Indus Valley Times

ସ୍ବର୍ଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସଙ୍ଗୀତ ଓଡ଼ିଶାବାସୀଙ୍କ ହୃଦୟରେ ଘର କରି ରହିଥିଲା: ବିଜେପି ନେତା ପୁଳିନ ପୁହାଣ

 Breaking News

ସ୍ବର୍ଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସଙ୍ଗୀତ ଓଡ଼ିଶାବାସୀଙ୍କ ହୃଦୟରେ ଘର କରି ରହିଥିଲା: ବିଜେପି ନେତା ପୁଳିନ ପୁହାଣ

ସ୍ବର୍ଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସଙ୍ଗୀତ ଓଡ଼ିଶାବାସୀଙ୍କ ହୃଦୟରେ ଘର କରି ରହିଥିଲା: ବିଜେପି ନେତା ପୁଳିନ ପୁହାଣ
November 18
21:45 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୧୮/୧୧ : ଓଡ଼ିଆ ସଙ୍ଗୀତ ଓ ସିନେମା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ସିନେମା ଜଗତକୁ ଅପୂରଣୀୟ କ୍ଷତି ହୋଇଛି ।
ଏହା ସହିତ ହ୍ୟୁମାନ ସାଗରଙ୍କ ଅବଦାନ ସଦା ସ୍ମରଣୀୟ ରହିବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ପୁଳିନ ପୁହାଣ କହିଛନ୍ତି ଏହା ସହିତ ତାଙ୍କ ଆତ୍ମାର ସଦଗତି କାମନା କରିବା ସହିତ, ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇଛନ୍ତି।
ପୁଳିନ କହିଛନ୍ତି ଓଡିଆ ସଙ୍ଗୀତର ବାଦଶାହ ଅକ୍ଷୟ ମହାନ୍ତି ଓରଫ ଖୋକା ଭାଇ ଯେଉଁ ଦିନ ଚାଲି ଯାଇଥିଲେ ,ସେହି ଦିନ ଅର୍ଥାତ୍ ୧୭ ନଭେମ୍ୱରରେ ଚାଲିଗଲେ ହ୍ୟୁମାନ ସାଗର। ସେଦିନ କୋଟି କୋଟି ସଙ୍ଗୀତ ପ୍ରେମୀଙ୍କ ହୃଦୟ ଭାଙ୍ଗି ୧୭ ନଭେମ୍ୱର ୨୦୦୨ରେ ଦୁନିଆକୁ ଅଲବିଦା କହିଥିଲେ ଖୋକା ଭାଇ। ଆଉ ଆଜି ସୋମବାର (୧୭ ନଭେମ୍ୱର ୨୦୨୫)ରେ ଛୋଟରୁ ବଡ଼ ସବୁ ବର୍ଗକୁ ସଙ୍ଗୀତରେ ମତୁଆଲା କରିଥିବା ହ୍ୟୁମାନ ବି ପ୍ରତ୍ୟାରଣ କରି ଦେଲେ।
ସୋମବାର ସନ୍ଧ୍ୟାରୁ ଯେତେବେଳେ ହ୍ୟୁମାନଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା ସାରା ଓଡ଼ିଶା ସ୍ତବ୍ଧ ପାଲଟି ଯାଇଛି। ସମସ୍ତଙ୍କ ଓଠରେ ଗୋଟିଏ କଥା ଚାଲିଗଲେ ହ୍ୟୁମାନ।
ମାତ୍ର ୩୪ ବର୍ଷ ବୟସରେ ଏହି ମହାନ ସିଙ୍ଗରଙ୍କର ଦେହାନ୍ତ ହୋଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ସଙ୍ଗୀତ ପ୍ରେମୀ ସହ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଶୋକର ଲହରି ଖେଳି ଯାଇଛି।
ହ୍ୟୁମାନ ସାଗରଙ୍କ ଲିଭର୍ ଖରାପ ଥିବା ବେଳେ, କିଡନୀ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ସେ କିଛି ସପ୍ତାହ ହେଲା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଗତ ଶୁକ୍ରବାର ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟି ନ ଥିଲା। ତାଙ୍କର ଅନେକ ଅଙ୍ଗ ଅଚଳ ହୋଇ ପଡ଼ିଥିଲା। ଶେଷରେ ଜୀବନ ମରଣ ସହ ସଂଘର୍ଷ କରି ସେ ଆର ପାରିକୁ ଚାଲିଗଲେ।

ହ୍ୟୁମାନ୍ ସାଗର ୧୯୯୦ ମସିହା ନଭେମ୍ବର ୨୫ ତାରିଖରେ ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିଲେ। ଆଉ ମାତ୍ର ୮ଦିନ ଥିଲା ତାଙ୍କର ଜନ୍ମଦିନ। ବଡ଼ ଉତ୍ସାହ ଓ ଆଡମ୍ୱରରେ ପାଳିତ ହୋଇଥାନ୍ତା ଏହି ସଙ୍ଗୀତ ବାଦଶାହଙ୍କ ଜଲ୍ମଦିବସ।
ହେଲେ ତା ପୂର୍ବରୁ ସେ ସମସ୍ତଙ୍କୁ ଛାଡ଼ି ଅଫେରା ରାଇଜକୁ ଚାଲିଗଲେ। ଆପଣ ଆଜି ତାଙ୍କର ଯେଉଁ ଗୀତ ବି ଶୁଣନ୍ତୁ ସବୁଠୁ ହ୍ୟୁମାନଙ୍କ ସ୍ୱରର ସ୍ପର୍ଶ। ପୂଜା ଭସାଣୀ ହେଉଛି ବାହାଘର ବରଯାତ୍ରୀ, ମେଲୋଡି ହେଉ କି ପିକନିକ୍ ପାର୍ଟି ସବୁଠି ଝୁଲାଉ ଥିବା ହ୍ୟୁମାନଙ୍କ ଗୀତ। ତାଙ୍କ ନିଆରା କଣ୍ଡସ୍ୱର ଯେମିତି ସମସ୍ତଙ୍କ ହୃଦୟରେ ଘର କରି ରହିଥିଲା।
ତାହା ଯେଭଳି ଗୀତ ହୋଇଥାଉ , ତାକୁ ଜୀବନ୍ତ କରିଦେଇଥାନ୍ତି ହ୍ୟୁମାନ। ଶବ୍ଦ ଯେମିତି କଥା କହୁଥାଏ। ହୃଦୟ ଛୁଇଁ ଯାଉଥାଏ ତାଙ୍କ ସ୍ୱରରେ। ଆଜି ହ୍ୟୁମାନଙ୍କ ବିନା ଗୀତ ସଙ୍ଗୀତ ଯେମିତି ରଙ୍ଗହୀନ ରସହୀନ ପାଲଟି ଯାଇଛି। ସବୁ ଯେମିତି ଫିକାଫିକା, ଏକଦମ ଅଧୁରା।
ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିବା ହ୍ୟୁମାନ ସାଗରଙ୍କ କଟକ ଥିଲା ତାଙ୍କର କର୍ମମୟ ଜୀବନ। ସେ ତାଙ୍କ କଣ୍ଠରେ ବହୁ ହିଟ୍ ଗୀତର ଗାୟକ ଥିଲେ। ନିଜ କଣ୍ଠର ଯାଦୁରେ ଓଲିଉଡରେ ସ୍ଵତନ୍ତ୍ର ସ୍ଥାନ ପାଇଥିଲେ।
ତାଙ୍କର ଗାଇବା ଶୈଳୀ ଏତେ ନିଆରା ଥିଲା ଯେ, ଶ୍ରୋତାଙ୍କ ହୃଦୟକୁ ଛୁଇଁ ଯାଉଥିଲା।
‘ଇସ୍କ ତୁ ହି ତୁ’ ଫିଲ୍ମରେ ପ୍ରଥମ ଗୀତ ଗାଇଥିଲେ। ଆଉ ଶେଷ ଥର ‘ଚାରିଧାମ’ ଫିଲ୍ମରେ ଗାଇଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930