Indus Valley Times

ସ୍ୱାମୀର ଫାଉଡ଼ା ମାଡ଼ରେ ସ୍ତ୍ରୀର ମୃତ୍ୟୁ, ଫେରାର ବେଳେ ଜହ୍ଲାଦକୁ କାବୁକଲେ ଗ୍ରାମବାସୀ

 Breaking News

ସ୍ୱାମୀର ଫାଉଡ଼ା ମାଡ଼ରେ ସ୍ତ୍ରୀର ମୃତ୍ୟୁ, ଫେରାର ବେଳେ ଜହ୍ଲାଦକୁ କାବୁକଲେ ଗ୍ରାମବାସୀ

ସ୍ୱାମୀର ଫାଉଡ଼ା ମାଡ଼ରେ ସ୍ତ୍ରୀର ମୃତ୍ୟୁ, ଫେରାର ବେଳେ ଜହ୍ଲାଦକୁ କାବୁକଲେ ଗ୍ରାମବାସୀ
July 04
20:23 2023

ପାଟଣାଗଡ଼,୪/୭: କପାଆଟ (କପାଚାଷ ଜମି)ରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ସ୍ତ୍ରୀଙ୍କୁ ନୃଶଂସ ଭାବେ ଆକ୍ରମଣ କରିଛି ସ୍ବାମୀ। ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅଧିନ ଟିକ୍ରାପଡ଼ା ଫାଣ୍ଡି ଅଞ୍ଚଳରେ ଆଜି ସକାଳୁ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ବବିତା କଅଁର।
ତେବେ ସ୍ତ୍ରୀଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ମାରୁଥିବା ଅଭିଯୁକ୍ତ ସ୍ବାମୀକୁ ମହିଳାଙ୍କ ବାପଘର ଲୋକେ କାବୁ କରି ପୁଲିସ ନିକଟରେ ଜିମା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଝରବାହାଲି ଗ୍ରାମର ରବି ନାଏକଙ୍କ ପତ୍ନୀ ବବିତା କଅଁର କିଛି ଦିନ ହେଲା ନିଜ ବାପ ଘରେ ଥିଲେ। ଆଜି ସକାଳୁ କପା ଲଗାଇବା ପାଇଁ ବାପଘର ଲୋକଙ୍କ ସହ ବବିତା କପାଆଟକୁ ଯାଇଥିଲେ। ବବିତାଙ୍କ ସ୍ବାମୀ ରବି ମଧ୍ୟ ସେଠାକୁ ଯାଇଥିଲେ।
ସେଠାରେ ଉଭୟ ସ୍ବାମୀ ଓ ସ୍ତ୍ରୀ କଥା ହୋଇଥିଲେ। ଏହି ସମୟରେ ବବିତାଙ୍କୁ ରବି ଆଉ କେତେ ଦିନ ବାପ ଘରେ ରହିବୁ ବୋଲି କହିଥିଲେ। ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରବି ଉତ୍ତ୍ୟକ୍ତ ହୋଇ ନିଜ ସ୍ତ୍ରୀ ଉପରକୁ ସେଠାରେ ଥିବା ଏକ କୋଦାଳରେ ଆକ୍ରମଣ କରିଥିଲା। ଫଳରେ ବବିତା ଗୁରୁତର ହୋଇ ପଡ଼ିଥିଲେ।
ସ୍ତ୍ରୀଙ୍କୁ କୋଦାଳରେ ଆକ୍ରମଣ କରିବା ପରେ ପରେ ରବି ସେଠାରୁ ଫେରାର୍ ମାରୁଥିଲା। ଏହି ସମୟରେ ଫେରାର ରବିକୁ ପରିବାରବର୍ଗ ଓ ନିକଟରେ ଥିବା ଲୋକେ ଅନୁସରଣ କରୁଥିଲେ। ସେମାନେ ଗୋଡ଼େଇ ଗୋଡ଼ାଇ ରବିକୁ ଧରି ଟିକ୍ରାପଡା ଫାଣ୍ଡିରେ ଜିମା ଦେଇଥିଲେ।
ବବିତାଙ୍କୁ ଗୁରୁତର ଅବସ୍ଥାରେ ଘରକୁ ଆଣିବା ପରେ ଏକ ଗାଡ଼ି ସାହାଯ୍ୟରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ବବିତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ରିପୋର୍ଟ ଲେଖାଯିବା ବେଳକୁ ସଇଁତଳା ଥାନାରୁ ପୁଲିସ ପାଟଣାଗଡ଼ ଅଭିମୁଖେ ଆସୁଥିବା ବେଳେ ଟିକ୍ରାପଡ଼ା ଫାଣ୍ଡିରେ ରବିକୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଥିବା ଜଣାପଡିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031