଗଦାନରେ ଦଳ ଆଗାମୀ ଦିନରେ କେନ୍ଦୁଝର ଜିଲାରେ ଆହୁରି ଶକ୍ତିଶାଳୀ ହେବ ବୋଲି ଭାଜପା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା କହିଛନ୍ତି।
ଉକ୍ତ ମିଶ୍ରଣ ସମୟରେ ଭାଜପା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଅଜୟ ସାହୁ, ହେମରଞ୍ଜନ ବାରିକ, ପ୍ରିୟବ୍ରତ ଜେନା, ମମିତା ନାଏକ, ଶିବାଜୀ ମହାନ୍ତ ବର୍ମା, ସୁଦର୍ଶନ ନାହାନ୍ତ, ବୁଲୁ ବାରିକ, ନରହରି ମହାନ୍ତ, ପ୍ରୀତିପ୍ରଭା ମହାନ୍ତ, ହୀରାଲାଲ୍ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930