Indus Valley Times

ସିଆର୍ ପିଏଫ୍ ୧୨୭ ବାଟାଲିୟନ ଦ୍ଵାରା ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳନ

 Breaking News

ସିଆର୍ ପିଏଫ୍ ୧୨୭ ବାଟାଲିୟନ ଦ୍ଵାରା ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳନ

October 02
22:49 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨/୧୦: ମହାତ୍ମା ଗାନ୍ଧୀଙ୍କ ୧୫୫ ତମ ଜନ୍ମ ବାର୍ଷିକ ପାଳନ ଅବସରରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଠାରେ ସିଆର୍ ପିଏଫ୍ ୧୨୭ ବାଟାଲିୟନ ତରଫରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି ଅବସରରେ ସିଆରପିଏଫ୍ ର ଜବାନ ମାନେ ବାଲିଗୁଡ଼ା ର ବସଷ୍ଟାଣ୍ଡ , ମନ୍ଦିର, ପାର୍କ ଏବଂ ଦୈନିକ ବଜାର ଅଞ୍ଚଳରୁ ପ୍ଲାଷ୍ଟିକ୍ ଏବଂ ଆବର୍ଜନା ସଫା କରି ହଟାଇଥିଲେ। ସିଆରପିଏଫ୍ ର ଦ୍ୱିତୀୟ କମାଣ୍ଡେଣ୍ଟ, ଅଫିସର ଏବଂ ୧୨୭ ବାଟାଲିୟନର ଜବାନ, ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ ।
ଚଳିତ ବର୍ଷ ଭାରତ ସ୍ୱଚ୍ଛ ଭାରତ ମିଶନ (ଏସବିଏମ୍) ର ଦଶମ ବାର୍ଷିକ ପାଳନ କରୁଛି।
ଏହି ଅଭିଯାନର ଲକ୍ଷ୍ୟ ହେଉଛି ପ୍ଲାଷ୍ଟିକ ବିନା ପରିବେଶ ଏବଂ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା । ସ୍ଵଚ୍ଛ ଭାରତ ମିଶନର ଦଶମ ବର୍ଷ ପାଳନ ପାଇଁ ଏହି ଅଭିଯାନ ଅଧୀନରେ ବିଭିନ୍ନ କାର୍ଯ୍ୟାକଳାପର ଅଗ୍ରଗତି ବିଷୟରେ ସଂଗଠନଗୁଡ଼ିକ ସୂଚନା ଦେଇଥିଲେ ।
ଅଭିଯାନ ସମୟରେ କରାଯାଇଥିବା ଅଫିସ୍ ପରିସରକୁ ନିୟମିତ ପରିଷ୍କାର କରିବା ସହିତ ‘ଏକ ପେଡ୍ ମା କେ ନାମ ‘ ସ୍ୱଚ୍ଛ ପ୍ରତିଶୃତି , ସଚେତନତା ଅଭିଯାନ ରେ ସାମିଲ ହୋଇଛି ।
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ବିଭିନ୍ନ ସ୍ଥାନରେ ପ୍ରତିଯୋଗିତା ଆୟୋଜିତ
ବାଲିଗୁଡା,୨/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଉପ ଜିଲ୍ଲାପାଳ ଡ଼.ରୀନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧୀ ଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଏବଂ ଶାସ୍ତ୍ରୀଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ଗାନ୍ଧିଜୀ ଓ ଶାସ୍ତ୍ରିଜୀ ଙ୍କ ସମ୍ପର୍କ ରେ ସମ୍ୟକ ଉଦବୋଧନ ଦେଇଥିଲେ। ପରେପରେ ଟାଉନର ପ୍ରତ୍ୟେକ ବିଦ୍ୟାଳୟରେ ମଧ୍ୟ ପାଳିତ ହୋଇଥିଲା, ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫୋଟୋ ଚିତ୍ରରେ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।
ସେହିପରି ବାଲିଗୁଡା ବ୍ଲକ ମିଡିଆକିଆ ପଞ୍ଚାୟତ ର ନୂଆସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ବେହେରା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ତୈଳ ଚିତ୍ରରେ ଦୀପଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପମାଲ୍ୟାର୍ପଣ କରି ଗାନ୍ଧିଜୀ ଙ୍କ ଅହିଂସା ନୀତି ଉପରେ ଏବଂ ସହକାରୀ ଶିକ୍ଷୟତ୍ରୀ କିମନ୍ତି ମଳିକ ଶାସ୍ତ୍ରୀଙ୍କ ଆତ୍ମ ସ୍ୱାଭିମାନ କଥା ପ୍ରସଙ୍ଗରେ ଗଙ୍ଗା ନଦୀ ପାର ହେବାର କଥା ଗଳ୍ପ ମାଧମରେ ଉପସ୍ଥିତ ପିଲାଙ୍କୁ ବୁଝାଇ ଥିଲେ ।
ପରେ ପରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଏକ ବକୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଶେଷରେ ଶିକ୍ଷୟିତ୍ରୀ ସରୋଜିନୀ ମଳିକ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930