Indus Valley Times

ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ରାଗିଂ କଲେ ନବମ ଶ୍ରେଣୀ ଛାତ୍ର, ବ୍ଲେଡରେ କାଟିଲେ ଆଉ କ୍ଷତରେ ଲୁଣ ମାରି କଠୋରୀରେ ବନ୍ଦ ରଖିଲେ

 Breaking News

ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ରାଗିଂ କଲେ ନବମ ଶ୍ରେଣୀ ଛାତ୍ର, ବ୍ଲେଡରେ କାଟିଲେ ଆଉ କ୍ଷତରେ ଲୁଣ ମାରି କଠୋରୀରେ ବନ୍ଦ ରଖିଲେ

ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ରାଗିଂ କଲେ ନବମ ଶ୍ରେଣୀ ଛାତ୍ର, ବ୍ଲେଡରେ କାଟିଲେ ଆଉ କ୍ଷତରେ ଲୁଣ ମାରି କଠୋରୀରେ ବନ୍ଦ ରଖିଲେ
April 03
20:31 2025

ଉଦଳା,୩/୪: ଛୋଟ ପିଲା ବୟସରେ ଭୟଙ୍କର ବ୍ୟବହାର। ର଼୍ୟାଗିଂ କରିବାକୁ ଯାଇ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଦେହକୁ ବ୍ଲେଡରେ କାଟିଲେ। ପରେ କ୍ଷତରେ ଲୁଣ ମାରି ବନ୍ଦ କଠୋରୀରେ ଦେଲେ ନିର୍ଯ୍ୟାତନା। ଖୁଣ୍ଟା ଥାନା ବାସିପିଠା ଏସଏସଡି ହାଇସ୍କୁଲରୁ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ଏହି ଘଟଣା ଅନେକଙ୍କୁ ଚକିତ କରିଥିବା ବେଳେ ଏହାକୁ ନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଛି।
ସୂଚନାନୁଯାୟୀ, ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ବାରିପଦା ଭୁଗୁଡାକଟା ଅଞ୍ଚଳର ଷଷ୍ଠ ଶ୍ରେଣୀ ଛାତ୍ର ଦୀପଙ୍କର ବେହେରାଙ୍କୁ ହଷ୍ଟେଲରେ ରହୁଥିବା ନବମ ଶ୍ରେଣୀ ଛାତ୍ରମାନେ ର଼୍ୟାଗିଂ କରିଛନ୍ତି। ନବମ ଶ୍ରେଣୀ ଛାତ୍ରମାନେ ବସି ହଷ୍ଟେଲରେ ମଦ ପିଉଥିବା ଏହି ଷଷ୍ଠ ଶ୍ରେଣୀ ଛାତ୍ର ଜଣକ ଦେଖିନେଇଥିଲେ। ଏ ନେଇ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ।
ଯାହା ପରେ ନବମ ଶ୍ରେଣୀ ଛାତ୍ରମାନେ ତାକୁ ପରଦିନ ଏକ ରୁମ ଭିତରେ ଅଟକାଇବା ସହିତ ଲୁହା ରଡ଼ରେ ମାଡ଼ ମାରିଥିଲେ। ବିଧା, ଗୋଇଠା ମାରିବା ସହିତ ବ୍ଲେଡରେ ହାତର ଅନେକ ଜାଗାକୁ କାଟିଥିଲେ। କଟା ଯାଇଥିବା ସ୍ଥାନରେ ଲୁଣ ମାରି ନିର୍ଯ୍ୟାତନା ଦେଇଥିଲେ।
କେବଳ ସେତିକି ନୁହେଁ ଛାତ୍ରମାନେ ଛୁରୀ ଦେଖାଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଏନେଇ ଛାତ୍ରଜଣଙ୍କ ତାଙ୍କ ପରିବାରଲୋକଙ୍କୁ ଜଣାଇବା ପରେ ଦୀପଙ୍କରଙ୍କ ବାପା ଏନେଇ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930