Indus Valley Times

୨୦୨୫ ଯୁକ୍ତ୨ ପରୀକ୍ଷା ପ୍ରସ୍ତୁତି: ନଭେମ୍ବର ୧୫ ସୁଦ୍ଧା ସିସିଟିଭି ଲଗାଅ

 Breaking News

୨୦୨୫ ଯୁକ୍ତ୨ ପରୀକ୍ଷା ପ୍ରସ୍ତୁତି: ନଭେମ୍ବର ୧୫ ସୁଦ୍ଧା ସିସିଟିଭି ଲଗାଅ

୨୦୨୫ ଯୁକ୍ତ୨ ପରୀକ୍ଷା ପ୍ରସ୍ତୁତି: ନଭେମ୍ବର ୧୫ ସୁଦ୍ଧା ସିସିଟିଭି ଲଗାଅ
September 09
12:40 2024

ଭୁବନେଶ୍ବର, ୯/୯ : ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇ ବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।
ଏଥିସହ ପୂର୍ବରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଲାଗିଥିବା ସିସିଟିଭି ସବୁ କିଭଳି କାର୍ଯ୍ୟକ୍ଷମ ହେଉଛି ତା’ ରିପୋର୍ଟ ବି ଦେବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।
୨୦୨୫ରେ ହେବାକୁ ଥିବା ଯୁକ୍ତ ଦୁଇ ପ୍ରାକ୍ଟିକାଲ ଓ ଥିଓରୀ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଫାଇନାଲ୍ ପରୀକ୍ଷା ପାଇଁ ହାତରେ ଆଉ ୪ ମାସ ବାକି ରହିଛି। ତା’ପୂର୍ବରୁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ପରୀକ୍ଷା ସ୍ୱଚ୍ଛ ଓ ସହଜ କରିବାକୁ ପରିଚାଳନା ହବ୍, ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଫିସ୍, ଏକଜାମ୍ ହଲ୍ ସହ ସେଲ୍ଫ ଫାଇନାଲିଂ କଲେଜର ସମସ୍ତ ଲାବରେଟୋରିରେ ବି ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି।
ଯେଉଁ ଶିକ୍ଷାନୁଷ୍ଠାନ ଧାର୍ଯ୍ୟ ସମୟରେ ନିର୍ଦ୍ଦେଶ ଅନୁପାଳନ ନ କରିବେ ସେଠି ଉଭୟ ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା ବାତିଲ୍ କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବାକୁ ନିଷ୍ପତ୍ତି ହୋଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930