Indus Valley Times

ଶୋଇଥିଲେ ଦମ୍ପତ୍ତି, ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ

 Breaking News

ଶୋଇଥିଲେ ଦମ୍ପତ୍ତି, ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଶୋଇଥିଲେ ଦମ୍ପତ୍ତି, ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ
May 20
10:15 2026

ବାଲେଶ୍ୱର ,୨୦/୫ : ବାଲେଶ୍ୱର ଚକ୍ରଡ଼ା ଗାଁରେ ଅଭାବନୀୟ ଘଟଣା । ସ୍ୱାମୀ-ସ୍ତ୍ରୀ ଶୋଇଥିବା ବେଳେ ନିଆଁ ଲଗାଇଦେଲେ । ଏହି ନିଆଁରେ ପୋଡ଼ି ହୋଇ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସ୍ୱାମୀ-ସ୍ତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଚକ୍ରଡା ଗାଁର ବିଜୟ ବେହେରାଙ୍କ ପରିବାର ରାତିରେ ଖାଇ ସାରି ଶୋଇବାକୁ ଯାଇଥିଲେ । ଏହି ସମୟରେ ମାନେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଘରର କବାଟ ଭାଙ୍ଗି ପଶିଥିଲେ । ଏହାପରେ ସ୍ୱାମୀ-ସ୍ତ୍ରୀ ଶୋଇଥିବା ବିଛଣାରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଯାହାଫଳରେ ବିଜୟ ଏବଂ ତାଙ୍କ ସ୍ତ୍ରୀ ଆରତୀ ଗୁରୁତର ହୋଇପଡିଥିଲେ । ଏହି ଅଗ୍ନିକାଣ୍ଡରେ ଆରତୀଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ି ଯାଇଛି ।
ସେପଟେ ସେମାନଙ୍କ ପାଟି ଶୁଣି ପଡୋଶୀ ଦୌଡି ଆସିଥିଲେ । ଏହାପରେ କବାଟ ଭାଙ୍ଗି ସେମାନଙ୍କ ଉଦ୍ଧାର କରିଥିଲେ । ଠିକ ଏହି ସମୟର ସୁଯୋଗ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ପରେ ପଡୋଶୀ ଘର ଲୋକ ବିଜୟ ଏବଂ ଆରତୀଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ମେଡିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ବିଜୟଙ୍କ ପୁଅ ପପୁ ସଦର ବ୍ଲକ୍ ବଡଧନ୍ଦାଡି ଗାଁର ଜଣେ ଝିଅକୁ ଭଲ ପାଇଥିଲେ । ତାକୁ ନେଇ ଫେରାର ହୋଇଯାଇଥିବାରୁ ଝିଅ ଘର ଲୋକେ ଏଭଳି ଅମାନବୀୟ ଘଟଣା ଘଟାଇଥାଇପାରନ୍ତି ବୋଲି ଅନୁମାନ କରୁଛନ୍ତି ପରିବାର ଲୋକେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930