Indus Valley Times

୨୫ରେ ତାମିଲନାଡୁ ଉପକୂଳ ଅତିକ୍ରମ କରିବ ବାତ୍ୟା ‘ନିଭାର’: ଆସନ୍ତା ୨୫ ଓ ୨୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

 Breaking News

୨୫ରେ ତାମିଲନାଡୁ ଉପକୂଳ ଅତିକ୍ରମ କରିବ ବାତ୍ୟା ‘ନିଭାର’: ଆସନ୍ତା ୨୫ ଓ ୨୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

November 23
21:39 2020

ଭୁବନେଶ୍ବର୨୩/୧୧: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବ ଅବପାତ ୨୪ ଘଣ୍ଟାରେ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପୁଡୁଚେରୀ ଓ ତାମିଲନାଡୁ ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି। ଏହାର ସିଧା ସଳଖ ପ୍ରଭାବ ଯଦିଓ ଓଡିଶା ଉପରେ ପଡିବ ନାହିଁ, ତେବେ ୨୫ ତାରିଖରେ ଦକ୍ଷିଣ ଓଡ଼ିଶାର କନ୍ଧମାଳ, ରାୟଗଡା, କୋରାପୁଟ, ମାଲକନିଗିରି ଆଦି ଜିଲ୍ଲାମାନଙ୍କରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୬ ତାରିଖରେ ଗଜପତି, ଗଞ୍ଜାମ, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଗଭୀର ସମୁଦ୍ରକୁ ଧୀବରଙ୍କୁ ବରଣ କରାଯାଇଥିବାବେଳେ, ଏକ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ସେପଟେ ଆସନ୍ତା ୪୮ ଘଣ୍ଟାରେ ୨ରୁ୩ ଡ଼ିଗ୍ରୀ ପାରଦ ଖସିବା ସହ ଆଭ୍ୟନ୍ତରୀଣ ଓ ଉପକୂଳରେ ସ୍ୱଳ୍ପ ଧରଣର କୁହୁଡି ଦେଖାଦେଇପରେ।
ଯାହା ୨୫ ତାରିଖ ଅପରାହ୍ନରେ ତାମିଲନାଡ଼ୁ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଏହାସହ ଆସନ୍ତା ୨୮ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସଷ୍ଟି ହୋଇ ୩୦ରେ ଲଘୁଚାପର ରୂପ ନେବ ବୋଲି ଅନୁମାନ କରିଛନ୍ତି ପାଣିପାଗ ବିଭାଗ । ଆସନ୍ତା ୨୫ରୁ ୨୭ ତାରିଖ ପର‌୍ୟ୍ୟନ୍ତ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଭଦ୍ରକ ବ୍ୟତୀତ ରାଜ୍ୟରେ ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରଭାବ ପଡିପାରେ । ନଭେମ୍ବର ୨୬ ତାରିଖରେ ସବୁଠାରୁ ଅଧିକ ପ୍ରଭାବ ପଡ଼ିବ । ଅବିଭକ୍ତ କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀରରେ ମଧ୍ୟମ ଧରଣର ବର୍ଷା ହେବ ।

-News7

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031