Indus Valley Times

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ସିଏମ୍ଓ ପକ୍ଷରୁ ଟ୍ବିଟ୍, ‘ମହାପ୍ରଭୁଙ୍କ ଇଚ୍ଛାରେ ୪୬ ବର୍ଷ ପରେ ଖୋଲାଗଲା ରତ୍ନଭଣ୍ଡାର

 Breaking News

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ସିଏମ୍ଓ ପକ୍ଷରୁ ଟ୍ବିଟ୍, ‘ମହାପ୍ରଭୁଙ୍କ ଇଚ୍ଛାରେ ୪୬ ବର୍ଷ ପରେ ଖୋଲାଗଲା ରତ୍ନଭଣ୍ଡାର

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ସିଏମ୍ଓ ପକ୍ଷରୁ ଟ୍ବିଟ୍, ‘ମହାପ୍ରଭୁଙ୍କ ଇଚ୍ଛାରେ ୪୬ ବର୍ଷ ପରେ ଖୋଲାଗଲା ରତ୍ନଭଣ୍ଡାର
July 14
14:49 2024

ପୁରୀ, ୧୪/୭: ମହତ ଉଦ୍ଦେଶ୍ୟ ନେଇ ଠିକ୍ ୧ଟା ୨୮ ମିନିଟରେ ଖୋଲାଗଲା ବହୁ ପ୍ରତୀକ୍ଷିତ ମହାପ୍ରଭୁଙ୍କ ରତ୍ନଭଣ୍ଡାର। ବାହାର ରତ୍ନଭଣ୍ଡାରକୁ ଖୋଲାଯାଇଛି। ଏବେ ରତ୍ନଭଣ୍ଡାର ମଧ୍ୟରେ ୧୧ଜଣିଆ ସଦସ୍ୟ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲେଖିଛନ୍ତି, ଜୟ ଜଗନ୍ନାଥ ହେ ମହାପ୍ରଭୁ! ତୁମେ ଲୀଳାମୟ। ତୁମ ଇଚ୍ଛାରେ ଏ ସାରା ସଂସାର ଆତଯାତ ହେଉଛି। ତୁମେ ଓଡ଼ିଆ ଜାତିର ହୃତ୍ ସ୍ପନ୍ଦନ। ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ଶ୍ରେଷ୍ଠ ପରିଚୟ। ତୁମ ଇଚ୍ଛାରେ ଓଡ଼ିଆ ଜାତି ଆଜି ତାର ଅସ୍ମିତାର ପରିଚୟକୁ ନେଇ ଆଗକୁ ବଢ଼ିବାକୁ ଉଦ୍ୟମ ଆରମ୍ଭ କରିଛି।
ତୁମ ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିଲା। ତୁମ ଇଚ୍ଛାରେ ୪୬ ବର୍ଷ ପରେ ଆଜି ଏକ ମହତ୍ ଉଦ୍ଦେଶ୍ୟ ନେଇ ରତ୍ନ ଭଣ୍ଡାର ଖୋଲାଗଲା। ଏ ମହାନ୍ କାର‌୍ୟ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ। ତୁମ ଆଶୀର୍ବାଦରେ ପ୍ରତ୍ୟେକ ଓଡ଼ିଆ ଜାତି, ଗୋଷ୍ଠୀ, ବର୍ଣ୍ଣ ଓ ସର୍ବୋପରି ରାଜନୀତିର ଭେଦକୁ ଭୁଲି ଆଧ୍ୟାତ୍ମିକ ଓ ଭୌତିକ ଜଗତରେ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିବାକୁ ଅଗ୍ରସର ହେଉ, ଏତିକି ପ୍ରାର୍ଥନା। ଜୟ ଜଗନ୍ନାଥ
ଏଣେ ପୁରୀରେ ପହଞ୍ଚିଛି ୬ଟି ସିନ୍ଦୁକ। ରବିବାର ରତ୍ନଭଣ୍ଡାରର ଅଳଙ୍କାରକୁ ରଖିବା ପାଇଁ ପୁରୀରେ ପହଞ୍ଚିଛି ୬ଟି ସିନ୍ଦୁକ। ତେବେ ପ୍ରାଥମିକ ସୂଚନା ମୁତାବକ, ଶାଗୁଆନ୍ କାଠରେ ଏହି ସିନ୍ଦୁକକୁ ପ୍ରସ୍ତୁତ କରାଯାଇଛି। ତା ସହ ଏଥିରେ ପିତ୍ତଳର ଲେପ ମଧ୍ୟ ଦିଆଯାଇଛି। ରତ୍ନଭଣ୍ଡାରର ଅଳଙ୍କାର ସବୁକୁ ଏହି ସିନ୍ଦୁକରେ ରଖାଯିବ ବୋଲି କୁହାଯାଉଛି। ବର୍ତ୍ତମାନ ଏହି ସିନ୍ଦୁକକୁ ଶ୍ରୀମନ୍ଦିର ଭିତରକୁ ନିଆଯାଉଛି। ଏଥିସହ ତାଲା ଭାଙ୍ଗିବାକୁ କଟର୍ ମେସିନ୍ ମଧ୍ୟ ଯାଇଛି।
ଅନ୍ୟପଟେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀମନ୍ଦିର ଭିତରକୁ ଯାଇଛି ତଦାରଖ କମିଟି। କମିଟିର ସଦସ୍ୟମାନେ ବର୍ତ୍ତମାନ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି। ତେବେ ପାରମ୍ପରିକ ପୋଷାକରେ ସଦସ୍ୟମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି । ପ୍ରଥମେ ପତିତପାବନଙ୍କ ପାଖରେ ପୂଜାର୍ଚ୍ଚନ କରିବା ପରେ, ଟିମ୍ ମନ୍ଦିର ଭିତରେ ପ୍ରବେଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930