Indus Valley Times

ସ୍ୱାଧୀନତା ସଂଗ୍ରାମୀ ପ୍ରାଣନାଥଙ୍କ ଜୟନ୍ତୀ ପାଳିତ, ସଙ୍ଗୀତଜ୍ଞ ତାନସେନ ସିଂ ପାଇଲେ ପ୍ରାଣନାଥ ସମ୍ମାନ

 Breaking News

ସ୍ୱାଧୀନତା ସଂଗ୍ରାମୀ ପ୍ରାଣନାଥଙ୍କ ଜୟନ୍ତୀ ପାଳିତ, ସଙ୍ଗୀତଜ୍ଞ ତାନସେନ ସିଂ ପାଇଲେ ପ୍ରାଣନାଥ ସମ୍ମାନ

November 18
10:42 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୮/୧୧ : ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂ ଶାସିତ ମହାବିଦ୍ୟାଳୟ ଆନୁକୂଲ୍ୟରେ ସ୍ବାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ଜୟନ୍ତୀ ଏବଂ ପ୍ରାଣନାଥ ସଙ୍ଗୀତ ସମ୍ମାନ ସମାରୋହ କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ପୂର୍ବତନ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ବିଦ୍ୟାର୍ଥୀମାନେ ଦେଶର ଭବିଷ୍ୟତ। ଶୃଙ୍ଖଳିତଭାବେ ନିଜ ଜୀବନକୁ ଗଢ଼ିବା ସହ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବ ଖୋର୍ଦ୍ଧା ମାଟିର ଗୌରବମୟ ଇତିହାସ, ସଂଗ୍ରାମୀ ବିପ୍ଳବୀ ପ୍ରାଣନାଥଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରି ନିଷ୍ଠା, ଏକାଗ୍ରତା ସହ ପାଠପଢ଼ି ମହାବିଦ୍ୟାଳୟର ଗୌରବ ବଢ଼ାଇବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ।
ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଧ ପ୍ରସାଦ ମହାନ୍ତି, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇ ପିଲାଙ୍କ ଶୃଙ୍ଖଳା ଜ୍ଞାନର ବିକାଶ ଉପରେ ଗୁରୁତ୍ବ ଦେଇଥିଲେ। ଏହି ଅବସରରରେ ବରିଷ୍ଠ ସଙ୍ଗୀତଜ୍ଞ ତାନସେନ ସିଂଙ୍କୁ \”ପ୍ରାଣନାଥ ନାଥ ସଙ୍ଗୀତ ସମ୍ମାନ– ୨୦୨୫\” ରେ ସମ୍ମାନିତ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ତାଙ୍କୁ ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।
ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼.ବିନ୍ଦୁଶ୍ରୀ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପାଧ୍ୟକ୍ଷ ଡ.ପ୍ରତାପ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଡ.ବାମଦେବ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର‌୍ୟ୍ୟକ୍ରମରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କ ମଧ୍ୟରେ ପ୍ରଫେସର ସୁକଲ୍ୟାଣ ପାଣିଗ୍ରାହୀ, ପ୍ରଫେସର ସୁକାନ୍ତ କୁମାର ପଟ୍ଟନାୟକ, ଡ଼. ସୁବାସ ଚନ୍ଦ୍ର କୁମାର, ପ୍ରଫେସର ଶୁଭେନ୍ଦୁ କୁମାର ମହାନ୍ତି ପ୍ରମୁଖଙ୍କ ସମେତ ଉପ ନଗରପାଳ ସୂର୍ଯ୍ୟ ରଞ୍ଜନ ମହାନ୍ତି , ପ୍ରାକ୍ତନ ଏସ୍ପି ଦେବୁ ପ୍ରସାଦ ମଜୁମଦାର , ସାଂସଦ ପ୍ରତିନିଧି ଦିଲ୍ଲୀପ କୁମାର ହୋତା,ରଶ୍ମି ରଞ୍ଜନ ମହାପାତ୍ର, ନିକୁଞ୍ଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପକ୍ଷରୁ ଏନସିସି,ଏନଏସଏସ,ରେଡକ୍ରସ, ରୋଭର ରେଞ୍ଜରର ଛାତ୍ରଛାତ୍ରୀ ମାନେ ସହଯୋଗ ପ୍ରଦାନ କରିଥିଲେ। ସେମାନଙ୍କ ଦାୟିତ୍ୱରେ ଥିବା ଅଧ୍ୟାପକ ଅଧ୍ୟାପିକା ହେଲେ ସିଟିଓ ଭଗବାନ ଖିଲାର, ସ୍ୱାତୀ ସ୍ୱାଗତିକା ମୁର୍ମୁ,ସସ୍ମିତା ସାହୁ,ଟି ଅକ୍ଷୟ କୁମାର, ପ୍ରଫୁଲ୍ଲ କୁମାର ସାହୁ , ଚାରୂଲତା ପରିଡ଼ା, ଲିଙ୍ଗରାଜ ପରିଡ଼ା।
ଏହା ବ୍ୟତୀତ ଡ଼. ପ୍ରିୟବ୍ରତ ମହାନ୍ତି, ଡ଼. ନନ୍ଦିତା ଛୋଟରାୟ, ଅସୀମା ଶତପଥୀ, ଅକ୍ଷୟ କୁମାର ମିଶ୍ର, ସିପ୍ରା ମହାନ୍ତି, ଅଧ୍ୟାପକ ସୁବୋଧ ଜଗଦେବ ଓ ଅଲିଭା ଦେଉରୀ ପ୍ରମୁଖ ଉତ୍ସବ ପରିଚାଳନାରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31