Indus Valley Times

୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ, ବିଶ୍ଵ ବିଦ୍ୟାଳୟ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ

 Breaking News

୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ, ବିଶ୍ଵ ବିଦ୍ୟାଳୟ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ

୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ, ବିଶ୍ଵ ବିଦ୍ୟାଳୟ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ
November 23
19:46 2024

ଓଡ଼ିଶା,୨୩/୧୧ : ଓଡ଼ିଶା ଶିଳ୍ପ ନୀତି-୨୦୧୫ରେ ଦୁଇଟି ସଂଶୋଧନକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହାସହିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ଆଜି କ୍ୟାବିନେଟର ମଞ୍ଜୁରୀ ମିଳିଛି ।
ରାଜ୍ୟ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଶା ଶିଳ୍ପ ନୀତି-୨୦୧୫ର ଦୁଇଟି ସଂଶୋଧନକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିବା ଦ୍ୱାରା ଯୋଗ୍ୟ ନିବେଶକମାନେ ପ୍ରୋତ୍ସାହନ ପାଇଁ ସେମାନଙ୍କର ଦାବିକୁ ଠିକ୍ ସମୟରେ ପାଇବାକୁ ସକ୍ଷମ ହେବେ ।
ଏହାସହିତ ପ୍ରୋତ୍ସାହନକୁ ସୁଗମ ପରିଚାଳନା ମଧ୍ୟ ସହଜ ହେବ । ଯେଉଁ ନିବେଶକମାନେ ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିସାରିଛନ୍ତି କିନ୍ତୁ ଧାର‌୍ୟ୍ୟ ତାରିଖ ମଧ୍ୟରେ ପ୍ରୋତ୍ସାହନ କିମ୍ବା ପ୍ରମାଣପତ୍ର ପାଇଁ ଆବେଦନ ଦାଖଲ କରିବାକୁ ବିଫଳ ହୋଇଥିଲେ କିନ୍ତୁ ୨୦୨୩ ଜୁନ୍ ୩୦ତାରିଖ ମଧ୍ୟରେ ଦାଖଲ କରି ବି ଅଯୋଗ୍ୟ ହୋଇଥିବେ ସେମାନଙ୍କର ଦରଖାସ୍ତ ଯୋଗ୍ୟ ଆବେଦନକାରୀ ଭାବେ ପୁନଃ ବିଚାର କରାଯିବ ।
୨୦୨୩ ଜୁନ୍ ୩୦ ପରେ ଦାଖଲ ହୋଇଥିବା ଆବେଦନଗୁଡ଼ିକୁ ବିବେଚନା କରାଯିବ ନାହିଁ । ଯେଉଁଠାରେ ଶିଳ୍ପ ସଂସ୍ଥାର ନିୟନ୍ତ୍ରଣ ବାହାରେ ଥିବା କାରଣରୁ ବିଳମ୍ବ ହେବାର ପରିଲକ୍ଷିତ ହେବ ତାହା ମୁଖ୍ୟ ସଚିବଙ୍କ ସ୍ତରରେ ବିଚାର କରାଯିବ ।
ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୧୬ରେ ଏକ ସଂଶୋଧନ ୨୦୧୮ ନଭେମ୍ବର ୧୩ତାରିଖରେ କରାଯାଇଥିଲା । ଯେଉଁଥିରେ ଦ୍ରବଣ ନିଷ୍କାସନ, ରିଫାଇନ୍ ତୈଳ ପ୍ରସ୍ତୁତି ଓ ପାନୀୟ ଜଳର ବିଶୋଧନ କାରଖାନା କାର‌୍ୟ୍ୟକଳାପକୁ ନକରାତ୍ମକ ତାଲିକାରୁ ହଟାଯାଇଥିଲା ଓ ଏହି ନୀତି ଅନୁସାରେ ପ୍ରୋତ୍ସାହନ ପାଇଁ ସେମାନେ ଯୋଗ୍ୟ ହୋଇଥିଲେ ।
କିନ୍ତୁ ୨୦୨୦ ଅଗଷ୍ଟ ୧୮ତାରିଖରେ ଓଡ଼ିଶା ଶିଳ୍ପ ନୀତି-୨୦୧୫ରେ ସମାନ ବ୍ୟବସ୍ଥା କରାଯାଇଥିଲା । ତେଣୁ ଉଭୟ ନୀତିରେ ଥିବା ଅସଙ୍ଗତିକୁ ଦୃଷ୍ଟିରେ ରଖି ସରକାର ଏବେ ୨୦୨୦ ଅଗଷ୍ଟ ୧୮ରେ ଶିଳ୍ପ ନୀତିରେ ହୋଇଥିବା ସେଂ।।ଧନକୁ ୨୦୧୬ ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ହୋଇଥିବା ସଂଶୋଧନ ତାରିଖଠାରୁ ଅର୍ଥାତ୍ ୨୦୧୮ ନଭେମ୍ବର ୧୩ରୁ କାର‌୍ୟ୍ୟକାରୀ ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଜି ଏହି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।
ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଆଜି ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଫଳରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏକାଡେମିକ ଉତ୍କର୍ଷ, ଗୁଣାତ୍ମକ ଗବେଷଣା ନିମନ୍ତେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପ୍ରାପ୍ତି ଦିଗରେ ହୋଇଥିବା ସମସ୍ୟା ଓ ସମାଧାନ କରିବାକୁ ଏହି ସଂଶୋଧନ ହୋଇଛି ।
ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଉନ୍ନତି ଆଣିବା, ଅଧିକ ସ୍ୱାୟତ୍ତ୍ୱତା ସହିତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସଶକ୍ତ କରିବା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ଓ ଅଧ୍ୟାପକ ନିଯୁକ୍ତି ଓ କୁଳପତି ଚୟନ ପ୍ରକ୍ରିୟାରେ ଏକାଡେମିକ୍ ପ୍ରଫେସନାଲଙ୍କୁ ଜଡ଼ିତ କରିବା, ଅର୍ଥ କମିଟି ଓ ନିର୍ମାଣ କମିଟି ଆଦି ଗଠନ କରିବା ଏହି ଆଇନରେ ସଂଶୋଧନ ଦ୍ୱାରା ସମ୍ଭବ ହୋଇପାରିବ ।
ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବା ସହ କୋର୍ଟ ମାମଲାକୁ ଶିକ୍ଷକ ନିଯୁକ୍ତିରେ ଆସିଥିବା ସ୍ଥାଣୁତା ଦୂର କରିବାକୁ ଲକ୍ଷ୍ୟ ରଖିଛନ୍ତି । ନିଯୁକ୍ତି ପାଇଁ ଅଧିକ ସ୍ୱଚ୍ଛ ଓ ସମୟସୀମାବଦ୍ଧ ପ୍ରଣାଳୀ ସୃଷ୍ଟି କରିବାକୁ ଏହି ପରିବର୍ତ୍ତନଗୁଡ଼ିକ ପରିକଳ୍ପନା କରାଯାଇଛି । ଏହି ସଂଶୋଧନ ଜାତୀୟ ଶିକ୍ଷା ନୀତି-୨୦୨୦ର ପରିବର୍ତ୍ତନଶୀଳକୁ ଦିଗଗୁଡ଼ିକୁ ମଧ୍ୟ ସାମିଲ କରାଯାଇଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930