Indus Valley Times

୧୨ ଘଣ୍ଟିଆ ବାମନଘାଟି ବନ୍ଦ, ରାଇରଙ୍ଗପୁରକୁ ଜିଲ୍ଲା ଗଠନ ଦାବିରେ ଆନ୍ଦୋଳନ

 Breaking News

୧୨ ଘଣ୍ଟିଆ ବାମନଘାଟି ବନ୍ଦ, ରାଇରଙ୍ଗପୁରକୁ ଜିଲ୍ଲା ଗଠନ ଦାବିରେ ଆନ୍ଦୋଳନ

April 10
10:45 2023

ରାଇରଙ୍ଗପୁର,୧୦/୪: ରାଇରଙ୍ଗପୁର ଜିଲ୍ଲା ଗଠନ ଦାବିରେ ଆଜି ୧୨ ଘଣ୍ଟିଆ ବାମନଘାଟି ଉପଖଣ୍ତ ବନ୍ଦ ପାଳନ ହେଉଛି। ଏହି କାରଣରୁ ଏଠାରେ ସମସ୍ତ ଦୋକାନ ବଜାର, ସରକାରୀ, ବେସରକାରୀ ଅନୁଷ୍ଠାନ ଓ ସ୍କୁଲ କଲେଜ ବନ୍ଦ ଥିବା ପରିଲକ୍ଷିତ ହୋଇଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଛି। ଏପରିକି ବାମନଘାଟି ଉପଖଣ୍ତ ଦେଇ ଚଳାଚଳ କରୁଥିବା ଟ୍ରେନ ମଧ୍ୟ ଯାତାୟତ କରୁ ନଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ, କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାମନଘାଟି ଉପଖଣ୍ତ ବନ୍ଦ ଡାକରା ଦିଆଯାଇଛି। ଏ ନେଇ ପୂର୍ବରୁ ଉପଖଣ୍ତର ୭ଟି ବ୍ଲକର ବିଭିନ୍ନ ସ୍ଥାନରେ ବୈଠକ, ପଥପ୍ରାନ୍ତ ସଭା, ବ୍ୟାନର, ପୋଷ୍ଟର, ଡାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରାଯାଇଛି। ଗତକାଲି ମଧ୍ୟ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଖଣ୍ତର ସମସ୍ତ ଗାଁରେ ବାଇକ୍ ରାଲି ଓ ସଚେତନତା ରଥ ପରିକ୍ରମା କରି ବନ୍ଦକୁ ସଫଳ କରିବା ପାଇଁ ଆହ୍ବାନ ଦିଆଯାଇଥିଲା।
ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ସମେତ ସମସ୍ତ ରାଜନୈତିକ ଦଳ, ବଣିକ ସଂଘ, ଓକିଲ ସଂଘ, ମୋଟର ଚାଳକ ସଂଘ, ଡ୍ରାଇଭର ମହାସଂଘ, ସଚେତନ ନାଗରିକ ସଂଘ, ବରିଷ୍ଠ ନାଗରିକ ସଂଘ, ଉପଖଣ୍ତ କୁଡୁମୀ ସମାଜ ଓ ଅନ୍ୟ ସଂଗଠନଗୁଡ଼ିକ ବନ୍ଦପାଳନରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର, ସରକାରୀ, ବେସରକାରୀ ଅନୁଷ୍ଠାନ, ଯାନବାହାନ, ରେଳ ଚଳାଚଳ ପ୍ରଭୃତି ବନ୍ଦ ରହିବ ବୋଲି କମିଟି ପକ୍ଷରୁ କୁହାଯାଇଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031