Indus Valley Times

ସିଏମ ଟ୍ରଫି ଦ୍ଵିତୀୟ ଦିବସ

 Breaking News

ସିଏମ ଟ୍ରଫି ଦ୍ଵିତୀୟ ଦିବସ

April 12
21:45 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୨/୪ : ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ବିଭାଗ ଆନୁକୂଲ୍ୟରେ ଏବଂ ବୌଦ୍ଧ ଜିଲ୍ଲା କ୍ରୀଡା ସଙ୍ଘ ତଥା ଜିଲ୍ଲା ପ୍ରଶାସନ ଦ୍ୱାରା ବୌଦ୍ଧ ଜିଲ୍ଲା ଷ୍ଟାଡିୟମରେ ଆୟୋଜିତ ହେଉଥିବା ବୌଦ୍ଧରେ ସିଏମ ଟ୍ରଫି ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମ ସମାପ୍ତ ହୋଇଯାଇଛି।
ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ଵିତୀୟ ଦିବସ କାର‌୍ୟ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଦ୍ଵିତୀୟ ଦିବସରେ ଅନୁଷ୍ଠିତ ବାଳକ ବିଭାଗ ଫୁଟବଲ ପ୍ରତିଯୋଗିତା ବୌଦ୍ଧ ମୁନସିପାଲିଟି ବି ଏବଂ ବୌଦ୍ଧ ବ୍ଲକ ବି ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବୌଦ୍ଧ ବ୍ଲକ ବି ୮-୦ ଗୋଲରେ ବିଜୟୀ ହୋଇଛି।
ବାଳିକା ବିଭାଗ ଫୁଟବଲ ପ୍ରତିଯୋଗିତା ବୌଦ୍ଧ ମୁନସିପାଲିଟି ଏବଂ ବୌଦ୍ଧ ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବୌଦ୍ଧ ବ୍ଲକ ୨-୦ ଗୋଲରେ ବିଜୟୀ ହୋଇଛି।
ସେହିପରି ଉଭୟ ବାଳକ ଏବଂ ବାଳିକା ବିଭାଗ କବାଡି ଟୁର୍ନାମେଣ୍ଟ ଆଜି ସମାପ୍ତ ହୋଇଥିବା ବେଳେ ବାଳକ ବିଭାଗରେ ଗଭମେଣ୍ଟ ଏଚଏସ ପୁରୁଣାକଟକ ଚମ୍ପିୟାନ ହୋଇଛି ଏବଂ ବାଳିକା ବିଭାଗରେ ହରଭଙ୍ଗା ବ୍ଲକ ଚମ୍ପିୟାନ ହୋଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031