Indus Valley Times

ସାମ୍ଭାବ୍ୟ ଜରୁରୀ କାଳୀନ ପରିସ୍ଥିତିରେ ସମସ୍ତ ଗାଇଡଲାଇନକୁ ମାନିବାକୁ ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶ

 Breaking News

ସାମ୍ଭାବ୍ୟ ଜରୁରୀ କାଳୀନ ପରିସ୍ଥିତିରେ ସମସ୍ତ ଗାଇଡଲାଇନକୁ ମାନିବାକୁ ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶ

ସାମ୍ଭାବ୍ୟ ଜରୁରୀ କାଳୀନ ପରିସ୍ଥିତିରେ ସମସ୍ତ ଗାଇଡଲାଇନକୁ ମାନିବାକୁ ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶ
May 10
22:43 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୦/୫ : ଶନିବାର ଦିନ ସକାଳ ୯ ଘ. ୩୦ ମି. ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ସାମ୍ଭାବ୍ୟ ଜରୁରୀ କାଳୀନ ପରିସ୍ଥିତି କୁ ନେଇ ସମସ୍ତେ ପ୍ରସ୍ତୁତ ହେବାପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକ ରେ ଏହି ମନୁଷ୍ୟ କୃତ ଦୁର୍ବିପାକ ର ମୁକାବିଲା ପାଇଁ ଆଗକୁ ମକଡ୍ରିଲ, ବ୍ଲାକ ଆଉଟ ପାଇଁ ଆଗୁଆ ପ୍ରସ୍ତୁତି, ଦିନ ରାତି ୨୪ଘଣ୍ଟା ସମସ୍ତ ଜରୁରୀ କାଳୀନ ବିଭାଗ, କାର୍ଯ୍ୟାଳୟ ମାନଙ୍କରେ କଣ୍ଟ୍ରୋଲ ରୁମ ଖୋଲାଯିବା, ବ୍ଲାକ ଆଉଟ ପାଇଁ ପୂର୍ବ ପ୍ରସ୍ତୁତି, ସ୍ୱାସ୍ଥ୍ୟ, ଶିକ୍ଷା,ବିଦ୍ୟୁତ ବିଭାଗରେ ଜଣେ ଜଣେ ନୋଡାଲ ଅଫିସର ଗଠନ, ମେଡିକାଲ ପକ୍ଷରୁ ରକ୍ତ ସଂଗ୍ରହ, ମେଡ଼ିସିନ, ଅକ୍ସିଜେନ ସିଲିଣ୍ଡର, ମେଡିକାଲ କିଟ, ଫାଷ୍ଟଏଡ଼ ନେବାର ତାଲିମ ପାଇଁ ପ୍ରସ୍ତୁତି,ପଂଚାୟତ, ଅଙ୍ଗନବାଡି, ବନ୍ୟା ଆଶ୍ରୟ ସ୍ଥଳୀ,ବିଦ୍ୟାଳୟ, ମହାବିଦ୍ୟାଳୟ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଫରେଷ୍ଟ ପାର୍କ ରେ ପୂର୍ବ ପ୍ରସ୍ତୁତି,ଚୁଡା, ଚାଉଳ,ଗୁଡ଼, ଟର୍ଚ୍ଚ, ବ୍ୟାଟେରୀ ଗଛିତ ରଖିବା, ନିଜ ଗାଡି, ମଟର ରେ ତେଲ ମହଜୁଦ ରଖିବା, ପାନୀୟ ଜଳ ପାଇଁ ପି ଏଚ ଡି, ଏ ନ. ଏ. ସି., ବ୍ଲକ ପକ୍ଷରୁ ଟ୍ୟାଙ୍କର ମାନଙ୍କରେ ପାଣି ଦେବା ପାଇଁ ପ୍ରସ୍ତୁତି, ପଂଚାୟତ, ସି ଡି ପି ଓ, ବ୍ଲକ,ଜ଼ିଲ୍ଲା ପରିଷଦ ସ୍ତରରେ ବୈଠକ କରି ପୂର୍ବ ପ୍ରସ୍ତୁତି, ମେଡିକାଲ କିଡସ, ସାଇରନ, ନିରାପଦ ସ୍ଥାନ ଚିହ୍ନଟ ପାଇଁ ବି ଡି ଓ, ତହସିଲଦାର ଙ୍କୁ ନିର୍ଦ୍ଦେଶ, ପଶୁ ପକ୍ଷୀ ଙ୍କ ପାଇଁ ନିରାପଦ ସ୍ଥାନ ର ନିର୍ଦ୍ଧାରଣ ପାଇଁ ସି ଡି ଭି ଓ, ଜ଼ିଲ୍ଲା ବନଖଣ୍ଡ ଅଧିକାରୀ ଙ୍କ ପ୍ରସ୍ତୁତି, ବିଦ୍ୟାଳୟ, ମହାବିଦ୍ୟାଳୟ,ମଲ, ଦୁଇ ମହଲା କୋଠା ଗୁଡିକୁ ଚିହ୍ନଟ କରି ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରଖିବା, ଜେନେରେଟର, ଟର୍ଚ୍ଚ, ମହମବତୀ, ଦିଆସିଲି, ଖାଦ୍ୟ, ପାନୀୟ, ରାସନ ସାମଗ୍ରୀ ୭ ଦିନ ପାଇଁ ମହଜୁଦ ରଖିବା,ଗୁଜବକୁ ଡରି ଘରେ ବେଶୀ ସମାନ ମହଜୁଦ କରି ନ ରଖିବା,ଭୟଭୀତ ହୋଇ ମାସିକ ସାମାନ କିଣିବା ଅନାବଶ୍ୟକ, ପାୱାର ବ୍ୟାଙ୍କ,ବେକ ଅଫ ବ୍ୟାଟେରୀ,ସୋଲାର ଲାଇଟ, ଡି ଜି ସେ ଟ ପ୍ରସ୍ତୁତ ରଖିବା, ଗାଡି ପାଇଁ ଡିଜେଲ ଓ ପେଟ୍ରୋଲ ମହଜୁଦ ରଖିବା, ଔଷଧ ପ୍ରସ୍ତୁତ ରଖିବା, ଆରମ ଫୋର୍ସ, ଆଇ. ଆର. ବି ପୋଲିସ,ଅଗ୍ନିଶମ, ଓଡ୍ରାଫ ଟିମ, ୟୁଥ,ଏ ନ.ସି. ସି, ରେଡ଼କ୍ରସ, ସ୍କାଉଟ, ଗାଇଡ଼, ୟୁଥ କ୍ଳବ ଗୁଡିକର ପ୍ରସ୍ତୁତି,ଗଣମାଧ୍ୟମ ରେ ଲୋକଙ୍କୁ ସଚେତନ, ଗଣମାଧ୍ୟମ ରେ କୌଣସି ଭୁଲ ତଥ୍ୟ ଦେଇ ଲୋକଙ୍କୁ ଭୟଭିତ ନ କରିବା, ଅଗ୍ନିଶମ ବିଭାଗ, ପୋଲିସ ବିଭାଗ ପକ୍ଷ ରୁ ବ୍ଲାକ ଆଉଟ ସମୟରେ ସାଇରନ ବାଜିବା ସାଙ୍ଗେ ସାଙ୍ଗେ ଗାଇଡ଼ ଲାଇନ କୁ ମାନି ସମସ୍ତେ ଗୋଟିଏ ରୁମ ରେ ରହିଯିବ ।
ଛାତ ତଳେ ରହିବା କେହି ମଧ୍ୟ ବାହାରକୁ ନ ଯିବା,ଚାଷ ଜମି କୁ ଚାଷୀ ମାନେ ନ ଯିବା, ଗାଡି ଚଳା ଚଳ ବନ୍ଦ,କବାଟ, ଝରକା ବନ୍ଦ ରଖିବା, ଘର ଲାଇଟ, ଷ୍ଟ୍ରୀଟ ଲାଇଟ ବନ୍ଦ, ଟେଲିଭିଜନ, ଫ୍ୟାନ ଚଳାଇବା ବନ୍ଦ ରଖିବା, ଏ ସଵୁ ନ ମାନିଲେ ଜୋରିମାନା ପକାଯିବ ।
ଆଦି ବିଷୟ ରେ ବୈଠକ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଥିଲା । ଅପହଞ୍ଚ ଇଲାକା ରେ ନେଟୱର୍କ ର ବ୍ୟବସ୍ଥା କରିବା, ପୂର୍ତ୍ତ ବିଭାଗ ରାସ୍ତା, ପେଟ୍ରୋଲ ପମ୍ପ, ବସଷ୍ଟାଣ୍ଡ, ଜଳସେଚନ ପ୍ରକଳ୍ପ ଆଦି ସ୍ଥାନ ରେ ବ୍ଲାକ ଆଉଟ ସମୟ ରେ କେହି ନ ରହିବା,ଗାଇଡ଼ ଲାଇନ ଉଲଂଘନ କଲେ ଫାଇନ ଏବଂ କାର୍ଯ୍ୟାନୁଷ୍ଠାନ, କଣ୍ଟ୍ରୋଲ ରୁମ ରେ କାର୍ଯ୍ୟରତ କର୍ମଚାରୀ ଅନୁପସ୍ଥିତ ନ ରହିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ, କମ୍ୟୁନିଟି ସ୍ତରୀୟ ଏବଂ ପଂଚାୟତ ସ୍ତରୀୟ ପ୍ରସ୍ତୁତି ।
ଏହି ବିପଦ କାଳୀନ ପରିସ୍ଥିତି ର ମୁକାବିଲା ପାଇଁ ଅନ୍ଧ, ଦିବ୍ୟାଙ୍ଗ ଙ୍କୁ ବାଟ ଦେଖାଇବା । ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସାର୍ଥକ ରାୟ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଧର୍ମା ମଲ୍ଲିକ,ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ,( ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ) ସଞ୍ଜୟ ଝା, ଅନ୍ୟାନ୍ୟ ଜ଼ିଲ୍ଲା ସ୍ତରୀୟ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଯୋଗ ଦେଇଥିଲେ ।
ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ନେଇ ଜିଲ୍ଲାରେ ସମସ୍ତ ଡାକ୍ତର ଖାନା ଖୋଲା ରହିବା, ଆପଦ ସମୟରେ ଉଦ୍ଧାର ଓ ଆଭ୍ୟନ୍ତରୀଣ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଆଦି ବିଷୟରେ ଆଲୋଚନା ହୋଇଥିଲା ।
ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ସହ ନିଜ ନିଜ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଏଥିସହ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏକଜୁଟ ହୋଇ ଏହି ବିପଦ ସମୟରେ ମୁକାବିଲା ପାଇଁ ସଠିକ ସମ୍ବାଦ ପରିବେଷଣ ସହ ଲୋକଙ୍କୁ ସଚେତନ କରିବା ପାଇଁ ଜ଼ିଲ୍ଲାପାଳ ଆହ୍ୱାନ କରିଥିଲେ ।
ଏଥିସହ ହ୍ଵାଟ୍ସଆପ ଗ୍ରୁପ ରେ ସଠିକ ତଥ୍ୟ ର ସୂଚନା ଦେବା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।
ବିଡ଼ିଓ, ତହସିଲଦାର, ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସି ଡି ପି ଓ, ସି ଡି ଭି ଓ,, ଜ଼ିଲ୍ଲା ପଂଚାୟତ ଅଧିକାରୀ, ବ୍ୟାଙ୍କ ସମୁହ, ରାଇସ ମିଲର ନିଜ ନିଜ ସ୍ତରରେ ବୈଠକ କରି ଦେଶ ର ସାମ୍ପ୍ରତିକ ପରିସ୍ଥିତି ର ମୁକାବିଲା କରିବା ପାଇଁ ଜ଼ିଲ୍ଲାପାଳ ଆହ୍ୱାନ କରିବା ସହ ଏହି ଜରୁରୀ କାଳୀନ ପରିସ୍ଥିତି ରେ ସମସ୍ତେ ଏକ ଟିମ ହୋଇ କାମ କରିବା ପାଇଁ ଆଶାବ୍ୟକ୍ତ କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930