Indus Valley Times

ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହିତ;ଜୀବନ ପାଇଁ ରକ୍ତଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଚଳିତ ବର୍ଷ ଶିବିର ମଧ୍ୟରେ ରେକର୍ଡ଼

 Breaking News

ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହିତ;ଜୀବନ ପାଇଁ ରକ୍ତଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଚଳିତ ବର୍ଷ ଶିବିର ମଧ୍ୟରେ ରେକର୍ଡ଼

ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହିତ;ଜୀବନ ପାଇଁ ରକ୍ତଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଚଳିତ ବର୍ଷ ଶିବିର ମଧ୍ୟରେ ରେକର୍ଡ଼
August 06
10:35 2026

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୬/୮ : ନୟାଗଡ଼ ସାମ୍ବାଦିକ ଭବନରେ ଆଜି ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ରଙ୍କ ଆବାହକତ୍ୱରେ ରୋଟାରୀ କ୍ଲବ ଓ ସାମ୍ବାଦିକ ଭବନ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଶିବିରକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୈାର ପରିଷଦ ଅଧ୍ୟକ୍ଷ ନିରୂପମା ଖଟେଇ ଉଦଘାଟନ କରିଥିଲେ ।
ଜିଲ୍ଲା ପରିଷଦ ଅଧ୍ୟକ୍ଷ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଜୀବନ ପାଇଁ ରକ୍ତଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।
ନୟାଗଡ଼ ରକ୍ତଭଣ୍ଡାର କର୍ମଚାରୀମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । କଜଳାଇପଲ୍ଲୀ ମେଡିକାଲ ଅଫିସର ଡା. ଅବିନାଶ ଶତପଥିଙ୍କ ନେତୃତ୍ୱରେ ଅଜୟ କୁମାର ପଟ୍ଟନାୟକ, ପବିତ୍ର ମୋହନ ସାହୁ, ସସ୍ମିତା ଦାଶ, ରବୀନ୍ଦ୍ର ନାଥ ସାହୁଙ୍କ ସମେତ ବହୁ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଆଜି ମୋଟ ୯୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ତଥା ବିଜେପି ନେତା ସନ୍ତୋଷ ପ୍ରଧାନ, ଟିପିସିଓଡିଏଲ୍ ଅଧିକ୍ଷଣ ଯନ୍ତ୍ରୀ ସନ୍ତୋଷ ମହାପାତ୍ର, ବିଶିଷ୍ଟ ବ୍ୟବସାୟୀ ତାପସ ରଞ୍ଜନ ପାଢ଼ୀ, ମଡେଲ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ମାନଓ ରଞ୍ଜନ ଶତପଥି, ଶିକ୍ଷକ ଲକ୍ଷ୍ମୀଧର ସାହୁ ପ୍ରମୂଖ ଉପସ୍ଥିତ ରହି ରକ୍ତଦାନ କରିବା ସହ ଅନ୍ୟ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।
ସାମ୍ବାଦିକ ଭବନ ସମ୍ପାଦକ ଅନୀଲ କୁମାର ପଣ୍ଡା କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ ।
ଆୟୋଜିତ ରକ୍ତଦାନ ଶିବିରରେ ରୋଟାରିଆନ୍ ବାସୁଦେବ ସାହୁ, ଅବିନାଶ ସାହୁ, ପ୍ରକାଶ ପଟ୍ଟନାୟକ, ଜି. ରଶ୍ମିରାଜ, ନିରଞ୍ଜନ ପାତ୍ର, ପ୍ରବୀର ପୃଷ୍ଟି, ଧିରେନ୍ଦ୍ର ପଟ୍ଟନାୟକ, ସାମ୍ବାଦିକ ନିହାର ପଟ୍ଟନାୟକ, ବିଶ୍ୱଜିତ ନାୟକ, ରବୀନ୍ଦ୍ର ଦାଶ, ସନ୍ତୋଷ କୁମାର ସାହୁ, ପ୍ରଶାନ୍ତ କୁମାର ଜେନା, ବିଭୂତି ଭୂଷଣ ସ୍ୱାଇଁ, ବିଶ୍ୱଭୂଷଣ ମହାପାତ୍ର, ପ୍ରଭାତ ମହାପାତ୍ର, ରାମକୃଷ୍ଣ ରଥ, ଗୈାରୀଶଙ୍କର ଦାଶ, ଅଶୋକ କୁମାର ସାଥୁଆ, ଭାସ୍କର ଚନ୍ଦ୍ର ସ୍ୱାଇଁ, କ୍ଷୀରୋଦ ପଟ୍ଟନାୟକ, ଜୟନ୍ତ ଷଡ଼ଙ୍ଗୀ, ସ୍ୱରୁପ ପଟ୍ଟନାୟକ, କାନନ କୁମାର ସୁବୁଦ୍ଧି, ବିଷ୍ଣୁଚରଣ ପଟ୍ଟନାୟକ, ଅମିତ ପଟ୍ଟନାୟକ, ପ୍ରଦୀପ କୁମାର ପାତ୍ର, ସଞ୍ଜୟ କୁମାର ସ୍ୱାଇଁ, ଦୀନମଣି ମହାନ୍ତି, ଯଜାତି କେଶରୀ ମହାପାତ୍ର ପ୍ରମୂଖ ଉପସ୍ଥିତ ରହି କାର‌୍ୟ୍ୟକ୍ରମରେ ସହଯୋଗ କରିଥିଲେ । ୟୁନିଟେକ୍ ରେସିଡେନ୍ସିଆଲ୍ ମହାବିଦ୍ୟାଳୟ, ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟ, ସାମର୍ଥ ଏଡାକେମୀ, ଆଚାର‌୍ୟ୍ୟ ଏକାଡେମୀ ଛାତ୍ରଛାତ୍ରୀମାନେ ଏହି ରକ୍ତଦାନ ଶିବିରରେ ସାମିଲ ହୋଇ ରକ୍ତଦାନ କରିଥିଲେ ।
ନୟାଗଡ଼ ରକ୍ତ ଭଣ୍ଡାର ଦ୍ୱାରା ଚଳିତ ବର୍ଷ ଆୟୋଜିତ ହୋଇଥିବା ବିଭିନ୍ନ ରକ୍ତଦାନ ଶିବିର ମଧ୍ୟରେ ଏହି ଶିବିରରେ ସବୁଠାରୁ ଅଧିକ ରକ୍ତ ସଂଗ୍ରହ ହୋଇଥିବା କର୍ମଚାରୀମାନେ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031