Indus Valley Times

ସହକାରୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଭିଜିଲାନ୍ସ ହାତରେ ଧରାପଡିବା ଘଟଣା: ଖାଲି ଯନ୍ତ୍ରୀ ନୁହନ୍ତି ପିଏ ଓ କନିଷ୍ଠଯନ୍ତ୍ରୀ ମଧ୍ୟ ଦାୟୀ: କଂଗ୍ରେସ ଜିଲ୍ଲା ସଭାପତି

 Breaking News

ସହକାରୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଭିଜିଲାନ୍ସ ହାତରେ ଧରାପଡିବା ଘଟଣା: ଖାଲି ଯନ୍ତ୍ରୀ ନୁହନ୍ତି ପିଏ ଓ କନିଷ୍ଠଯନ୍ତ୍ରୀ ମଧ୍ୟ ଦାୟୀ: କଂଗ୍ରେସ ଜିଲ୍ଲା ସଭାପତି

ସହକାରୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଭିଜିଲାନ୍ସ ହାତରେ ଧରାପଡିବା ଘଟଣା: ଖାଲି ଯନ୍ତ୍ରୀ ନୁହନ୍ତି ପିଏ ଓ କନିଷ୍ଠଯନ୍ତ୍ରୀ ମଧ୍ୟ ଦାୟୀ: କଂଗ୍ରେସ ଜିଲ୍ଲା ସଭାପତି
June 08
22:06 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୮/୬ : ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ବାଲିଗୁଡା ଆଇଟିଡିଏ କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ଚେହେରା ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ତାଙ୍କ ଠାରୁ ୫କୋଠା,୧୪ପୁଟ, ଓ ୩୪୧ ଗ୍ରାମ ସୁନା ସହିତ କୋଟିକୋଟି ଟଙ୍କା ଜବତ ହୋଇଛି ।
ଏହାକୁ ନେଇ କନ୍ଧମାଳ ଜିଲ୍ଲାକଂଗ୍ରେସ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡା କହିଛନ୍ତି ଯେ, ଆଇଟିଡିଏକୁ କୁଟିଆକନ୍ଧ ଓ ଆଦିବାସୀ ମାନଙ୍କ ଉନ୍ନତି ଓ ସେମାନଙ୍କୁ ଆଗକୁ ନେବା ନିମନ୍ତେ କୋଟିକୋଟି ଟଙ୍କା ଆଇଟିଡିଏ ସଂସ୍ଥା ଦ୍ଵାରା ସରକାର ଖର୍ଚ୍ଚ କରୁଛନ୍ତି ।
ସରକାରଙ୍କ ଉନ୍ନତି ମୂଳକ ଯୋଜନା ଦେଖାଇ ଏହି ସଂସ୍ଥାରେ ଚାଲିଛି ପ୍ରବଳ ଲୁଟତରାଜ । କାରଣ ଭିଜିଲାନ୍ସ ହାତରେ ଧରାପଡିଥିବା ସହକାରୀ ନିର୍ବାହୀଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ତାଙ୍କ ପାଖରୁ ବାହାରିଥିବା ଆୟର୍ହିଭୂତ ସମ୍ପତ୍ତି ସେ ଏହି ଚାକିରି ସମୟରେ ଅର୍ଜନ କରିଛନ୍ତି ଓ ସେ ଅନେକ ଫଲସ ବିଲ କରି ଟଙ୍କା ଉଠାଇଛନ୍ତି ଓ ଅନେକ କାର୍ଯ୍ୟ ଠିକାଦାରଙ୍କୁ ସୁହାଇଲା ଭଳି କରିଛନ୍ତି ଯାହାକି ଠିକାଦାରଙ୍କ ଠାରୁ ମୋଟା ଅଙ୍କର ପାଉଣା ପାଉଥିଲେ ଯାହାଫଳରେ ସେ ଏତେ ସମ୍ପତିର ଅଧିକାରୀ ହୋଇପାରିଲେ ।
ଖାଲି ଯନ୍ତ୍ରୀ ବେହେରା ଜଣେ ସବୁକିଛି କରିନାହାନ୍ତି, ଏ ସମସ୍ତ କାର‌୍ୟ୍ୟ ରେ ତାଙ୍କୁ ପିଏ ଓ କନିଷ୍ଠ ଯନ୍ତ୍ରୀ ସହାୟତା କରୁଥିଲେ । ବିଲ ତିଆରି କରି ଦେବାପରେ ସଂପୃକ୍ତ ବିଭାଗୀୟ ଅଧିକାରୀ ବିଲ ଦସ୍ତଖଦ କଲାପରେ ଠିକାଦାର ବିଲ ପାଏ । ଯାହାକି ଫଲସ ବିଲ ପ୍ରତି କିଭଳି କନିଷ୍ଠ ଯନ୍ତ୍ରୀ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ବା ପିଏ କିଭଳି ଜାଣୁନଥିଲେ,କାରଣ ଗୋଇଟିଏ କି ଦୁଇଟି କାମରେ ଏତେ ସମ୍ପତି ଅର୍ଜନ କରିହେବନାହିଁ, ତେଣୁ ଏହି ଫଲସ ବିଲ ପ୍ରକ୍ରିୟା ଅନବରତ ଚାଲୁଥିଲା ।
ଏଣୁ ଖାଲି ଭିଜିଲାନ୍ସ ସହକାରୀ ନିର୍ବାହୀଯନ୍ତ୍ରୀ ଙ୍କୁ ଧରି ବାହାଦୁରୀ ମାରିବା ବଦଳରେ ଏହି ପକ୍ରିୟାରେ ସାମିଲ ଥିବା ସମସ୍ତ ଅଧିକାରୀଙ୍କ ଉପରେ ଚଢାଉ କରିବା କଥା । ଆଦିବାସୀ ମାନଙ୍କ ନିମନ୍ତେ ଆସୁଥିବା ଅର୍ଥକୁ ଶୋଷଣ କରିବାରେ କମିବ ବୋଲି ଶ୍ରୀ ପରିଡା କହିଛନ୍ତି ।
ରେବିଙ୍ଗିଆ ପଂଚାୟତରେ ଜନଶୁଣାନି
ବାଲିଗୁଡା,୮/୬: ବାଲିଗୁଡା ବ୍ଲକ ଅନ୍ତର୍ଗତ ରେବିଙ୍ଗିଆ ପଂଚାୟତରେ ଜନଶୁଣାଣି କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଯାଇଛି । ଏିଥରେ ବିଡିଓ ଅକ୍ଷୟ ମଲ୍ଲିକ,ତହସିଲଦାର ଦିପ୍ତୀପ୍ରକାଶ ବେହେରା ,ସରପଂଚ ରଂଜୁଲତା ମଲ୍ଲିକ ,ଜିପିଓ ଅମ୍ରେଶ ରଥ ପ୍ରମୁଖ ମଂଚାସିନ ଥିଲେ ।
ଏଥିରେ ସମୁଦାୟ ୭୪ଗୋଟି ଅଭିଯୋଗ ଶୁଣାଣି ହୋଇଛି ଏଥିମଧ୍ୟରୁ ବ୍ୟକ୍ତିଗତ ୬୮ଟି ଓ ଗୋଷ୍ଠିଗତ ୬ଟି ଅଭି୍େ‌ଯାଗ ହୋଇଛି । ପଂଚାୟତ ସ୍ତରରେ ହେଉଥିବାରୁ ସ୍ଥାନୀୟ ଲୋକେ ଖୁସିବ୍ୟକ୍ତ କରିଛନ୍ତି । ଆବାସ ,ଭତା ଓ ରାସ୍ତାଘାଟକୁ ନେଇ ଅଭିଯୋଗ କରିଛନ୍ତି । କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ତିକ ବେହେରା ପରିଚାଳନାକରିଥିଲେ ।
ଦାରିଙ୍ଗବାଡି ରୁ କର୍ଣ୍ଣାଟକ କୁ ଗଞ୍ଜେଇ ଚାଲାଣ : ସ୍କୁଟି ସହ ମୋବାଇଲ ଜବତ : ୩ ଗିରଫ

ବାଲିଗୁଡା,୮/୬ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରୁ କର୍ଣ୍ଣାଟକ ରାଜ୍ୟ ବେଙ୍ଗାଲୁରୁକୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ଦାରିଙ୍ଗବାଡ଼ି ପୋଲିସ। ୨୩ କେଜି ଗଞ୍ଜେଇକୁ ପୋଲିସ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ୩ ହେଲେ ଉକ୍ତ ଥାନା କାଡ଼ଶପାଟା ଗ୍ରାମର ଦୁର୍ଗା ପ୍ରଧାନ ଏବଂ କର୍ଣ୍ଣାଟକ ରାଜ୍ୟ ବେଙ୍ଗାଲୁରୁର ୟସବନ୍ତପୁର ଥାନା ଅଞ୍ଚଳର ସୈଫ ଅଲି ଖାନ(୩୧ )ଏବଂ ମୁଜିର ଅହମ୍ମଦ (୨୭) ବୋଲି ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି।
ବାହାର ରାଜ୍ୟର ଏହି ୨ ବ୍ୟବସାୟୀଙ୍କୁ ସ୍ଥାନୀୟ ଅଞ୍ଚଳର ଦୁର୍ଗା ପ୍ରଧାନ ଗଞ୍ଜେଇ ଯୋଗାଉଥିଲେ। ପୋଲିସ କୌଣସି ସୂତ୍ରରୁ ଖବର ପାଇ କନ୍ଧମାଳ-ଗଞ୍ଜାମ ସିମା ବାଇମାଲା ନିକଟରେ ମାଡ଼ି ବସିଥିଲା। ସେମାନଙ୍କ ଠାରୁ ଗଞ୍ଜେଇ ସମେତ ୨ଟି ମୋବାଇଲ ଓ ଏକ ହଳଦିଆ ରଙ୍ଗର ସ୍କୁଟି କୁ ପୋଲିସ ଜବତ କରିବା ସହ ଏକ ମାମଲା (୧୫୨/୨୬ )ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଆଇଆଇସି ଜେନା ପ୍ରକାଶ କରିଛନ୍ତି ।
ଆଇ ଟି ଡି ଏ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ସୁନାର ଖଣି : ପଞ୍ଚମ ଲକର୍ ରୁ ୭୦୩ ଗ୍ରାମ୍ ସୁନା ଠାବ
ବାଲିଗୁଡା, ୮/୬ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ପଞ୍ଚମ ଲକର୍ କୁ ଓଡିଶା ଭିଜିଲାନ୍ସ ଟିମ ସୋମବାର ଖୋଲିଛି। ସେଥିରୁ ୭୦୩ ଗ୍ରାମ୍ ସୁନା ଠାବ ହୋଇଛି।
ଏଯାଏ ମୋଟ୍ ୧୨୫୫ ଗ୍ରାମ୍ ସୁନା ମିଳିଛି। କୁବେର ଆଇ ଟି ଡି ଏ ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଘରେ ସୁନାର ଖଣି । ବର୍ତ୍ତମାନ ସୁଦ୍ଧା ବାବୁଙ୍କ ଘରୁ ବାହାରିଲାଣି ୧ କେଜିରୁ ଉର୍ଦ୍ଧ୍ବ ଓଜନର ସୁନା।
ବେହେରାଙ୍କ ସରକାରୀ ବାସଗୃହରେ ଚଢ଼ାଉ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦଲିଲ ଓ କାଗଜପତ୍ର ଜବତ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏ ର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କୁ ଗିରଫ କରିଛି ଓଡିଶା ଭିଜିଲାନ୍ସ ଟିମ ।
ବ୍ୟାଙ୍କ ଲକର ଏବଂ ଘରୁ ସମୁଦାୟ ୧.୨୫୫ କିଲୋଗ୍ରାମ ସୁନା ଜବତ କରାଯାଇଛି । ବିପୁଳ ପରିମାଣର ହିସାବ ବିହୀନ ସମ୍ପତ୍ତି ଠାବ ହେବା ପରେ ଏବଂ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହେବାରୁ ଗତ ରବିବାର ଦିନ ଓଡ଼ିଶା ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିଲା । ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ଶ୍ରୀ ବେହେରାଙ୍କ ନାମରେ ୫ଟି ବହୁମହଲା ବିଶିଷ୍ଟ କୋଠା ରହିଛି, ଯାହାର ମୋଟ ବିଲ୍ଟ-ଅପ୍ ଏରିଆ ୨୦,୦୦୦ ବର୍ଗଫୁଟରୁ ଅଧିକ ହେବ ।
ଏହା ମଧ୍ୟରୁ କେବଳ ଭୁବନେଶ୍ୱରରେ ୪ଟି ବିଳାସପୂର୍ଣ୍ଣ କୋଠା ରହିଛି । ଏହା ସହିତ ତାଙ୍କର ୧୪ଟି ମୂଲ୍ୟବାନ ପ୍ଲଟ, ୨.୦୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନଗଦ ଅର୍ଥ ଏବଂ ୪୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଥିବା ଜଣାପଡ଼ିଛି ।
. ତେବେ ସୋମବାର ସୁଦ୍ଧା ତଦନ୍ତ ମଧ୍ୟ ଜାରି ରହିଥିବା ଭିଜିଲାନ୍ସ ସୂଚନା ଦେଇଛି। ତଦନ୍ତ ଶେଷ ପରେ ଆହୁରି ସମ୍ପତ୍ତି ପରିମାଣ ବଢିବ ବୋଲି ଆଶଙ୍କା କରାଯାଉଛି।
ଏହି ବଡ଼ଧରଣର ଚଢ଼ାଉରେ ଭିଜିଲାନ୍‌ସ ପୁଲିସର ୨ ଜଣ ଅତିରିକ୍ତ ଏସ୍‌ପି, ୫ ଜଣ ଡିଏସ୍‌ପି, ୬ ଜଣ ଇନିସପେକ୍ଟର ଏବଂ ଅନ୍ୟ ଭିଜିଲାନ୍‌ସ ପୁଲିସ ସାମିଲ ଅଛନ୍ତି ।
ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍‌ସ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବେହେରାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଜାରୀ ରହିଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930