Legatus

ସ୍କୁଟିରେ ଆସି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!

 Breaking News

ସ୍କୁଟିରେ ଆସି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!

July 27
11:33 2023

ସମ୍ବଲପୁର,୨୭/୭: ମହାନଦୀକୁ ଡେଇଁ ଯୁବକ ନିଖୋଜ। ଭୋର ସମୟରେ ଏହି ଅଘଟଣ ଘଟିଛି।ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସମୀରଣ ସ୍କୁଟି ନେଇ ଆସି ଚାଉଁରପୁର ପୋଲ ଉପରେ ଗାଡ଼ି ରଖିଥିଲେ।
ପରେ ଚପଲ ଓ ମୋବାଇଲ ଫୋନ ରଖି ପୋଲ ଉପରରୁ ତଳକୁ ଡେଇଁ ପଡ଼ିଥିଲେ। ଯୁବକ ଜଣକ ଗୋବିନ୍ଦତୋଲା ଅଞ୍ଚଳର ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛି।
ତେବେ ହୀରାକୁଦର ୧୨ଟି ଗେଟ୍ ଖୋଲାଥିବାବେଳେ ପାଣି ସ୍ରୋତ ଅଧିକ ଥିବାରୁ ଖୋଜାଖୋଜି ସମ୍ଭବପର ହୋଇ ପାରୁନାହିଁ। ତଥାପି ଖୋଜାଖୋଜି ପାଇଁ ଅଗ୍ନିଶମ ବାହିନୀ ଚେଷ୍ଟା ଚଳାଇଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930