Indus Valley Times

ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ୪୯ତମ କ୍ୱାଲିଟି କଣ୍ଟ୍ରୋଲ ସର୍କଲ୍ ଅନ୍ତର୍ଜାତୀୟ ସମ୍ମିଳନୀରେ ଚମକିଲା ଟିପିଏନ୍‌ଓଡିଏଲ୍

 Breaking News

ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ୪୯ତମ କ୍ୱାଲିଟି କଣ୍ଟ୍ରୋଲ ସର୍କଲ୍ ଅନ୍ତର୍ଜାତୀୟ ସମ୍ମିଳନୀରେ ଚମକିଲା ଟିପିଏନ୍‌ଓଡିଏଲ୍

ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ୪୯ତମ କ୍ୱାଲିଟି କଣ୍ଟ୍ରୋଲ ସର୍କଲ୍ ଅନ୍ତର୍ଜାତୀୟ ସମ୍ମିଳନୀରେ ଚମକିଲା ଟିପିଏନ୍‌ଓଡିଏଲ୍
November 24
22:23 2024

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୨୪/୧୧: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ୨୦୨୪ ନଭେମ୍ବର ୧୧ରୁ ୧୪ ପର୍ଯ୍ୟନ୍ତ ଶ୍ରୀଲଙ୍କାର କଲମ୍ବୋଠାରେ ଅନୁଷ୍ଠିତ ୪୯ତମ କ୍ୱାଲିଟି କଣ୍ଟ୍ରୋଲ ସର୍କଲ୍ ଅନ୍ତର୍ଜାତୀୟ ସମ୍ମିଳନୀ (ଆଇସିକ୍ୟୁସିସି-୨୦୨୪)ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ପ୍ରତିଯୋଗିତାରେ ୧୪ଟି ଦେଶର ୧୦୮୩ଟି ଦଳ ଅଂଶଗ୍ରହଣ କରି ବିଶ୍ୱର ବିଭିନ୍ନ ସଂଗଠନର ପ୍ରତିନିଧିତ୍ୱ କରିଥିଲେ ।
ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଟିପିଏନ୍‌ଓଡିଏଲ୍‌ର ସମସ୍ତ ୫ଟି ଦଳକୁ ସମ୍ମାନଜନକ ଗୋଲ୍ଡ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ଏହି ଉଲ୍ଲେଖନୀୟ ସଫଳତା କମ୍ପାନୀର ଗୁଣବତା ଏବଂ ଏହାର କାର୍ଯ୍ୟରେ ନିରନ୍ତର ଉନ୍ନତି ପାଇଁ ପ୍ରତିବଦ୍ଧତାକୁ ଦର୍ଶାଉଛି ।
ଆଇସିକ୍ୟୁସିସି ୨୦୨୪ରେ ଟିପିଏନ୍‌ଓଡିଏଲ୍‌ର ସଫଳତା ସମ୍ପୃକ୍ତ ଦଳଗୁଡ଼ିକର କଠିନ ପରିଶ୍ରମ ଏବଂ ସମର୍ପଣକୁ ପ୍ରତିଫଳିତ କରୁଛି ଯାହା ସମଗ୍ର ଟିପିଏନ୍‌ଓଡିଏଲ୍ ପରିବାରକୁ ବିଶ୍ୱ ସ୍ତରରେ ଗର୍ବିତ କରିପାରିଛି ।
ଏହି ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଟିପିଏନ୍‌ଓଡିଏଲ୍‌ର ସିଇଓ ଦ୍ୱିଜଦାସ ବସକ କହିଛନ୍ତି ଯେ, “ଆଇସିକ୍ୟୁସିସି ୨୦୨୪ରେ ଆମ ଦଳର ଅବିଶ୍ୱସନୀୟ ପ୍ରଦର୍ଶନ ପାଇଁ ଆମେ ଅତ୍ୟନ୍ତ ଗର୍ବିତ । ସମସ୍ୟା ସମାଧାନରେ ସେମାନଙ୍କର ସମର୍ପଣ ଏବଂ ଉତ୍କର୍ଷତା କେବଳ ସେମାନଙ୍କୁ ଗୋଲ୍ଡ ଆୱାର୍ଡ ପ୍ରଦାନ କରିନାହିଁ ବରଂ ବିଶ୍ୱସ୍ତରୀୟ ଗୁଣାତ୍ମକ ମାନ ପ୍ରତି ଟିପିଏନ୍‌ଓଡିଏଲ୍‌ର ପ୍ରତିବଦ୍ଧତାକୁ ମଧ୍ୟ ପ୍ରଦର୍ଶନ କରିଛି ।
ଏହି ସଫଳତା ଆମର ନିରନ୍ତର ଉନ୍ନତି ଏବଂ ଗ୍ରାହକମାନଙ୍କୁ ଅସାଧାରଣ ସେବା ପ୍ରଦାନ କରିବାର ଲକ୍ଷ୍ୟକୁ ସୁଦୃଢ଼ କରୁଛି । ଉଲ୍ଲେଖନୀୟ ପ୍ରୟାସ ପାଇଁ ମୁଁ ଦଳର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଉଛି ।
ଆଇସିକ୍ୟୁସିସି ୨୦୨୪ରେ ଟିପିଏନ୍‌ଓଡିଏଲ୍‌ର ଉଲ୍ଲେଖନୀୟ ସଫଳତା ଶକ୍ତି କ୍ଷେତ୍ରରେ ଏକ ଅଗ୍ରଣୀ ସଂସ୍ଥା ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ସହିତ ପରିଚାଳନାଗତ ଉତ୍କର୍ଷତା ଏବଂ ଅଭିନବତା ଉପରେ ଗୁରୁତ୍ୱ ଦେଉଛି ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031