Indus Valley Times

ସତ୍ୟନଗର ମଶାଣିରୁ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କ ଅର୍ଦ୍ଧଦଗ୍ଧ ଶବ ଜବତ

 Breaking News

ସତ୍ୟନଗର ମଶାଣିରୁ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କ ଅର୍ଦ୍ଧଦଗ୍ଧ ଶବ ଜବତ

November 09
19:11 2024

ଭୁବନେଶ୍ୱର, ୯/୧୧ : ପରିବାର ଓ ସମ୍ପର୍କୀୟ ଜଣାଇଲେ ନାହିଁ। ତରବରିଆ ଭାବେ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କ ମୃତଦେହକୁ ଶଶ୍ମାନରେ ପୋଡ଼ି ଦେଉଥିଲେ ତାଙ୍କ ବୋହୂ। ପରିବାର ଲୋକଙ୍କଠାରୁ ଅଭିଯୋଗ ପାଇ ପୁଲିସ୍ ଶ୍ମଶାନରେ ପହଞ୍ଚି ନିଆଁ ଲିଭାଇ ଦରପୋଡ଼ା ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆଜି ମଧ୍ୟରେ ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି।
ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ହେଉଛନ୍ତି ଅଜୟ କୁମାର ଜେନା। ତାଙ୍କ ଧର୍ମପତ୍ନୀ ତଥା କ୍ୟାପାଟାଲ୍ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ହେଉଛନ୍ତି ଅଶ୍ରୁକଣା ପ୍ରଧାନ। ସେ ତାଙ୍କ ବୋହୂଙ୍କ ସହିତ ଭୁବନେଶ୍ୱରରେ ରହୁଥିଲେ। ବୋହୂଙ୍କ ଅଭିଯୋଗ ଅନୁସାରେ ଆଜି ସକାଳେ ଶାଶୂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା।
ତେଣୁ ତାଙ୍କୁ ସଙ୍ଗେ ସଙ୍ଗେ ଏକ କ୍ଲିନିକକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିୟମ ଅନୁସାରେ ଘଟଣା ମୃତଦେହକୁ ପୋଷ୍ଟମର୍ଟମ କରିବା କଥା। ହେଲେ ମୃତ ଅଶ୍ରୁକଣାଙ୍କ ବୋହୂ ପୋଷ୍ଟମର୍ଟମ ନକରି ମୃତଦେହ ଧରି ସତ୍ୟନଗର ଶ୍ମଶାନକୁ ଚାଲି ଆସିଥିଲେ। ସେଠାରେ ଦାହ କରି ଦେଉଥିଲେ। ହେଲେ ଏ ସମ୍ପର୍କରେ ନିଜ ସମ୍ପର୍କୀୟଙ୍କୁ ଜଣାଇନଥିଲେ।
ତେବେ ଭୁବନେଶ୍ୱରରେ ରହୁଥିବା ମୃତ ଅଶ୍ରୁକଣାଙ୍କ ସାନ ଭଉଣୀ ଏ ସମ୍ପର୍କରେ ଜାଣିପାରିଥିଲେ। ସେ ସଙ୍ଗେ ସଙ୍ଗେ ସ୍ୱାମୀଙ୍କୁ ଧରି ସତ୍ୟନଗର ଶ୍ମଶାନରେ ପହଞ୍ଚିଥିଲେ। ସେତେବେଳେ ବଡ଼ ଭଉଣୀଙ୍କ ଜୁଇ ଜଳୁଥିବା ଦେଖିବାକୁ ପାଇଥିଲେ। ହେଲେ ବୋହୂଙ୍କ ଛଡ଼ା ଜୁଇ ପାଖରେ ଆଉ କେହି କୁଆଡେ ନଥିଲେ। ତେଣୁ ସେ ସଙ୍ଗେ ସଙ୍ଗେ ଖାରବେଳ ନଗର ଥାନାକୁ ଖବର ଦେଇଥିଲେ। ପୁଲିସ୍ ଶ୍ମଶାନରେ ପହଞ୍ଚି ଜୁଇରେ ନିଆଁ ଲିଭାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ନିୟମ ଅନୁସାରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ କହିଛି।
ଅନ୍ୟପକ୍ଷରେ ମୃତ ଅଶ୍ରୁକଣାଙ୍କ ସାନ ଭଉଣୀ ନିଜ ପୁତୁରା ବୋହୂଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସେ କହିଛନ୍ତି, ଉଭୟ ଭଉଣୀ ଭୁବନେଶ୍ୱରରେ ରହୁଥିଲେ। ହେଲେ ନିଜ ବଡ଼ ଭଉଣୀକୁ ଭେଟିବାକୁ ଦେଉନଥିଲେ ନିଜର ପୁତୁରା ବୋହୂ। ବଡ଼ ଭଉଣୀ ଅଶ୍ରୁକଣାଙ୍କୁ ସେ(ପୁତୁରା ବୋହୂ) ଘରେ ତାଲା ପକାଇ ରଖୁଥିଲେ। କାହା ସହିତ ମିଶିବାକୁ ଦେଉନଥିଲେ। ମାଡ଼ ମାରୁଥିଲେ। ଖାଇବାକୁ ଦେଉନଥିଲେ। ସିଏ ତରବରିଆ ଭାବେ ପୋଡି ଦେଉଥିବାରୁ ଆମର ସନ୍ଦେହ ହେଉଛି। ମୋ ଭଉଣୀକୁ ମାରି ପୋଡ଼ି ଦେବାକୁ ଉଦ୍ୟମ କରୁଥିଲା। ଘଟଣାର ତଦନ୍ତ ହେଲେ ସବୁ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ମୃତ ଅଶ୍ରୁକଣାଙ୍କ ସାନ ଭଉଣୀ କହିଛନ୍ତି।
ଅନ୍ୟପକ୍ଷରେ ମୃତ ଅଶ୍ରୁକଣାଙ୍କ ବୋହୂ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋ ଶାଶୁ ମୋ ପାଖରେ ରହିଥିଲେ। ଦେହ ଖରାପ ହେଲା ବୋଲି କ୍ଲିନିକ ନେଇଥିଲେ। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ସମ୍ପର୍କୀୟଙ୍କୁ ଜଣାଇଥିଲି। ପରେ ମୃତଦେହକୁ ସତ୍କାର କରିବା ପାଇଁ ଶ୍ମଶାନକୁ ଆଣିଥିଲି। ଭୁବନେଶ୍ୱରରେ ମୃତଦେହ ବ୍ୟବଚ୍ଛେହ ହୁଏ ବୋଲି ମୁଁ ଜାଣିନି ବୋଲି ବୋହୂ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930