Indus Valley Times

ସତର୍କ! ଏଣିକି ଅତି ନିରାପତା ପଞ୍ଜିକରଣ ନମ୍ବର ପୁରୁଣା ଗାଡି ପାଇଁ ବଧ୍ୟତାମୂଳକ

 Breaking News

ସତର୍କ! ଏଣିକି ଅତି ନିରାପତା ପଞ୍ଜିକରଣ ନମ୍ବର ପୁରୁଣା ଗାଡି ପାଇଁ ବଧ୍ୟତାମୂଳକ

ସତର୍କ! ଏଣିକି ଅତି ନିରାପତା ପଞ୍ଜିକରଣ ନମ୍ବର ପୁରୁଣା ଗାଡି ପାଇଁ ବଧ୍ୟତାମୂଳକ
May 28
11:47 2022

ଭୁବନେଶ୍ବର,୨୮/୫ : ଏଣିକି ଅତି ନିରାପତା ପଞ୍ଜିକରଣ ନମ୍ବର ଆଉ (ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍) ଫ୍ଲେଟ୍ ବିନା କୌଣସି ଗାଡ଼ି ରାସ୍ତାରେ ଗଡ଼ିପାରିବ ନାହିଁ। ଏଣିକି ନୂଆ ପୁରୁଣା ସମସ୍ତ ଗାଡ଼ି ଏହି ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟ। ୨୦୧୯ ମସିହାରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ୍ ବ୍ୟବହାର ହେଉଥିବା ବେଳେ ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକରେ ପୁରୁଣା ନମ୍ବର ପ୍ଲେଟ୍ ରହିଛି। କିନ୍ତୁ ଏବେ ଆଉ ପୁରୁଣା ନମ୍ବର ପ୍ଲେଟ୍ ଚଳିବ ନାହିଁ। ନୂଆ ନମ୍ବର ପ୍ଲେଟ୍ ବ୍ୟବହାରକୁ ରାଜ୍ୟ ପରିବହନ କର୍ତୃପକ୍ଷ ବାଧ୍ୟତାମୂଳକ କରିଛନ୍ତି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଡ଼ିରେ ଏହି ନୂଆ ନମ୍ବର ପ୍ଲେଟ୍ ଲଗାଇବାକୁ କଡ଼ା ନିର୍ଦେଶ ରହିଛି।
ତେବେ ଏହି ନମ୍ବର ପ୍ଲେଟ୍ ଯୋଗାଇବା ପାଇଁ ସାରା ଦେଶରେ ୪୫ଟି ସ୍ବୀକୃତିପ୍ରାପ୍ତ ସଂସ୍ଥା ଥିବା ବେଳେ ଓଡ଼ିଶା ପାଇଁ ୪ଟି ସଂସ୍ଥା ରହିଛି। ସେହିଭଳି ନମ୍ବର ଆବେଦନ ପାଇଁ ସ୍ବତନ୍ତ୍ର ପୋର୍ଟାଲ୍ ଆପ୍ ରଖାଯାଇଛି। ଏସ୍ଆଇଏଏମ୍ ପୋର୍ଟାଲ୍(ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମାନୁଫ୍ୟାକ୍ଚର୍ସ)ରେ ଆବେଦନ କରିବାକୁ ହେବ। ଆବେଦନ ସମୟରେ ଗାଡ଼ି ଓ ଉକ୍ତ କମ୍ପାନି ବାବଦରେ ଉଲ୍ଲେଖ କରିବା ପରେ ଏଚ୍ଏସ୍ଆର୍ପି ନମ୍ବର ପ୍ଲେଟ୍ କେଉଁ ଭେଣ୍ଡରଙ୍କ ପାଖରେ ହୋଇପାରିବ, ଏହାର କେଉଁଠି କେଉଁଠି ଶାଖା ରହିଛି, ତାହା ପ୍ରଦର୍ଶିତ ହେବ। ଗାଡ଼ିମାଲିକ ସେମାନଙ୍କ ସୁବିଧା ମୁତାବକ ଏଜେନ୍ସି ବାଛିବେ। ହେଲେ ଅନ୍ୟ କୌଣସି ରାଜ୍ୟର ଗାଡ଼ିର ଏଚ୍ଏସ୍ଆର୍ପି ପ୍ଲେଟ୍ ଓଡ଼ିଶାରେ ମିଳିବ ନାହିଁ। ଯେଉଁମାନେ ଏନ୍ଓସି(ନୋ ଅବ୍ଜେକ୍ସନ ସାର୍ଟିଫିର୍କେଟ୍) ଆଣିଥିବେ, ସେମାନେ ଅନ୍ୟମାନଙ୍କ ଭଳି ଏଠାରେ ଆବେଦନ କରିପାରିବେ। ଆବେଦନର ସପ୍ତାହକ ମଧ୍ୟରେ ଏହି ନମ୍ବର ପ୍ଲେଟ ମିଳିବ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031