ସେପ୍ଟେମ୍ବର ୧ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବିଧାୟକ ଓ ଅଧିକାରୀଙ୍କ ହେବ RTPCR Test
August 19
17:40
2021
ଭୁବନେଶ୍ୱର, ୧୯/୮ : ଆସନ୍ତା ସେପ୍ଟେମ୍ବର ପହିଲାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ କୋଭିଡ୍ ଗାଇଡଲାଇନ୍କୁ ଦୃଷ୍ଟିରେ ରଖି ଆରମ୍ଭ ହେବା ପୂର୍ବରୁ ବିଧାୟକ ଓ ଅଧିକାରୀ ମାନଙ୍କର ଆରଟିପିସିଆର୍ ପରୀକ୍ଷା ହେବ।
ବିଧାୟକମାନଙ୍କ ଗାଡ଼ି ଡ୍ରାଇଭରମାନଙ୍କ ମଧ୍ୟ ଆରଟିପିସିଆର ପରୀକ୍ଷା ହେବ। ଯେଉଁମାନଙ୍କର ନମୁନା ନେଗେଟିଭ୍ ଆସିବ, ସେମାନଙ୍କୁ ବିଧାନସଭାକୁ ଅନୁମତି ମିଳିବ।
ସୂଚନାଯୋଗ୍ୟ, ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେଟର ୧ ତାରିଖରୁ ଆରମ୍ଭ ହେବ। ଏହା ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ୍ ୮ଟି କାର୍ଯ୍ୟଦିବସ ରହିଛି। ୫ ତାରିଖରେ ରବିବାର ଛୁଟି ରହିଛି। ଗୋଟିଏ ଦିନ ଅର୍ଥାତ ୩ ତାରିଖରେ ପ୍ରାଇଭେଟ୍ ମେମ୍ବର୍ସ ବିଜ୍ନେସ୍ ରଖାଯାଇଛି।
ଷୋଡ଼ଶ ବିଧାନସଭାର ଏହି ସପ୍ତମ ଅଧିବେଶନ ପାଇଁ ଚଳିତ ମାସ ୧୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ମୌସୁମୀ ଅଧିବେଶନରେ ମଧ୍ୟ ପୂର୍ବ ପରି କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ଗୃହ ପରିଚାଳିତ ହେବ।