ସରକାରୀ କର୍ମଚାରୀମାନେ ଟିକା ନନେଲେ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯିବ
September 10
19:03
2021
ଚଣ୍ଡିଗଡ଼,୧୦/୯: ପଞ୍ଜାବ ସରକାର ଟିକା ନେଇ ନଥିବା ସରକାରୀ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ।
ରାଜ୍ୟର ଯେଉଁ ସରକାରୀ କର୍ମଚାରୀମାନେ ଟିକାର ଗୋଟିଏ ବି ଡୋଜ ନେଇ ନାହାନ୍ତି ସେମାନଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯିବ ।
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ପଞ୍ଜାବ ସରକାରରେ ଯେଉଁ କର୍ମଚାରୀ (ମେଡିକାଲ କାରଣ ବ୍ୟତୀତ) କୋଭିଡ-୧୯ ଟିକା ନେଇ ନାହାନ୍ତି, ସେମାନଙ୍କୁ ସେପ୍ଟେମ୍ବର ୧୫ ତାରିଖ ପରେ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯିବ ।
ଅନ୍ୟପଟେ ପଞ୍ଜାବରେ ପାର୍ବଣକୁ ନଜରରେ ରଖି କରୋନା କଟକଣାକୁ ସେପ୍ଟେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ, ରାଜନୈତିକ ଓ ଅନ୍ୟ ସଭା ପାଇଁ ସର୍ବାଧିକ ୩୦୦ ଲୋକଙ୍କୁ ଅନୁମତି ମିଳିବ । ଏହାସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ହେବ।