Indus Valley Times

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ : ପ୍ରବଳ ବର୍ଷାରେ ଭିଜିବ ଉପକୂଳ ଓଡ଼ିଶା

 Breaking News

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ : ପ୍ରବଳ ବର୍ଷାରେ ଭିଜିବ ଉପକୂଳ ଓଡ଼ିଶା

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ : ପ୍ରବଳ ବର୍ଷାରେ ଭିଜିବ ଉପକୂଳ ଓଡ଼ିଶା
October 19
17:38 2024

ଭୁବନେଶ୍ୱର,୧୯/୧୦ : କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହା ପ୍ରଭାବରେ ଆସନ୍ତା ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।
କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହେବ। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓଡ଼ିଶା ସହ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡିଶାରେ ବି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଏଯାଏଁ ବାତ୍ୟା ଉପରେ କୌଣସି ଆକଳନ କରାଯାଇନଥିବାବେଳେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂନା ଅନୁଯାୟୀ, ଆଜି ଉତ୍ତର ଆଣ୍ଡାମାନ ସାଗର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ବାୟୁମଣ୍ଡଳର ଉପରି ଭାଗରେ ଏହା ୫.୮ କିମି ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି। ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨୧ ତାରିଖରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହା ଅବପାତର ରୂପ ନେଇ ସ୍ଥଳଭାଗ ମୁହାଁ ହୋଇପାରେ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି।
ତେବେ ଏହା କେଉଁଠି ସ୍ଥଳଭାଗ ଅତିକ୍ରମ କରିବ ଓ ଏହାର ରୂପରେଖ କେତେ ତୀବ୍ରତର ହେବ ସେ ନେଇ ଏବେ ସ୍ପଷ୍ଟ ହୋଇପାରିନି। ସେତେବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହା ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ ବି ବର୍ଷାର ପରିମାଣ ଅଧିକ ରହିପାରେ ବୋଲି ପୁର୍ବାନୁମାନ ହୋଇଛି।
ବର୍ତ୍ତମାନ ପର୍ଯ୍ୟନ୍ତ ଲଘୁଚାପଜନିତ ବର୍ଷା ନେଇ କୌଣସି ଆକଳନ ହୋଇ ନ ଥିବା ବେଳେ ଟ୍ରାପ ଲାଇନ୍ ପ୍ରଭାବରେ ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ବିଶେଷ କରି ଉତ୍ତର, ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଦେଖିବାକୁ ମିଳିପାରେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31