Indus Valley Times

୩୫.୨୫ ଗ୍ରାମ ବ୍ରାଉନସୁଗାର ସହିତ ମହିଳା ନିଶା ବ୍ୟବସାୟୀ ଗିରଫ

 Breaking News

୩୫.୨୫ ଗ୍ରାମ ବ୍ରାଉନସୁଗାର ସହିତ ମହିଳା ନିଶା ବ୍ୟବସାୟୀ ଗିରଫ

୩୫.୨୫ ଗ୍ରାମ ବ୍ରାଉନସୁଗାର ସହିତ ମହିଳା ନିଶା ବ୍ୟବସାୟୀ ଗିରଫ
June 12
09:53 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୨/୬ : ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସ.ଡି.ପି.ଓ ନିହାର ରଞ୍ଜନ ପ୍ରଧାନ ଏବଂ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଜୟସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଗଡ଼ଖୋର୍ଦ୍ଧା ନିକଟସ୍ଥ କୁଞ୍ଜ ବିହାରୀ, ମନ୍ଦିର ସମ୍ମୁଖରେ ଚଢାଉ କରାଯାଇ ମନୋରମା ନାୟକ (୪୦) ନାମକ ଜଣେ ମହିଳା ନିଶା ବ୍ୟବସାୟୀଙ୍କୁ ବେଆଇନ ଭାବରେ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ତଦନ୍ତ ସମୟରେ ପୋଲିସ ଅଭିଯୁକ୍ତ ମନୋରମାଙ୍କ ନିକଟରୁ ୩୫.୨୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି, ଯାହାର ଆନୁମାନିକ ବଜାର ମୂଲ୍ୟ ₹୩.୫୦ ଲକ୍ଷରୁ ଅଧିକ ହେବା ନେଇ ଆକଳନ କରାଯାଇଥିବାବେଳେ, ନଗଦ ₹୭୫୦୦ ଟଙ୍କା ଜବତ କରିଛି। ପୁଲିସ ପଚରାଉଚରା ସମୟରେ ଅଭିଯୁକ୍ତା ସ୍ୱୀକାର କରିଛି ଯେ ସେ ବହୁ ଦିନ ଧରି ବ୍ରାଉନସୁଗାର ବ୍ୟବସାୟରେ ଜଡିତ ଥିଲା।
ଏ ସବୁ ତଥ୍ୟକୁ ଆଧାର କରି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପକ୍ଷରୁ ଏକ ମାମଲା ଯାହାର କେଶ ନଂ -୧୪୨/୨୦୨୫,ଧାରା -୨୧(ଭ)/୨୯ ଘଊଚଝ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତାକୁ ଖୋର୍ଦ୍ଧା ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଛି ଏବଂ ନିଶାକାରାବାର ଯୋଗାଣ ନେଟୱାର୍କର ଅଧିକ ତଥ୍ୟ ଉନ୍ମୋଚନ ପାଇଁ ବିସ୍ତୃତ ତଦନ୍ତ ଚାଲିଛି ବୋଲି ତଦନ୍ତକାରୀ ପୁଲିସ ଅଧିକାରୀ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930