Indus Valley Times

ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ

 Breaking News

ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ

August 11
14:37 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୧୧/୮: ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକଙ୍କ ଦ୍ଵାରା ବଡ଼ଚଣା ବ୍ଲକ ମହାଖଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହାଖଳା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଅଛି।
ଆଜି ଅପରାହ୍ନ ୩.୦୦ ଘଟିକା ସମୟରେ ଏହି ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ନାୟକ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ଔଷଧ ସେବନ କରି ଉପସ୍ଥିତ ଜନ ସାଧାରଣଙ୍କୁ ମଧ୍ୟ ଶତ ପ୍ରତିଶତ ଔଷଧ ସେବନ କରିବାକୁ ଅନୁରୋଧ କରିଥିଲେ।
ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ର ସମସ୍ତ ଅତିଥିଙ୍କୁ ସ୍ବାଗତ କରିବା ସହିତ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଗୁରୁତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଫାଇଲେରିଆ ରୋଗର ଭୟାଭୟତା ସମ୍ପର୍କରେ ଆଲୋଚନା କରିଥିଲେ।
ସମସ୍ତ ଜନ ସାଧାରଣଙ୍କୁ ବିନମ୍ର ଅନୁରୋଧ କରି କହିଲେ ଯେ ସମସ୍ତେ ଏହି ଔଷଧ ସେବନ କରିବା ସହିତ ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବାକୁ ଆହ୍ବାନ ଦେଇଥିଲେ। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ(ଭି.ବି.ଡି) ଡ଼ା. ପ୍ରଭାକର ସାହୁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ତଥା ଏହାର ସଫଳ ରୂପାୟନ ପାଇଁ ଅନୁରୋଧ କରିଥିଲେ। ବକ୍ତବ୍ୟ ମାଧ୍ୟମରେ ରାଜ୍ୟର ୧୨ ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୦ ତାରିଖ ଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୮ ତାରିଖ ପର‌୍ୟ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଥିଲେ।
ଏହି ଅବଧି ମଧ୍ୟରେ ଆଶା, ଅଙ୍ଗନୱାଡି କର୍ମୀ ଏବଂ ସ୍ବେଚ୍ଛାସେବୀ ମାନେ ଘରକୁ ଘର ବୁଲି ଏହି ଔଷଧ ସେବନ କରାଇବେ। ପରିଶେଷରେ ସଭାରେ ଉପସ୍ଥିତ ଥିବା ସମସ୍ତ ଅତିଥି ତଥା ଉପସ୍ଥିତ ଜନ ସାଧାରଣ ଏହି ଔଷଧ ସେବନ କରିଥିଲେ।
ଜିଲ୍ଲା ଅତିରିକ୍ତ ନିର୍ଦ୍ଦେଶକ(ଭି.ବି.ଡି) ଡ଼ା. ରଶ୍ମି ରଞ୍ଜନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡା. ଶ୍ରୀକାନ୍ତ ଜେନା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଡ଼ଚଣା ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ରବୀନ୍ଦ୍ର ନାଥ ବେହେରା, ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ ଶ୍ରୀ ବିଶ୍ଵ ରଞ୍ଜନ ରଥ, ଜିଲ୍ଲା ଭି.ବି.ଡି ପରାମର୍ଶଦାତା ଶ୍ରୀ ବଳଦେବ ନନ୍ଦ, ଭି.ବି.ଡି.ଟି.ଏସ ସୌମ୍ୟରଞ୍ଜନ ନନ୍ଦ, ଜିଲ୍ଲା ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମନୋରମା ସ୍ବାଇଁ, ବ୍ଲକ୍ କାର୍ଯ୍ୟକ୍ରମ ପ୍ରବନ୍ଧକ ଶ୍ରୀ ବିଶ୍ୱଜିତ ସ୍ବାଇଁ, ସ୍ଥାନୀୟ ସରପଞ୍ଚ ଏବଂ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930