Indus Valley Times

୧୦,୫୦୦ରୁ କମ୍ ରୋଜଗାର ଥିଲେ ମିଳିପାରିବ ଘର,ପୂର୍ବରୁ ବଞ୍ଚିତ ଥିବା ହିତାଧିକାରୀ ସାମିଲ୍ ହେବେ

 Breaking News

୧୦,୫୦୦ରୁ କମ୍ ରୋଜଗାର ଥିଲେ ମିଳିପାରିବ ଘର,ପୂର୍ବରୁ ବଞ୍ଚିତ ଥିବା ହିତାଧିକାରୀ ସାମିଲ୍ ହେବେ

November 26
18:33 2024

ଭୁବନେଶ୍ୱର,୨୬/୧୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆସିଲା ବଡ ଖବର । ବାପାଙ୍କ ଠାରୁ ପୁଅ ଅଲଗା ରହିଲେ ଆଉ କେତେ ରୋଜଗାର ଥିଲେ ପିଏମ ଆବାସ ମିଳିପାରିବ ଏନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସରକାରଙ୍କ ଅନୁସାରେ, ବାପାଙ୍କ ଠାରୁ ପୁଅ ଅଲଗା ହୋଇ ରହୁଥିଲେ ପୁଅଙ୍କୁ ପକ୍କା ଘର ମିଳିବ।
ଏଣିକି ବାପାଙ୍କ ଠାରୁ ଅଲଗା ହୋଇଥିବା ପୁଅଙ୍କୁ ବି ମିଳିବ ପିଏମ ଆବାସ ଘର । ଏ ନେଇ ଘୋଷଣା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ଏଥିରେ ହିତାଧିକାରୀଙ୍କୁ ଚୟନ କରିବା ପାଇଁ ସରକାର ୧୦ଟି କ୍ରାଇଟେରିଆ କରିଛନ୍ତି। ଏହି ପ୍ରକ୍ରିୟା ପାଇଁ କିଛି ମାସ ସମୟ ଲାଗିପାରେ ।
ସେହିପରି ଏହି ଯୋଜନାରେ ଯୋଗ୍ୟ ହିତାଧୀକାରୀ ହେବେ ସାମିଲ ଆଉ ଅଯୋଗ୍ୟ ବାଦ ପଡ଼ିବେ। ଯେଉଁ ମାନଙ୍କର ମାସିକ ଆୟ ୧୦ ହଜାର ୫୦୦ ଟଙ୍କାରୁ ଅଧିକ ନଥିବ ସେମାନେ ଯୋଗ୍ୟ ବିବେଚିତ ହେବେ। ହିତାଧିକାରୀଙ୍କ ଆଧାର କାର୍ଡ ସହ ମୋବାଇଲ ନମ୍ବର ସଂଯୋଗ ଜରୁରୀ। ନିଜେ ଆବେଦନକାରୀ ବିଭାଗର ଆପରେ ଆବେଦନ କରିବେ। ଗରିବ ଲୋକଙ୍କ ଫିଙ୍ଗର ପ୍ରିଣ୍ଟ ରହିବ। ଆଧାର ସଂଯୋଗ କରାଯିବ। ବାପା ପୁଅ ଭିନ୍ନ ହୋଇଥିଲେ ବି ଯୋଗ୍ୟ ଥିଲେ ଘର ମିଳିବ।
ଏଥିସହ ଦିବ୍ୟାଙ୍ଗ ଓ ସ୍ବାମୀଙ୍କୁ ହରାଇଥିବା ମହିଳାଙ୍କୁ ବି ଘର ଦିଆଯିବ। ଯଦି କୌଣସି ଗାଁରେ ୧୫ ରୁ ୨୦ ପରିବାରର ଘର ଡିହ ନଥିବ ଗାଁ ଭଳି କ୍ଲଷ୍ଟର କରାଯାଇ ଘର ଦିଆଯିବ। ସେମାନଙ୍କୁ ରାସ୍ତା, ବିଜୁଳି ପାଣି ସହ ଖେଳ ପଡିଆ ଭଳି ଆନୁସାଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯିବ

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930