Indus Valley Times

ହାତୀ ସଂରକ୍ଷଣ ନିମନ୍ତେ ସଚେତନତାମୂଳକ କାର୍ଯ୍ୟକ୍ରମ

 Breaking News

ହାତୀ ସଂରକ୍ଷଣ ନିମନ୍ତେ ସଚେତନତାମୂଳକ କାର୍ଯ୍ୟକ୍ରମ

July 27
20:10 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୭/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ବନ୍ୟଜନ୍ତୁ ସଂରକ୍ଷଣ ନିମନ୍ତେ କାର୍ଯ୍ୟରତ ଏଭର ଗ୍ରୀନ ଫୋରମ ସଂଗଠନ ପକ୍ଷରୁ ହାତୀ ମାନଙ୍କ ସଂରକ୍ଷଣ ତଥା ଅରଣ୍ୟର ରକ୍ଷଣବେକ୍ଷଣ ନିମିତ୍ତ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିଲା ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂଗଠନର ସଂସ୍ଥାପକ ଡଃ.ପ୍ରକାଶ ଚନ୍ଦ୍ର ଜେନା,ସମ୍ମାନିତ ଅତିଥି ଭାବେ ବିଶ୍ବ ବନ୍ୟଜନ୍ତୁ ତହବିଲ, ଭାରତର ଓଡିଶା ପ୍ରମୁଖ ତଥା ପ୍ରାକ୍ତନ ନିର୍ଦେଶକ ମାଇକେଲ ପିଟର, ବନ୍ୟଜନ୍ତୁ ସଂରକ୍ଷକ ବିଜୟ କୁମାର ଦାସ, ପରିବେଶବିତ ସମ୍ବିତ ଘୋଡେଇ ଓ ସ୍ଥାନିୟ ବନପାଳ ମନ୍ମଥ ପରିଚ୍ଛା ପ୍ରମୁଖ ଉପସ୍ଥିତ ଥିଲେ।
ମାନବ ସେବାରେ ବନ୍ୟଜନ୍ତୁଙ୍କ ଅବଦାନ ଅତୁଳନୀୟ। ମୁଖ୍ୟତଃ ହାତୀମାନଙ୍କ ମଳମୂତ୍ର, ହାଡ଼ମାଂସ, ଚର୍ମ, ନଖ ସବୁକିଛି ଆବଶ୍ୟକୀୟ ଉପାଦାନ ଅଟେ। ସେମାନେ ପରିବେଶକୁ ସନ୍ତୁଳିତ ରଖନ୍ତି। ସେମାନଙ୍କୁ ସଂରକ୍ଷଣ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ, ଏଥିରେ ଛାତ୍ର ସମାଜ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଆବଶ୍ୟକ ବୋଲି ଅତିଥି ଗଣ ମତପୋଷଣ କରିଥିଲେ। ବିଦ୍ୟାଳୟର ଜୁନିଅର ରେଡକ୍ରସ କାଉନସିଲର ଦିବ୍ୟସିଂ ପ୍ରଧାନ ପ୍ରୋଜେକ୍ଟର ମାଧ୍ୟମରେ ଉପସ୍ଥିତ ଗ୍ରାମବାସୀ ତ‌ଥା ଛାତ୍ରଛାତ୍ରୀଙ୍କୁ ପରିବେଶକୁ ସୁରକ୍ଷିତ ରଖିବାର ତାଲିମ ଦେଇଥିଲେ ।
ଶେଷରେ ବିଜ୍ଞାନ ଶିକ୍ଷିକା ଅପର୍ଣ୍ଣା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ବେଣୁଧର ବେହେରା, ଦୀପକ କୁମାର କହଁର,ବାମଚନ୍ଦ୍ର ପ୍ରଧାନ,ସାଗ୍ନିକା ସେଠି ଓ ସୁଚିସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର, ଜଣେ ଆହତ
ବାଲିଗୁଡ଼ା, ୨୭/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୫୯ ନଂ.ଜାତୀୟ ରାଜପଥ ଆଦିବାସୀ ମହାବିଦ୍ୟାଳୟ ସମ୍ମୁଖରେ ରବିବାର ଘଟିଛି ବଡ଼ ଧରଣର ଦୁର୍ଘଟଣା । ଦୃତଗାମୀ ବାଇକ୍ ଧକ୍କା ଦେଲା ବିପରୀତ ଦିଗରୁ ଆସୁଥିବା ଆଉ ଏକ ବାଇକ୍ କୁ । ଦୁର୍ଘଟଣାରେ ଗୋଟିଏ ବାଇକ୍ ଚୁରମାର୍ ହୋଇଥିବା ବେଳେ ଜଣେ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଅନ୍ୟଜଣେ ବାଇକ୍ ଆରୋହୀ ଆହତ ହୋଇଥିବା ଜଣାପଡ଼ିଛି ।
ଘଟଣାସ୍ଥଳରୁ ଆହତ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛି ବାଲିଗୁଡ଼ା ପୋଲିସ୍ ।
ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ ଦୁଇ ବାଇକ୍ କୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ୍ । ଗୁରୁତର ଆହତ ହୋଇଥିବା ଯୁବକ ସିତାପଡ଼ି ଗ୍ରାମର ରଘୁନାଥ ମଲ୍ଲିକ ହୋଇଥିବା ସୂଚନା ମିଳିଛି ।
ରଘୁନାଥଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930