Indus Valley Times

ସନାତନ ଧର୍ମ ବିବାଦ: ପୁଅ ପାଇଁ ଆଗକୁ ଆସିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

 Breaking News

ସନାତନ ଧର୍ମ ବିବାଦ: ପୁଅ ପାଇଁ ଆଗକୁ ଆସିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

ସନାତନ ଧର୍ମ ବିବାଦ: ପୁଅ ପାଇଁ ଆଗକୁ ଆସିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ
September 07
20:40 2023

ଚେନ୍ନାଇ,୭/୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିରୋଧରେ ବିବାଦୀୟ ବୟାନକୁ ନେଇ ଦେଶରେ ବିବାଦ ସୃଷ୍ଟି ହୋଇଛି।
କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ନିଜ ପୁଅ ସପକ୍ଷରେ ବାହାରିଛନ୍ତି । ଅନୁସୂଚିତ ଜାତି, ଜନଜାତି ଓ ମହିଳାଙ୍କ ପ୍ରତି ଭେଦଭାବ କରୁଥିବା ସନାତନ ନୀତି ଉପରେ ସେ (ଉଦୟନିଧି ଷ୍ଟାଲିନ୍) ନିଜର ମତ ବ୍ୟକ୍ତ କରିଥିଲେ।
କୌଣସି ଧର୍ମ କିମ୍ବା ଧାର୍ମିକ ବିଶ୍ୱାସକୁ ଆଘାତ ଦେବାପାଇଁ ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି ।
ଉଦୟନିଧି ସନାତନ ଚିନ୍ତାଧାରା ରଖୁଥିବା ଲୋକଙ୍କୁ ଗଣହତ୍ୟା ପାଇଁ ଆହ୍ୱାନ ଦେଇନଥିଲେ, କିନ୍ତୁ ବିଜେପି ଏ ସଂପର୍କରେ ମିଥ୍ୟା କାହାଣୀ ପ୍ରଚାର କରୁଛି ବୋଲି ସେ କହିଛନ୍ତି ।
ଏମକେ ଷ୍ଟାଲିନ କହିଛନ୍ତି, ଆମେ ଚନ୍ଦ୍ରରେ ପହଞ୍ଚିଲୁଣି, କିନ୍ତୁ ଏବେ ବି ଦେଶରେ କିଛି ଲୋକ ଜାତିଗତ ଭେଦଭାବର ପ୍ରଚାର ଜାରି ରଖିଛନ୍ତି। ବର୍ଣ୍ଣାଶ୍ରମ ନୀତି ଆଧାରିତ ସାମାଜିକ ସ୍ତରୀକରଣ ଉପରେ ଗୁରୁତ୍ୱାରୋପ କରନ୍ତି ଏବଂ ସାମ୍ପ୍ରଦାୟିକ ଦାବିକୁ ସମର୍ଥନ କରିବା ପାଇଁ ଶାସ୍ତ୍ର ଏବଂ ଅନ୍ୟାନ୍ୟ ପ୍ରାଚୀନ ଗ୍ରନ୍ଥଗୁଡ଼ିକୁ ଉଦାହରଣ ଦିଅନ୍ତି ଟ୍ଟ ଏବେ ବି କିଛି ଲୋକ ଆଧ୍ୟାତ୍ମିକ ମଞ୍ଚରେ ମହିଳାଙ୍କୁ ବଦନାମ କରୁଛନ୍ତି, ଯୁକ୍ତି ବାଢ଼ିଛନ୍ତି ଯେ ମହିଳାମାନେ କାମ କରିବା ଉଚିତ ନୁହେଁ, ବିଧବା ମହିଳାମାନେ ପୁନଃବିବାହ କରିବା ଉଚିତ ନୁହେଁ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031