Indus Valley Times

ୟୁପିଏ-ତୃତୀୟ ସାମ୍ମୁଖ୍ୟକୁ ଝଟକା: ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ସାମିଲ ହେବ ବିଜେଡି

 Breaking News

ୟୁପିଏ-ତୃତୀୟ ସାମ୍ମୁଖ୍ୟକୁ ଝଟକା: ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ସାମିଲ ହେବ ବିଜେଡି

ୟୁପିଏ-ତୃତୀୟ ସାମ୍ମୁଖ୍ୟକୁ ଝଟକା: ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ସାମିଲ ହେବ ବିଜେଡି
May 24
23:05 2023

ନୂଆଦିଲ୍ଲୀ,୨୪/୫ : ଦେଶର ନୂଆ ସଂସଦ ଉଦଘାଟନକୁ ନେଇ ରାଜନୀତି ଜାରି ରହିଛି । କଂଗ୍ରେସ ସମେତ ଦେଶର ପ୍ରମୁଖ ବିରୋଧୀ ଦଳଗୁଡ଼ିକ ଏହି ଉଦଘାଟନ କାର୍ଯ୍ୟକ୍ରମକୁ ବୟକଟ୍ କରିବାକୁ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ (ବିଜେଡି) ପୁଣି କେନ୍ଦ୍ର ସରକାରଙ୍କ ସମର୍ଥନରେ ଛିଡ଼ା ହୋଇଛି । ଦଳ ଉଦଘାଟନ ସମାରୋହରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି । ଦଳ ପକ୍ଷରୁ କୁହାଯାଇଛି ଯେ ଦେଶର ରାଷ୍ଟ୍ରପତି ଓ ସଂସଦର ଗାରିମା ରହିଛି। ଏହି ଦୁଇ ସାମ୍ବିଧାନିକ ଅନୁଷ୍ଠାନ ବିବାଦର ଊର୍ଦ୍ଧ୍ବରେ ରହିବା ଉଚିତ। ମତଭେଦକୁ ପରବର୍ତ୍ତୀ କାଳରେ ଦୂର କରିହେବ ।
ଦଳପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ “ଭାରତର ରାଷ୍ଟ୍ରପତି ଦେଶର ଶାସନ ମୁଖ୍ୟ, ସେହିପରି ସଂସଦ ୧୪୦ କୋଟି ଭାରତୀୟଙ୍କ ପ୍ରତିନିଧିତ୍ବ କରେ । ଉଭୟ ଅନୁଷ୍ଠାନ ଭାରତୀୟ ଗଣତନ୍ତ୍ରର ପ୍ରତୀକ ଓ ଭାରତର ସମ୍ବିଧାନ ସେମାନଙ୍କୁ କ୍ଷମତା ଦେଇଛି । ସେମାନଙ୍କ ଏହି କ୍ଷମତାର ରକ୍ଷା କରାଯିବା ଉଚିତ । ବିଜେଡ଼ି ବିଶ୍ବାସ କରେ ଯେ ଏସବୁ ଅନୁଷ୍ଠାନର ଗାରିମା ରହିଛି ଓ ଏଗୁଡ଼ିକୁ କୌଣସି ପ୍ରକାରର ମତଭେଦରୁ ଉପରେ ରଖାଯିବା ଉଚିତ । ମତଭେଦକୁ ପରବର୍ତ୍ତୀ କାଳରେ ଦୂର କରିହେବ ।’’
ଅନ୍ୟପକ୍ଷରେ, ଆନ୍ଧ୍ରପ୍ରଦେଶରେ କ୍ଷମତାରେ ଥିବା ଓ୍ବାଇଏସଆର କଂଗ୍ରେସ ମଧ୍ୟ ଏହି ସମାରୋହରେ ଯୋଗ ଦେବାକୁ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଏକ ଟୁଇଟ କରି ଲେଖିଛନ୍ତି ଯେ ସଂସଦ ଆମ ଗଣତନ୍ତ୍ରର ମନ୍ଦିର ଓ ଏହା ଦେଶର ଆତ୍ମାକୁ ପ୍ରତିନିଧିତ୍ବ କରେ । ଏହା ସମସ୍ତ ଦେଶବାସୀଙ୍କର ଓ ସବୁ ଦଳଙ୍କର । ଏପରି ସମାରୋହକୁ ବୟକଟ୍ କରିବା ପ୍ରକୃତ ଗଣତନ୍ତ୍ରର ପରିଚାୟକ ନୁହେଁ । ମତଭେଦକୁ ଦୂର କରି ସବୁ ଦଳ ଏଥିରେ ଯୋଗ ଦେବାକୁ ସେ ନିବେଦନ କରିଛନ୍ତି ।
ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନକୁ ଉଦଘାଟନ କରିବେ । ଏହାକୁ ନେଇ ବିରୋଧୀ ଅସନ୍ତୁଷ୍ଟ ଅଛନ୍ତି। ସଂସଦ ଭବନକୁ ରାଷ୍ଟ୍ରପତି ଉଦଘାଟନ କରିବା ଉଚିତ ବୋଲି ବିରୋଧୀ ଦଳ ନେତାମାନେ କହିଛନ୍ତି। ରାହୁଲ ଗାନ୍ଧି ଏବଂ ମଲ୍ଲିକାର୍ଜୁନ ଖଡ଼ଗେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହି କାର‌୍ୟ୍ୟକ୍ରମକୁ ଉଦଘାଟନ କରିବାକୁ ଦାବି କରିସାରିଛନ୍ତି ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031