Indus Valley Times

ସଦୈଵ ସ୍ମରଣୀୟ ହୋଇ ରହିବେ ସାହିତ୍ୟିକ ତଥା ଶିକ୍ଷାବିତ ଡ଼.ପ୍ରଫୁଲ୍ଲ କୁମାର ବିଶ୍ବାଳ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି:ଲୋକାର୍ପିତ ହେଲା ‘ସ୍ମୁତିରେଣୁ’

 Breaking News

ସଦୈଵ ସ୍ମରଣୀୟ ହୋଇ ରହିବେ ସାହିତ୍ୟିକ ତଥା ଶିକ୍ଷାବିତ ଡ଼.ପ୍ରଫୁଲ୍ଲ କୁମାର ବିଶ୍ବାଳ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି:ଲୋକାର୍ପିତ ହେଲା ‘ସ୍ମୁତିରେଣୁ’

May 04
22:35 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୪/୫ : ଖୋରଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ବାଣିଜ୍ୟ ବିଭାଗର ପ୍ରାଧ୍ୟାପକ ତଥା କଂଟାବାଡ଼ ରମାମଣି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ସାହିତ୍ୟିକ ଡ.ପ୍ରଫୁଲ୍ଲ କୁମାର ବିଶ୍ୱାଳଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ମୃତିସଭା ଜେମାଦେଇ ମୁନିସିପାଲିଟି କଲ୍ୟାଣ ମଣ୍ଡପଠାରେ ଶିକ୍ଷାବିତ୍ ଭୀମସେନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।
ପ୍ରଥମେ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ନୀରବ ପ୍ରାର୍ଥନା କରାଯାଇଥିଲା। ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ଡ. ରବି ନାରାୟଣ ସୁବୁଦ୍ଧିଙ୍କ ଆବାହକତ୍ବରେ ସ୍ମୃତିଚାରଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡ. ବିଶ୍ବାଳଙ୍କ ଛାତ୍ର ସାମ୍ବାଦିକ ସମରେନ୍ଦ୍ର ବଳିଆରସିଂହ।
ଏହି ଅବସରରେ ପ୍ରାକ୍ତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଖୋର୍ଦ୍ଧା ପୌର ପରିଷଦର ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ପ୍ରଫେସର ଲକ୍ଷ୍ମୀଧର ଶ୍ରୀଚନ୍ଦନ, ଐତିହାସିକ ସତ୍ୟବାଦୀ ବଳିଆରସିଂହ, ପ୍ରଫେସର ଜନ ରଂଜନ ମହାପାତ୍ର, ପ୍ରଫେସର ଡ.ଏମ୍.ଭୀମା ରାଓ, ପ୍ରଫେସର ସୁଧୀର କୁମାର କର, ଅଧ୍ୟାପକ ପ୍ରଦୀପ କୁମାର ହରିଚନ୍ଦନ, ପୌର ପରିଷଦ ଉପାଧ୍ୟକ୍ଷ ଶୌର‌୍ୟ୍ୟ ରଂଜନ ମହାନ୍ତି, ରଶ୍ମୀ ରଞ୍ଜନ ମହାପାତ୍ର, ସପନ ମହାନ୍ତି, ଡ଼. ସନ୍ତୋଷ କୁମାର ମିଶ୍ର, ଡ଼.ଗଙ୍ଗାଧର ଦାଶ, ଡ଼.ଦେବେନ୍ଦ୍ର କୁମାର ବେହେରା, ମେଜର ଦୁଷ୍ମନ୍ତ କୁମାର ରାଉତରାୟ, ପ୍ରଫୁଲ୍ଲ କୁମାର ଦାଶ, ଡ଼.ପତିତ ପାବନ ଦଳାଇ, ଭବାନୀ ପ୍ରସାଦ କର, ମନୋରଂଜନ ନାୟକ, ପୁରବି ଶ୍ରୀଚନ୍ଦନ, ସୁନୀଲ ବୋଷ, ସୁରେଶ ବିଶ୍ୱାଳ, ତପନ ମହାପାତ୍ର, ଜ୍ୟୋତିରଂଜନ ରାୟ ପ୍ରମୁଖ ତାଙ୍କର ଗୁଣାବଳୀ ବର୍ଣ୍ଣନା କରି ଡ. ବିଶ୍ବାଳ ଜଣେ ଛାତ୍ରବତ୍ସଳ ଶିକ୍ଷକ, ଦକ୍ଷ ସଙ୍ଗଠକ ଓ ଅନେକ ସାରସ୍ୱତ କୃତୀ ରଚନା କରି ଓଡ଼ିଆ ଭାଷା ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି ବୋଲି ମତ ଦେଇଥିଲେ। ଇଂରାଜୀ ଭାଷାରେ ମଧ୍ୟ ସେ ଅତ୍ୟନ୍ତ ଦକ୍ଷ ଥିଲେ।
ପ୍ରାଣନାଥ ମହାବିଦ୍ୟାଳୟ ସ୍ବୟଂଶାସିତ ହେବାରେ ତାଙ୍କର ବଡ଼ ଭୂମିକା ରହିଥିଲା ବୋଲି ବକ୍ତାମାନେ କହିଥିଲେ ।
ଏହି ପରିପ୍ରେକ୍ଷୀରେ ‘ସ୍ମୃତିରେଣୁ’ ନାମକ ଏକ ସ୍ମରଣିକା ଲୋକାର୍ପିତ ହୋଇଥିଲା। ପୁତ୍ର ଆୟନ କୁମାର ବିଶ୍ୱାଳ, ସାହିତ୍ୟିକ ତୁଷାର ପାଲଟାସିଂହ, ଦୀପକ ଶ୍ରୀଚନ୍ଦନ, କନ୍ୟା ଶୁଭଲକ୍ଷ୍ମୀ ବିଶ୍ୱାଳ ଓ ଜାମାତା ଲିଟୁ, ଅନିନ୍ଦିତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଫେସର ଡ଼.ତତ୍ତ୍ବମସୀ ପାଲଟାସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031